Jump to content

ଭାଲେଶ୍ୱର ମହାଦେବ ମନ୍ଦିର

ଭାଲେଶ୍ୱର ମହାଦେବ ମନ୍ଦିର
भालेश्वर महादेव
ଭାଲେଶ୍ୱର ମହାଦେବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକHinduism
DistrictKathmandu
ProvinceBagmati
ଦେବାଦେବୀShiva
ପର୍ବShivaratri, Mondays during the month of Shrawan
Location
ସ୍ଥାନChandragiri Hill
CountryNepal
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/Nepal Bagmati Province" does not exist.
ଭୌଗଳିକ ଅବସ୍ଥିତି27°39′58″N 85°12′19″E / 27.6661°N 85.2054°E / 27.6661; 85.2054
Architecture
Architect(s)Shankar Nath Rimal
TypePagoda
Elevation2,551 m (8,369 ft)

ଭାଲେଶ୍ୱର ମହାଦେବ ମନ୍ଦିର (ନେପାଳୀ: भालेश्वर महादेव) ଏକ ହିନ୍ଦୁ ମନ୍ଦିର ଯାହା କାଠମାଣ୍ଡୁ ଉପତ୍ୟକାର (Kathmandu Valley) ଦକ୍ଷିଣ ପଶ୍ଚିମ ଦିଗରେ ଥିବା ଚନ୍ଦ୍ରଗିରି ପାହାଡ଼ (Chandragiri hill) ଉପରେ ଅବସ୍ଥିତ ।[] ଏହି ମନ୍ଦିର ଭଗବାନ ଶିବଙ୍କୁ (Lord Shiva ସମର୍ପିତ ହୋଇଛି । ଏହି ମନ୍ଦିର ସମୁଦ୍ର ପତନଠାରୁ ୨୫୫୧ ମିଟର ଉପରେ ତିଆରି ହୋଇଛି । ଏକ ଐତିହାସିକ ଓ ଧାର୍ମିକ ସ୍ଥଳରେ ଚନ୍ଦ୍ରଗିରି ତିଆରି କରିଥିଲେ ।[] ସ୍ଥପତି ଶଙ୍କର ନାଥ ରିମାଲ ଏହି ମନ୍ଦିରର ନକ୍ସା ତିଆରି କରିଥିଲେ ।

ପୌରାଣିକ ମହତ୍ୱ

[ସମ୍ପାଦନା]

ପୁରାଣ ଅନୁସାରେ ସତୀ ଦେବୀଙ୍କର ମୃତ ଶରୀରକୁ କାନ୍ଧରେ ପକେଇ କ୍ରୋଧ ବଶତଃ ବୁଲୁ ବୁଲୁ ସେହି ଶରୀର ଖଣ୍ଡ ଖଣ୍ଡ ହୋଇ ବିଭିନ୍ନ ସ୍ଥାନରେ ଖସିପଡ଼ିଥିଲା । ତାଙ୍କର କପାଳ ଅଂଶଟି ପଡ଼ିଥିବା ସ୍ଥାନରେ ସେହି ମନ୍ଦିର ନିର୍ମିତ ହୋଇଛି ।[] ନେପାଳି ଭାଷାରେ ଏହି ପାହାଡ଼ ଗୋଙ୍ଗା ଦଣ୍ଡା ନାମରେ ପରିଚିତ । ଦଣ୍ଡା ଅର୍ଥ ପାହାଡ଼ । ଏହି ଶିବଙ୍କୁ ଇଚ୍ଛେଶ୍ୱର ମହାଦେବ ମଧ୍ୟ କୁହାଯାଏ ।[][]

ଐତିହାସିକ ମହତ୍ୱ

[ସମ୍ପାଦନା]

ନେପାଳର ଏକତ୍ରିକରଣ ଅଭିଯାନ ସେହି ଚନ୍ଦ୍ରଗିରି ପାହାଡ଼ଠାରୁ ଆରମ୍ଭ ହୋଇଥିଲା । ପୃଥ୍ୱୀ ନାରାୟଣ ଶାହ ପ୍ରଥମ ଥର ପାଇଁ ସେହି ପାହାଡ଼ଠାରେ କାଠମାଣ୍ଡୁକୁ ନେପାଳର ରାଜଧାନୀ କରିବାକୁ ଯୋଜନା କରିଥିଲେ ।[]

ମନ୍ଦିର ପରିସର

[ସମ୍ପାଦନା]

ଏହି ମନ୍ଦିର ହତା ମଧ୍ୟରେ ଅନେକ ହିନ୍ଦୁ ଦେବ ଦେବୀଙ୍କର ମନ୍ଦିର ଅଛି । ଆଉ ମଧ୍ୟ ସେଠାରେ ଗୋଟିଏ ଦର୍ଶନ ମୀନାର, ଭୋଜନାଳୟ, ଉପହାର ଦୋକାନ, ବାଂକ୍ୱେଟ ହଲ, ୩ଡି ହଲ ଇତ୍ୟାଦି ଅଛି ।[]

ଗ୍ୟାଲେରୀ

[ସମ୍ପାଦନା]
  1. "घुमफिर : हिँउ खेल्न चन्द्रागिरिको भालेश्वर". Online Khabar (in ଆମେରିକୀୟ ଇଂରାଜୀ). Retrieved 2022-03-01.
  2. "चन्द्रागिरी केबलकार सञ्चालनमा, भाडा ७ सय रुपैयाँ तोकियो". Online Khabar (in ଆମେରିକୀୟ ଇଂରାଜୀ). Retrieved 2022-03-01.
  3. "दर्शन गरौं भालेश्वर महादेव". Khasokhas (in ଇଂରାଜୀ). Retrieved 2022-03-01.
  4. "Bangladeshi State Minister visits Chandragiri Hills". myrepublica.nagariknetwork.com. My Republica. Retrieved 6 January 2022.
  5. "We are safe: Chandragiri Hills". thehimalayantimes.com. the Himalayan Times. Retrieved 6 January 2022.
  6. 1 2 "चर्चामा चन्द्रागिरि". चर्चामा चन्द्रागिरि (in ଇଂରାଜୀ). Retrieved 2022-03-01.