ଭାରତରେ ମହିଳା ସ୍ୱାସ୍ଥ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଭାରତରେ ମହିଳା ସ୍ୱାସ୍ଥ୍ୟ[ସମ୍ପାଦନା]

ଭୌଗଳିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଆଧାର ଅନୁସାରେ ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ଅନେକ ସାଙ୍କେତିକ ରୂପରେ ଦେଖାଯାଇ ପାରିବ। ମହିଳାଙ୍କ ସ୍ୱାସ୍ଥ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସଂଶୋଧନ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ଉପାୟ ଅବଳମ୍ବନ କରାଯାଇ ପାରିବ। ମହିଳାଙ୍କ ସ୍ୱାସ୍ଥ୍ୟକୁ ପୁରୁଷଙ୍କ ସ୍ୱାସ୍ଥ୍ୟ ସହିତ ତୁଳନା କରାଯିବା ଦରକାର। ସ୍ୱାସ୍ଥ୍ୟ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଏବଂ ଏହା ମାନବ ସଭ୍ୟତାର ଆର୍ଥିକ ବିକାଶରେ ବିଶାଳ ପରିବର୍ତ୍ତନ ଆଣିବାରେ ଅବଦାନ ଦେଇଥାଏ। ସେହି ଦୃଷ୍ଟିରୁ ମହିଳାଙ୍କ ସ୍ୱାସ୍ଥ୍ୟ ଦିଗରେ ସ୍ୱାସ୍ଥ୍ୟ ବିଭାଗ କାମ କରିବା ଦରକାର। [୧]

ବର୍ତ୍ତମାନ ପରିପେକ୍ଷୀରେ ଭାରତରେ ମହିଳାମାନେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି। ଏହା ଦେଶର ଆର୍ଥିକ ବିକାଶରେ ବାଧା ପହଞ୍ଚାଉଛି।

ଲିଙ୍ଗଗତ ଦୃଷ୍ଟିରୁ ସ୍ୱାସ୍ଥ୍ୟ ସେବା[ସମ୍ପାଦନା]

ସଂଯୁକ୍ତ ରାଷ୍ଟ୍ରଦ୍ୱାରା ଭାରତକୁ ମଧ୍ୟମ ଧରଣର ଆୟକାରୀ ଦେଶ ବୋଲି ଆକଳନ କରାଯାଇଛି। ଓ୍ବାଲର୍ଡ ଇକୋନୋମିକ ଫୋରମ ରିପୋର୍ଟ ଅନୁସାରେ ଲିଙ୍ଗଗତ ଅସମାନତା ଦୃଷ୍ଟରୁ ଭାରତକୁ ସବୁଠାରୁ ଖରାପ ଦେଶର ତାଲିକାରେ ସ୍ଥାନ ମିଳିଛି। ୧୮୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଭାରତକୁ ୧୩୨ ସ୍ଥାନ ମିଳିଛି। ଏହି ବହୁଆୟାମୀ ସୂଚକର ମୂଲ୍ୟ, ଲିଙ୍ଗ ଅସମାନତା ସୂଚକାଙ୍କ (ଜିଆଇଆଇ)ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ମାତୃ ମୃତ୍ୟୁ ଦର, କିଶୋର ପ୍ରଜନନ ଦର, ଶୈକ୍ଷିକ ଉପଲବ୍ଧି ଆଦି ସାମିଲ ରହିଛି। ଲିଙ୍ଗଗତ ଅସମାନତା ପାଇଁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ହିଁ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। </ref> Findings from the World Economic Forum indicate that India is one of the worst countries in the world in terms of gender inequality.[୨] ଲିଙ୍ଗଗତ ଆଧାରରେ ସ୍ୱାସ୍ଥ୍ୟ ସାମାଜିକ, ଆର୍ଥିକ ଓ ରାଜନୈତିକ ଉପରେ ପର୍ଯ୍ୟବେସିତ। ଏହା ମହିଳାଙ୍କ ସ୍ୱାସ୍ଥ୍ୟର ବିକାଶ ଓ ପ୍ରଭାବ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେବଳ ସେତିକି ନୁହେଁ, ଏହା ମଧ୍ୟ ଏକ ଉଚ୍ଚ ସ୍ତରରେ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାଳିକାଙ୍କ ତୁଳନାରେ ବାଳକଙ୍କୁ ଅଧିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଥାଏ ।

ଲିଙ୍ଗଗତ ଭେଦଭାବ ଜନ୍ମ ପୂର୍ବରୁ ଆରମ୍ଭ ହୋଇଯାଉଛି। ସନ୍ତାନ ଜନ୍ମ ହେବା ପୂର୍ବରୁ ପରିବାରର ସଦସ୍ୟମାନେ ପୁଅ ପାଇବାକୁ ଅଧିକ ଆଶାବାଦୀ ଥାଆନ୍ତି। ଅଧିକାଂଶ ସ୍ଥାନରେ ଗର୍ଭରେ ବାଳିକା ବଢୁଥିବା ଜଣାପଡ଼ିଲେ, ତାକୁ ଗର୍ଭପାତ କରି ଦିଆଯାଉଛି। କାରଣ ପରିବାର ଲୋକଙ୍କ ପ୍ରଥମ ଇଚ୍ଛା ଗୋଟିଏ ପୁଅ ପାଇବା ପାଇଁ । ଭାରତରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ୯୨% ମହିଳାଙ୍କ ମାସିକିଆ ଦରମା ୧୦,୦୦୦ ଟଙ୍କାରୁ କମ୍‍ ଯାହାକି ପୁରୁଷଙ୍କ ତୁଳନାରେ କମ, ୮୨% ପୁରୁଷଙ୍କ ମାସିକିଆ ଦରମା ୧୦,୦୦୦ରୁ କମ୍‍ ।[୩]

ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସମସ୍ୟା[ସମ୍ପାଦନା]

ଏକବିଂଶ ଶତାବ୍ଦୀ ଶେଷରେ ଭାରତରେ ମହିଳା ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ସହରାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ଭଲ ଥିବା ବେଳେ ଗ୍ରାମାଞ୍ଚଳର ଅବସ୍ଥା ବହୁତ ଖରାପ ସ୍ଥିତିରେ ପହଞ୍ଚିଛି। ଦେଶରେ ପାଖାପାଖି ୨୫ ପ୍ରତିଶତ ଚିକିତ୍ସକ ସଠିକ ଭାବରେ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ ନେଇ ନଥାନ୍ତି। [୪] ଭୌଗଳିକତା ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତରେ ମହିଳାମାନେ ସ୍ୱାସ୍ଥ କ୍ଷେତ୍ରରେ ବହୁ ଅବହେଳାର ଶିକାର ହୋଇଥାନ୍ତି। ଦେଶର ଦୁଇ ତୃତୀୟାଂଶ ଚିକିତ୍ସକ ପୁରୁଷ। ଗ୍ରାମାଞ୍ଚଳରେ ଅବସ୍ଥା ଆହୁରି ଖରାପ ବୋଲି ଜଣାପଡ଼ିଛି। କାରଣ ଗ୍ରାମାଞ୍ଚଳରେ ମାତ୍ର ୬ ପ୍ରତିଶତ ମହିଳା ଡାକ୍ତର ଥାଆନ୍ତି। ପ୍ରତି ୧୦,୦୦୦ ଲୋକରେ ମହିଳା ଚିକିତ୍ସକଙ୍କ ସଂଖ୍ୟା ହେଉଛି ୦.୫ ପ୍ରତିଶତ।

ଆଦିବାସୀ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା[ସମ୍ପାଦନା]

ଭାରତରେ ଆଦିବାସୀ ମହିଳାମାନେ ସ୍ତନ ଜନିତ ରୋଗ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ତେଲଙ୍ଗାନାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ମହିଳାଙ୍କ ଅବସ୍ଥା ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଛି। ସେହିଭଳି ସ୍ତନ କର୍କଟ ହେଉଛି ଆଦିବାସୀ ମହିଳାଙ୍କ ଅନ୍ୟତମ ବଡ଼ ସମସ୍ୟା। [୫]

ଆଧାର[ସମ୍ପାଦନା]

  1. name="Chatterjee">Chatterjee, A, and VP Paily (2011). "Achieving Millenium Development Goals 4 and 5 in India". BJOG. 118: 47–59. doi:10.1111/j.1471-0528.2011.03112.x.CS1 maint: Multiple names: authors list (link)
  2. Raj, Anita (2011). "Gender equity and universal health coverage in India". Lancet. 377: 618–619. doi:10.1016/s0140-6736(10)62112-5.
  3. http://www.samajalive.in/more-than-92-percent-of-women-in-india-forced-to-work-on-low-wages/42716.html
  4. Rao, Mohan; Rao, Krishna (2011). "Human resources for health in India". Lancet. 377: 587–98. doi:10.1016/s0140-6736(10)61888-0.
  5. http://www.thehindu.com/news/national/tamil-nadu/survey-of-tribal-women-shows-up-breast-abnormalities/article7096809.ece