ଭାରତରେ କନ୍ୟା ଭୃଣ ହତ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search

କନ୍ୟା ଭ୍ରୁଣ ହତ୍ୟା[ସମ୍ପାଦନା]

କନ୍ୟା ଭ୍ରୁଣ ହତ୍ୟା ହେଉଛି, ଯେତେବେଳେ ଜଣେ ମହିଳା ଗର୍ଭବତୀ ଥାଏ ସେତେବେଳେ ତା’ପେଟରେ ଥିବା ଭ୍ରୁଣଟି ଶିଶୁ କନ୍ୟା ବୋଲି ଜାଣି ତା’ର ହତ୍ୟା କରାଯାଇଥାଏ । ଯାହାକୁ କନ୍ୟା ଭ୍ରୁଣ ହତ୍ୟା ବୋଲି କୁହାଯାଏ । ଏହାର ମାତ୍ରା ଏବେ ସାରା ଦେଶରେ ବଢ଼ି ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ଏହା ମାତ୍ରା ଅଧିକ ଦେଖିବାକୁ ମିଳୁଛି । ଝିଅକୁ ବୋଝ ବୋଲି ଭାବି ସେମାନେ ଏଭଳି କାମ କରୁଥିବା ଜଣା ପଡ଼ିଛି । ଦିନକୁ ଦିନ ଦେଶରେ ଝିଅମାନଙ୍କ ସଂଖ୍ୟା କମୁଥିବା ବେଳେ ପୁଅମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଅ ବଡ଼ ହୋଇ ମାତା-ପିତାଙ୍କୁ ପୋଷିବ ଏବଂ ଝିଅ ବଡ଼ ହୋଇ ଅଧିକ ଅର୍ଥ ନେଇ ଶାଶୁ ଘରକୁ ଯିବ ବୋଲି କିଛି ଲୋକ ଭାବିବା ସହ କନ୍ୟା ଭ୍ରୁଣ ହତ୍ୟା ଭଳି ଅପରାଧ କରିବାକୁ ପଛାଉ ନାହାନ୍ତି । [୧]

କାରଣ[ସମ୍ପାଦନା]

କନ୍ୟା ଭ୍ରୁଣ ହତ୍ୟାର ବିଭିନ୍ନ କାରଣ ରହିଛି, ଯେମିତିକି ସମାଜରେ ଥିବା ଯୌତୁକ ପ୍ରଥା । ବିବାହ ସମୟରେ ଝିଅର ବାପ ଘର ତରଫରୁ ଦିଆ ଯାଉଥିବା ଯୌତୁକ ପ୍ରଥା ପାଇଁ କିଛି ଲୋକ ଝିଅ ଜନ୍ମ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ସମାଜରେ ପୁଅମାନଙ୍କ ପାଇଁ ସେଭଳି କିଛି ପ୍ରଥା ନଥିବାରୁ ପ୍ରାୟ ସମସ୍ତେ ପୁତ୍ର ସନ୍ତାନ ଆଶା କରୁଛନ୍ତି । ଯାହାଦ୍ୱାରା ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବା ସହ ଶେଷ ସମୟରେ ସେମାନେ ସେବା ପାଇ ପାରିବେ । [୨]

ସୃଷ୍ଟି[ସମ୍ପାଦନା]

୧୯୯୦ମସିହାରୁ କନ୍ୟା ଭ୍ରୁଣ ହତ୍ୟା ଭଳି ସମସ୍ୟା ସୃଷ୍ଟି ହୋଇଛି । ୧୯୯୦ ଅଲଟ୍ରାସାଉଣ୍ଡ ଯନ୍ତ୍ରର ବ୍ୟବହାର ହେବା ପରେ ସବୁ ଲୋକମାନେ ପିଲା ଜନ୍ମ ହେବା ପୂର୍ବରୁ ତାହା ପୁଅ କି ଝିଅ ପରୀକ୍ଷା କରି ଜାଣି ଦେବାରୁ ଏହି ଭଳି ସମସ୍ୟା ଆରମ୍ଭ ହୋଇଥିଲା । ସୁଲଭ ମୁଲ୍ୟରେ ଏହି ପରୀକ୍ଷା କରାଯାଉଥିବା ବେଳେ ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ଏହାର ଲାଭ ଉଠାଇବା ସହ କନ୍ୟା ଭ୍ରୁଣ ହତ୍ୟା ଭଳି ଅପରାଧ କରିବାକୁ ପଛାଉନଥିଲେ । ଗର୍ଭବତୀ ମହିଳାଙ୍କର ଭ୍ରୁଣ ଚିହ୍ନଟ ୧୨ ସପ୍ତାହ ମଧ୍ୟରେ ହିଁ କରାଯାଉଥିଲା । କାରଣ ୧୨ ସପ୍ତାହ ମଧ୍ୟରେ ତା’ହା ପୁଅ କି ଝିଅ ସ୍ପଷ୍ଟ ଜଣା ପଡ଼ୁଥିଲା । ୧୯୮୦ ମସିହାରେ ଭାରତର ପ୍ରମୂଖ ସହରମାନଙ୍କରେ ଅଲଟ୍ରାସାଉଣ୍ଡ ଯନ୍ତ୍ରର ବ୍ୟବହାର କରାଯାଉଥିବା ବେଳେ ୧୯୯୦ମସିହା ବେଳକୁ ଏହା ଗ୍ରାମାଞ୍ଚଳକୁ ପ୍ରସାରିତ ହୋଇଥିଲା । କରାଯାଇଥିବା ଗବେଷଣାରୁ ୧୯୯୦ ମସିହା ପରଠାରୁ ପ୍ରାୟ ୧୦ଲକ୍ଷ କନ୍ୟା ଭ୍ରୁଣକୁ ବେଆଇନ ଭାବରେ ହତ୍ୟା କରାଯାଇଛି । ଏହା ସହ ଦେଶରେ ପ୍ରାୟ ପ୍ରତି ବର୍ଷ ୧ଲକ୍ଷ ମହିଳା ତାଙ୍କ ପେଟରେ ଥିବା ଭ୍ରୁଣ କନ୍ୟା ବୋଲି ଜାଣି ଗର୍ଭପାତ କରାଉଥିବା ଜଣା ପଡ଼ିଛି । [୩]

ଆଇନ୍‌[ସମ୍ପାଦନା]

କନ୍ୟା ଭ୍ରୁଣ ହତ୍ୟା ଭଳି ଅପରାଦକୁ ରୋକିବା ପାଇଁ ଭାରତରେ ଅନେକ ଆଇନ ପ୍ରଣୟନ କରାଯାଇଛି । ଯେମିତି କି ଯୌତୁକ ନିଷେଧ ଅଧିନିୟମ ୧୯୬୧,ହିନ୍ଦୁ ବିବାହ ଅଧିନିୟମ ୧୯୫୫, ହିନ୍ଦୁ ଗ୍ରହଣ ଏବଂ ରକ୍ଷଣବେକ୍ଷଣ ଅଧିନିୟମ ୧୯୫୬, ସମାନ ପାରିଶ୍ରମିକ ଅଧିିନିୟମ ୧୯୭୬, ଅଲଟ୍ରାସାଉଣ୍ଡ ପରୀକ୍ଷା ଉପରେ ପ୍ରତିବନ୍ଧକ ୧୯୯୬ ଇତ୍ୟାଦି । [୪]

ଆଧାର[ସମ୍ପାଦନା]

  1. Data Highlights - 2001 Census Census Bureau, Government of India
  2. (PSC), Michigan Population Studies Center. "Rao: The Rising Price of Husbands: A Hedonic Analysis of Dowry Increases in Rural India". www.psc.isr.umich.edu. Retrieved 2018-03-05.
  3. Sen, Amartya (1990-12-20). "More Than 100 Million Women Are Missing". The New York Review of Books (in ଇଂରାଜୀ). ISSN 0028-7504. Retrieved 2018-03-05.
  4. Tandon, Sneh (2006). "Female Foeticide and Infanticide in India: An Analysis of Crimes against Girl Children" (PDF). International Journal of Criminal Justice Sciences. 1.