ଭାନ ନଦୀ

ଉଇକିପିଡ଼ିଆ‌ରୁ

ଭାନ ନଦୀ କେନ୍ଦ୍ରୀୟ ଭାରତର ଏକ ନଦୀ । ଏହା ତାପ୍ତି ନଦୀର ମୁଖ୍ୟ ଉପନଦୀ ପୂର୍ଣା ନଦୀର ଏକ ଉପନଦୀ । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ମହାରାଷ୍ଟ୍ରର ଅମରାବତିଠାରେ ଥିବା ସାତପୁରା ରେଞ୍ଜ ଦେଇ ଏହିନଦୀ ଦକ୍ଷିଣାଞ୍ଚଳକୁ ପ୍ରବାହିତ ହୋଇ ମହାରାଷ୍ଟ୍ରର ବୁଲଧାନାଠାରେ ଏହା ପୂର୍ଣା ନଦୀରେ ପତିତ ହୁଏ । ଏହାର ଅଧିକାଂଶ ଅଞ୍ଚଳ ମହାରାଷ୍ଟ୍ରର ତିନିଟି ଜିଲ୍ଲାରେ ରହିଛି । ଅମରାବତିରୁ ବାହାରି ଏହା ଆକୋଲା ଓ ବୁଲଧାନା ଜିଲ୍ଲାରେ ପ୍ରବାହିତ ହୁଏ । 

ଆକୋଲା ଜିଲ୍ଲାର ୱଋଠାରେ ଏକ ନଦୀବନ୍ଧ ରହିଛି । ଏହା ଉପର ଦେଇ ମହାରାଷ୍ଟ୍ର ରାଜପଥ 194 ଓ 195 ଯାଇଥାଏ । ଏହାକୁ ସ୍ଥାନ ବିଶେଷରେ ୱାନ ବା ଭାନ ନଦୀ କୁହାଯାଇଥାଏ । ୱାନ ବନ୍ୟପ୍ରାଣୀ ଅଭୟାରଣ୍ୟ ଏହିନଦୀ ତଟବର୍ତୀ ଇଲାକାରେ ରହିଛି ।[୧] ୱାନଠାରେ ଏକ ରେଳ ଷ୍ଟେସନ ମଧ୍ୟ ରହିଛି । 

ଆହୁରି ଦେଖନ୍ତୁ[ସମ୍ପାଦନା]

  1. http://www.holidaylandmark.com/index.php?option=com_k2&view=item&id=6181:vaan-river&Itemid=118