ଭର୍ସାଇ ଚୁକ୍ତି

ଉଇକିପିଡ଼ିଆ‌ରୁ
Jump to navigation Jump to search

୧୯୧୯ ମସିହା ଜୁନ୍ ୨୮ ତାରିଖରେ ଭର୍ସାଇଠାରେ ଜର୍ମାନୀ ସହିତ ମୁଖ୍ୟ ସନ୍ଧିପତ୍ର ସ୍ବାକ୍ଷରିତ ହୋଇଥିଲା ।ଏହା ଭାର୍ସାଇ ସନ୍ଧି ନାମରେ ଖ୍ୟାତ କେହି ସନ୍ଧି ଥିଲା ଏକ ଆଦେଶିତ ସନ୍ଧି ବା ନିର୍ଦ୍ଦେଶିତ ସନ୍ଧି ।ଏହା ଦୁଇ ପକ୍ଷ ମଧ୍ୟରେ ଆଲୋଚିତ ବା ସ୍ଥିରୀକୃତ ସନ୍ଧି ନ ଥିଲା। ଜର୍ମାନୀକୁ ପୁନଃ ଆକ୍ରମଣର ଭୟ ଦେଖାଇ ଏହି ସନ୍ଧିପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା । ଶନ୍ତିଚୁକ୍ତିର ସର୍ତ୍ତ ଅନୁସାରେ ଜର୍ମାନୀ ଓ ତାହାର ବନ୍ଧୁ ରାଷ୍ଟ୍ରମାନଙ୍କୁ ଆକ୍ରମଣକାରୀ ବୋଲି ଘୋଷଣା କରାଗଲା। ଜର୍ମାନୀର ସମସ୍ତ ଉପନିବେଶଗୁଡ଼ିକ ବିଜୟୀ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା | ଏହାଦ୍ୱାରା ତାର ସୀମା ସଂକୁଚିତ ହୋଇଗଲା | ଆଲସେସ୍ ଲୋରେନ୍ ଅଞ୍ଚଳକୁ ଜର୍ମାନୀଠାରୁ ନିଆଯାଇ ଫ୍ରାନ୍ସକୁ ଦିଆଗଲା। ସାର୍ ଅଞ୍ଚଳରେ ଥିବା ଜର୍ମାନୀର ସମସ୍ତ କୋଇଲା ଓ ଲୁହା ଖଣିକୁ ୧୫ ବର୍ଷ ଭୋଗ ଦଖଲ କରିବାର ସୁଯୋଗ ଫ୍ରାନ୍ସକୁ ଦିଆଗଲା। ରାଇନ୍‌ ନଦୀ ଉପତ୍ୟକାରେ ଥିବା ଜର୍ମାନୀର ସମସ୍ତ ସୈନ୍ୟଦଳକୁ ପ୍ରତ୍ୟାହାର କରିନିଆଗଲା। ଜର୍ମାନୀର ସୈନ୍ୟ ବଳକୁ ହ୍ରାସ କରାଯାଇ ଏକ ଲକ୍ଷରେ ସୀମିତ କରାଗଲା। ସେ ଆକାଶବାହିନୀ ଓ ନୌବାହିନୀ ରଖିପାରିବ ନାହିଁ ବୋଲି ସର୍ତ୍ତ ରଖାଗଲା। ଯୁଦ୍ଧର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ କରିବା ବାବଦକୁ ଜର୍ମାନୀ ୬୫୦ କୋଟି ପାଉଣ୍ଡ ଦେବ ବୋଲି ଧାର୍ଯ୍ୟ କରାଗଲା।

ଅଷ୍ଟ୍ରିଆ-ହଙ୍ଗେରୀକୁ ଭାଗ କରାଯାଇ ହଙ୍ଗେରୀକୁ ଏକ ସ୍ୱାଧୀନ ରାଷ୍ଟ୍ର ବୋଲି ଘୋଷଣା କରାଗଲା। ଚେକୋସ୍ଲୋଭାକି ଆ, ଯୁଗୋସ୍ଲୋଭିଆ ଓ ପୋଲାଣ୍ଡ ସ୍ୱାଧୀନ ହେଲେ। ତୁର୍କୀର ସୀମା ସଂକୁଚିତ ହେଲା।

ଏହି ସବୁ ଚୁକ୍ତିର ସର୍ତ୍ତ ଗୁଡ଼ିକ ସ୍ଥିର କଲାବେଳେ ବିଜୟୀ ରାଷ୍ଟ୍ରମାନେ ସେମାନଙ୍କର ସଂକୀର୍ଣ୍ଣ ମନ, ସାମ୍ରାଜ୍ୟ ଲୋଭ ଓ ଅଦୂରଦର୍ଶିତାର ପରିଚୟ ଦେଇଥିଲେ। ଏହି ଅପମାନଜନକ ସର୍ଭଗୁଡ଼ିକ ଜର୍ମାନୀ ମନ ଭିତରେ ପ୍ରତିଶୋଧ ଭାବନା , ଜାଗ୍ରତ କରିଥିଲେ। ପରବର୍ତ୍ତୀ କାଳରେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ମୁଖ୍ୟ କାରଣ ହୋଇଥିଲା।