Jump to content

ଭକ୍ତି ବାରଭେ

ଉଇକିପିଡ଼ିଆ‌ରୁ
ଭକ୍ତି ବାରଭେ
ଫାଇଲ:Bhakti Barve (1948 – 2001).jpg
ଜନ୍ମ(1948-09-10)୧୦ ସେପ୍ଟେମ୍ବର ୧୯୪୮
ସଙ୍ଗଲି, ବମ୍ବେ ରାଜ୍ୟ, ଭାରତୀୟ ଅଧିରାଜ୍ୟ
ମୃତ୍ୟୁ୧୨ ଫେବୃଆରୀ ୨୦୦୧(2001-02-12) (ବୟସ ୫୨)
ଅନ୍ୟ ନାମଭକ୍ତି ବାରଭେ ଇନାମଦାର
ବୈବାହିକ-ସାଥୀଶଫି ଇନାମଦାର

ଭକ୍ତି ବାରଭେ (୧୦ ସେପ୍ଟେମ୍ବର ୧୯୪୮ – ୧୨ ଫେବୃଆରୀ ୨୦୦୧) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ହିନ୍ଦୀ, ଗୁଜରାଟି ଓ ମରାଠୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ତଥା ଥିଏଟରରେ କାମ କରୁଥିଲେ । କୁନ୍ଦନ ଶାହାଙ୍କ କମେଡ଼ି କଥାଚିତ୍ର ଜାନେ ଭି ଦୋ ୟାରୋ (୧୯୮୩) ପାଇଁ ସେ ଜଣାଶୁଣା, ଯେଉଁଥିରେ ସେ ନସୀରଉଦ୍ଦିନ ଶାହା, ସତୀଶ ଶାହା ଓ ରବି ବସ୍ୱାନୀଙ୍କ ସହିତ କାମ କରିଥିଲେ ।[୧]

ସେ ଥିଏଟର୍ ୟୁନିଟ୍, ଇଣ୍ଡିଆନ୍ ନ୍ୟାସନାଲ୍ ଥିଏଟର୍ ଓ ରଙ୍ଗାୟନ ଭଳି ଥିଏଟର୍ ଦଳ ସହିତ ଜଡ଼ିତ ଥିଲେ । ତି ଫୁଲରାଣୀ, ନାଗ ମଣ୍ଡଳ, ଆୟୀ ରାତିରେ ହୋତେ ଆହେହ୍ୟାଣ୍ଡ୍‌ସ୍ ଅପ୍ ଭଳି ଲୋକପ୍ରିୟ ଏଥିଟର୍ ନାଟକରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭାରତୀୟ ଅଧିରାଜ୍ୟର ବମ୍ବେ ପ୍ରେସିଡେନ୍ସିର ସଙ୍ଗଲି ଠାରେ ୧୯୪୮ ମସିହାର ସେପ୍ଟେମ୍ବର ୧୦ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ସ୍କୁଲ ପାଠପଢ଼ା ସମୟରେ, ସେ ସୁଧା କର୍ମକାରଙ୍କ ପ୍ରଯୋଜନାରେ ଏକ ଥିଏଟର ଗ୍ରୁପ୍‌ରେ ଯୋଗ ଦେଇଥିଲେ । ସେ ଅଭିନେତା ଶଫି ଇନାମଦାରଙ୍କୁ ବିବାହ କରିଥିଲେ, ଯିଏକି ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର ଓ ଧାରାବାହିକ[ସମ୍ପାଦନା]

  • ଜାନେ ଭି ଦୋ ୟାରୋ (୧୯୮୩)
  • ହଜାର ଚୌରାସି କି ମାଆ (୧୯୯୮)
  • ଜନ୍ନତ ଟକିଜ୍
  • ରିସ୍ତେ (ଟିଭି ସିରିଜ୍) - ଆଧ୍ୟାୟ: ୬୮, (୩ୟ ସିଜିନ୍)
  • ଘରକୁଳ

ଥିଏଟର[ସମ୍ପାଦନା]

  • ତୀ ଫୁଲରାନୀ
  • ଥ୍ୟାଙ୍କ୍ ୟୁ ମି. ଗ୍ଲାଡ୍
  • ଅଜବ ନ୍ୟାୟ ବର୍ତୁଳାଚା
  • ଆଇ ରାତିରେ ହୋତେ
  • ରଙ୍ଗ ମଜା ବେଗଲା
  • ଗାନ୍ଧୀ ବିରୁଦ୍ଧ ଗାନ୍ଧୀ
  • ଅଖେରଚା ସୱାଲ
  • ଡବଲ୍ ଗେମ୍
  • କିମାୟାଗର
  • ଡମ୍ବା ଦ୍ୱୀପଚା ମୁଖାବଲା
  • ନାଗ ମଣ୍ଡଳ
  • ଆଧେ ଅଧୁରେ
  • ହ୍ୟାଣ୍ଡସ୍ ଅପ୍
  • ବେବୀ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୧୯୯୦ ମସିହାରେ, ଜାତୀୟ ସଙ୍ଗୀତ ଏକାଡେମୀ ଦ୍ୱାରା ତାଙ୍କୁ ମରାଠୀ ଥିଏଟରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩] ଏହା ବ୍ୟତୀତ, ତାଙ୍କୁ ମହାରାଷ୍ଟ୍ର ଗୌରବ ପୁରସ୍କାର ଓ ଅଭିନୟ ପୁରସ୍କାର ପାଇଛନ୍ତି । ୨୦୦୧ ମସିହାରେ, ତାଙ୍କୁ ଇଣ୍ଡିଆନ୍ ଟେଲି ଆୱାର୍ଡ଼ସ୍‌ରେ ସମ୍ମାନିତ କରାଯାଇଥିଲା ।[୨]

ମୃତ୍ୟୁ[ସମ୍ପାଦନା]

୧୧ ଫେବୃଆରୀ ୨୦୦୧ରେ ସେ ୱାଇ ଠାରେ ଏକକ ଅଭିନୟ, ପୁ ଲା ଫୁଲରାଣୀ ଆଣୀ ମୀ ପରିବେଷଣ କରିଥିଲେ । ସେଦିନ ରାତି ୨.୪୫ ବେଳେ ମୁମ୍ବାଇ ଫେରୁଥିବାବେଳେ, ମୁମ୍ବାଇ-ପୁନେ ଏକ୍ସପ୍ରେସ୍‌ୱେ ଠାରେ ତାଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।[୪][୫]

ଆଧାର[ସମ୍ପାଦନା]

  1. The Oxford companion to Indian theatre, by Ananda Lal. Oxford University Press, 2004. ISBN 0-19-564446-8. page 37.
  2. ୨.୦ ୨.୧ "Tee Phulrani leaves an aching void on stage and screen". Screen. 16 February 2001. Archived from the original on 22 October 2008. Retrieved 8 September 2012.
  3. Bhakti Barve Inamdar 1990 Archived 3 March 2016 at the Wayback Machine. Sangeet Natak Akademi Award Official listing.
  4. TV, stage actress Bhakti Barve dies in car accident Indiantelevision, 12 February 2001.
  5. The petite dame takes her final bow Indian Express, 13 February 2001.

ବାହାର ଲିଙ୍କ୍[ସମ୍ପାଦନା]