ଭକ୍ତରାମ ଦେସ୍ତି

ଉଇକିପିଡ଼ିଆ‌ରୁ
ଭକ୍ତରାମ ଦେସ୍ତି
ବ୍ୟକ୍ତିଗତ ତଥ୍ୟ
ଜନ୍ମ (2002-06-14) ୧୪ ଜୁନ ୨୦୦୨ (ବୟସ ୨୧)
ଆରଏସସି-୪, ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା
Sport
କ୍ରୀଡ଼ାଭାରୋତ୍ତୋଳନ
Updated on ୧୧ ଜୁଲାଇ ୨୦୧୯.

ଭକ୍ତରାମ ଦେସ୍ତି(ଜନ୍ମ : ୧୪ ଜୁନ ୨୦୦୨)[୧], ଜଣେ ଭାରତୀୟ ଭାରୋତ୍ତୋଳକ ।[୨] ସେ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ମହାଦେଶର ସାମୋଆଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୩]

ଭକ୍ତରାମ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅନ୍ତର୍ଗତ ଆରଏସସି-୪ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ସୁଦନ ଦେସ୍ତି ଓ ମାତାଙ୍କ ନାମ ତୁଳା । ପରିବାରର ଆର୍ଥିକ ଦୂରାବସ୍ଥାଯୋଗୁ ତାଙ୍କୁ ବଜାରରେ ଯାଇ ମାଣ୍ଡିଆ ବିକ୍ରୀ କରିବାକୁ ପଡୁଥିଲା । ୨୦୧୪ମସିହାରେ ଭକ୍ତରାମ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇଥିଲେ । ସେଠାରେ ପ୍ରଶିକ୍ଷିକା ସୀତାକୁମାରୀ ଜେନାଙ୍କଠାରୁ ଭାରୋତ୍ତୋଳନର ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।[୪] ୨୦୧୬ମସିହାରେ ସେ ଜାତୀୟ ବିଦ୍ୟାଳୟ କ୍ରୀଡ଼ା, ୨୦୧୮ ଓ ୨୦୧୯ରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୫] ଏହାପରେ, ସେ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ(ଏନଆଇଏସ)ରୁ ପ୍ରଶିକ୍ଷଣ ଲାଭ କରିଥିଲେ । ୨୦୧୯ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ସେ ଯୁବ ଜୁନିୟର ବର୍ଗରେ ୧୮୪କିଗ୍ରା ଓଜନ ଉଠେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୬]

ଆଧାର[ସମ୍ପାଦନା]

  1. orisports.com. orisports http://orisports.com/PersonDetails.aspx?pId=MjA0MQ==. Retrieved 11 July 2019. {{cite web}}: Missing or empty |title= (help)
  2. "Children from humble background shine in Khelo India Games". www.outlookindia.com. the outlook. Retrieved 11 July 2019.
  3. "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ ଚମକ: ଭକ୍ତରାମଙ୍କୁ ଡବଲ୍‌, ଝିଲ୍ଲୀଙ୍କୁ ୧ ସ୍ବର୍ଣ୍ଣ". www.dharitri.com. ଧରିତ୍ରୀ. Retrieved 11 July 2019.
  4. "ମାଣ୍ଡିଆ ବିକାଳିରୁ ଜାତୀୟ ଭାରୋତ୍ତୋଳକ ଭକ୍ତରାମ". www.prameya.com. ପ୍ରମେୟ. Retrieved 11 July 2019.
  5. "Khelo India School Games benefits ensures a smoother path for talented young lifters from modest backgrounds". www.thestatesman.com. the statesman. Retrieved 11 July 2019.
  6. "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ". No. ସମାଜ ୧୦/୦୭/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୩. ସମାଜ. Retrieved 11 July 2019.