Jump to content

ଭକ୍ତରାମ ଦେସ୍ତି

ଉଇକିପିଡ଼ିଆ‌ରୁ
ଭକ୍ତରାମ ଦେସ୍ତି
ବ୍ୟକ୍ତିଗତ ତଥ୍ୟ
ଜନ୍ମ (2002-06-14) ୧୪ ଜୁନ ୨୦୦୨ (ବୟସ ୨୩)
ଆରଏସସି-୪, ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା
Sport
କ୍ରୀଡ଼ାଭାରୋତ୍ତୋଳନ
Updated on ୧୧ ଜୁଲାଇ ୨୦୧୯.

ଭକ୍ତରାମ ଦେସ୍ତି(ଜନ୍ମ : ୧୪ ଜୁନ ୨୦୦୨)[], ଜଣେ ଭାରତୀୟ ଭାରୋତ୍ତୋଳକ ।[] ସେ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ମହାଦେଶର ସାମୋଆଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[]

ଭକ୍ତରାମ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅନ୍ତର୍ଗତ ଆରଏସସି-୪ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ସୁଦନ ଦେସ୍ତି ଓ ମାତାଙ୍କ ନାମ ତୁଳା । ପରିବାରର ଆର୍ଥିକ ଦୂରାବସ୍ଥାଯୋଗୁ ତାଙ୍କୁ ବଜାରରେ ଯାଇ ମାଣ୍ଡିଆ ବିକ୍ରୀ କରିବାକୁ ପଡୁଥିଲା । ୨୦୧୪ମସିହାରେ ଭକ୍ତରାମ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇଥିଲେ । ସେଠାରେ ପ୍ରଶିକ୍ଷିକା ସୀତାକୁମାରୀ ଜେନାଙ୍କଠାରୁ ଭାରୋତ୍ତୋଳନର ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।[] ୨୦୧୬ମସିହାରେ ସେ ଜାତୀୟ ବିଦ୍ୟାଳୟ କ୍ରୀଡ଼ା, ୨୦୧୮ ଓ ୨୦୧୯ରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[] ଏହାପରେ, ସେ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ(ଏନଆଇଏସ)ରୁ ପ୍ରଶିକ୍ଷଣ ଲାଭ କରିଥିଲେ । ୨୦୧୯ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ସେ ଯୁବ ଜୁନିୟର ବର୍ଗରେ ୧୮୪କିଗ୍ରା ଓଜନ ଉଠେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[]

  1. orisports.com. orisports http://orisports.com/PersonDetails.aspx?pId=MjA0MQ==. Retrieved 11 July 2019. {{cite web}}: Missing or empty |title= (help)
  2. "Children from humble background shine in Khelo India Games". www.outlookindia.com. the outlook. Retrieved 11 July 2019.
  3. "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ ଚମକ: ଭକ୍ତରାମଙ୍କୁ ଡବଲ୍‌, ଝିଲ୍ଲୀଙ୍କୁ ୧ ସ୍ବର୍ଣ୍ଣ". www.dharitri.com. ଧରିତ୍ରୀ. Retrieved 11 July 2019.
  4. "ମାଣ୍ଡିଆ ବିକାଳିରୁ ଜାତୀୟ ଭାରୋତ୍ତୋଳକ ଭକ୍ତରାମ". www.prameya.com. ପ୍ରମେୟ. Archived from the original on 11 July 2019. Retrieved 11 July 2019.
  5. "Khelo India School Games benefits ensures a smoother path for talented young lifters from modest backgrounds". www.thestatesman.com. the statesman. Retrieved 11 July 2019.
  6. "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ". No. ସମାଜ ୧୦/୦୭/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୩. ସମାଜ. Retrieved 11 July 2019.