ବ୍ୟାଟେରୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଛାଞ୍ଚ:Infobox electronic component

(ବାମରୁ) AA, AAA, AAAA ଓ A23 ବ୍ୟାଟେରୀ

ବ୍ୟାଟେରୀ ଏକ ଉପକରଣ ଯାହା ରସାୟନିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ସଳଖ ବିଦ୍ୟୁତ୍ (Direct Current) ଉତ୍ପନ୍ନ କରେ । ଏଥିରେ ଦୁଇଟି ଟର୍ମିନାଲ ଥାଏ: କ୍ୟାଥୋଡ଼ ବା ଧନାତ୍ମକ ଓ ଆନୋଡ଼ ବା ଋଣାତ୍ମକ । ଧନାତ୍ମକ ଟର୍ମିନାଲଟି ଋଣାତ୍ମକ ଠାରୁ ଉଚ୍ଚ ବିଭବ (potential)ରେ ଥାଏ । ଋଣାତ୍ମକ ଟର୍ମିନାଲଟି ଇଲେକ୍ଟ୍ରନର ସ୍ରୋତ । ବାହ୍ୟ ସର୍କିଟ ବ୍ୟାଟେରୀ ସହ ସଂଯୋଗ କଲେ, ଋଣାତ୍ମକ ଟର୍ମିନାଲରୁ ଇଲେକ୍ଟ୍ରନ ଗୁଡ଼ିକ ଗତିଶୀଳ ହୋ‍ଇ ଅନ୍ୟ ଟର୍ମିନାଲକୁ ଯାଆନ୍ତି ଯାହା ଫଳରେ ସର୍କିଟ ଦେଇ ବିଦ୍ୟୁତ୍ ପ୍ରବାହ ହୁଏ ।ଏହି ଇଲେକ୍ଟ୍ରନ ଗୁଡ଼ିକ ବ୍ୟାଟେରୀରେ ଥିବା ରସାୟନ ମଧ୍ୟରେ ରାସାୟନିକ ପ୍ରକ୍ରିୟାଦ୍ୱାରା ଇଲେକ୍ଟ୍ରୋଲାଇଟ୍ରୁ ଭାଙ୍ଗି ଆୟନରେ ପରିଣତ ହେବା ଯୋଗୁଁ ଉତ୍ପନ୍ନ ହୁଏ । ଆଜିକାଲି ବ୍ୟାଟେରୀ ବୋ‍ଇଲେ ଯାହା ବୁଝାଏ, ପୂର୍ବେ ତାହାକୁ ସେଲ୍ ବୋଲି କୁହାଯାଉଥିଲା । କେତେ ଗୁଡ଼ିଏ ସେଲ୍‌ର ସମଷ୍ଟିକୁ ବ୍ୟାଟେରୀ ବୋଲି କୁହାଯାଉଥିଲା, କିନ୍ତୁ ଆଜିକାଲି ଗୋଟିଏ ସେଲ୍‌କୁ ମଧ୍ୟ ବ୍ୟାଟେରୀ କୁହାଯାଉଛି ।

22,5 V ବ୍ୟାଟେରୀ

ବ୍ୟାଟେରୀ ଦୁଇ ପ୍ରକାରର: ପ୍ରାଥମିକ ଓ ଦ୍ୱିତୀୟକ । ପ୍ରାଥମିକ ଥରେ ବ୍ୟବହାର ସରିଲେ ଅକାମୀ ହୋ‍ଇଯାଏ । ଏଥିରେ ଥିବା ରସାୟନ ଗୁଡ଼ିକ ପ୍ରତିକ୍ରିୟା ବେଳେ ଅପରିବର୍ତ୍ତନୀୟ ଭାବେ ବିଘଟିତ ହୋ‍ଇଯାଆନ୍ତି । ଆମେ ନିତିଦିନ ବ୍ୟବହାର କରୁଥିବା କାନ୍ଥଘଣ୍ଟା ବା ଖେଳଣା ଆଦିର ଆଲକାଲାଇନ ବ୍ୟାଟେରୀ ଏହି ଶ୍ରେଣୀର । ଦ୍ୱିତୀୟକ ବା ରିଚାର୍ଜେବଲ ବ୍ୟାଟେରୀକୁ ବାରମ୍ବାର ବ୍ୟବହାର କଲା ପରେ ରିଚାର୍ଜ କରି ପୁନଃବ୍ୟବହାର କରିହୁଏ । ଗାଡ଼ିରେ ଥିବା ଲେଡ ଏସିଡ ବ୍ୟାଟେରୀ ବା କ୍ୟାମେରା ଓ ମୋବାଇଲର ଲି-ଆୟନ ବ୍ୟାଟେରୀ ଏହି ଶ୍ରେଣୀର ।

ବ୍ୟାଟେରୀ ଅନେକ ଆକାର ଓ ରୂପରେ ଆସେ । ଛୋଟିଆ ଶ୍ରବଣଯନ୍ତ୍ର ଲାଗି କ୍ଷୁଦ୍ରାତିକ୍ଷୁଦ୍ର ବ୍ୟାଟେରୀରୁ ଆରମ୍ଭ କରି ଟେଲିଫୋନ ଏକ୍ସଚେଞ୍ଜ ଗୁଡ଼ିକରେ ବ୍ୟାକଅପ ଶକ୍ତି ଲାଗି ଘର ଆକାରର ବ୍ୟାଟେରୀ ମଧ୍ୟ ରହିଛି ।

୨୦୦୫ରେ ଏକ ଅନୁମାନ ଅନୁସାରେ ପ୍ରତିବର୍ଷ ବ୍ୟାଟେରୀ ବିକ୍ରୟରୁ ୪୮ ବିଲିୟନ ଆମେରିକୀୟ ଡଲାରର ବ୍ୟାପାର ହୋ‍ଇଥାଏ ।

ଇତିହାସ[ସମ୍ପାଦନା]

କୌଣସି ବୈଦ୍ୟୁତିକ ଉପକରଣ ଲାଗି ବ୍ୟାଟେରୀ ନାମର ବ୍ୟବହାର ୧୭୪୮ରେ ପ୍ରଥମ କରି ବେଞ୍ଜାମିନ ଫ୍ରାଙ୍କଲିନ କରିଥିଲେ । ସେ ବ୍ୟାଟେରୀ ଶବ୍ଦଟି ସାମରିକ ବ୍ୟାଟେରୀରୁ ଉଦ୍ଧୃତ କରିଥିଲେ । ସାମରିକ ଭାଷାରେ ବ୍ୟାଟେରୀର ଅର୍ଥ ଗୁଡ଼ିଏ ଅସ୍ତ୍ର-ଶସ୍ତ୍ର ଏକାଥରକେ କାମ କରିବା । ସେଲ୍ ଭାବେ କେତେଗୁଡିଏ ଲେଡ଼େନ୍ ଜାରକୁ ଯୋଡ଼ିଥିବା ବେଳେ ତୁଳନାତ୍ମକ ଭାବେ ସେ ଏହି ନାମଟି ବାଛିଥିଲେ ।[୧] with 6% annual growth.

ପୁନଃପ୍ରକ୍ରିୟାକରଣ (Recycling) ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ବ୍ୟାଟେରୀ

ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକ ଗୁଡିକ ଲୁଣିପାଣିରେ ଭିଜିଥିବା କାଗଜପଟାଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।ଏଥିରୁ ସ୍ଥିର ଭାବେ ଅଳ୍ପ କରେଣ୍ଟ ଦୀର୍ଘ ସମୟ ଧରି ଉତ୍ପନ୍ନ ହେ‍ଉଥିଲା । ଭୋଲ୍ଟା ଜାଣିପାରି ନଥିଲେ ଯେ କରେଣ୍ଟ, ରାସାୟନିକ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଛି । ସେ ଧରିନେଇଥିଲେ ଯେ ତାଙ୍କ ସେଲ୍ ବିଦ୍ୟୁତ୍ର ଅକ୍ଷୟ ଭଣ୍ଡାର । ରାସାୟନିକ ପ୍ରକ୍ରିୟାରେ ଇଲେକ୍ଟ୍ରୋଡ ଗୁଡ଼ିକର ଅବକ୍ଷୟ ଯେ ସେଲ୍ର କାର୍ଯ୍ୟପ୍ରଣାଳୀର ଅଂଶ ଓ କୌଣସି ପାର୍ଶ୍ୱ ପ୍ରଭାବ ନୁହଁ ତାହା ସେ ହୃଦୟଙ୍ଗମ କରିପାରିନଥିଲେ, ଯାହାକି ପରେ ୧୮୩୪ରେ ମାଇକେଲ ଫାରାଡ଼େ ପଦର୍ଶିତ କରିଥିଲେ ।

ମୌଳିକ ସିଦ୍ଧାନ୍ତ[ସମ୍ପାଦନା]

ଶ୍ରେଣୀବିଭାଗ[ସମ୍ପାଦନା]

ଜୀବନକାଳ[ସମ୍ପାଦନା]

ଆକାର[ସମ୍ପାଦନା]

ବିପଦ[ସମ୍ପାଦନା]

ରାସାୟନିକ ପ୍ରକ୍ରିୟା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Power Shift: DFJ on the lookout for more power source investments.Draper Fisher Jurvetson. Retrieved 20 November 2005.