ବ୍ୟବହାରକାରୀ:Susant purohit/ଭୂଷଣ ଷ୍ଟିଲ

ଉଇକିପିଡ଼ିଆ‌ରୁ

ଭୂଷଣ ଷ୍ଟିଲ ଲିମିଟେଡ , ଯାନବହନ ନିର୍ମାଣରେ ଲାଗୁଥିବା ଷ୍ଟିଲ ପାଇଁ ଭାରତର ସର୍ବବୃହତ ପ୍ରସ୍ତୁତକର୍ତା । ଏହି କମ୍ପାନୀ ବର୍ତମାନ ଉତ୍ପାଦନ କ୍ଷ୍ୟମତା ୧ ମିଲିୟନ ଟନରୁ ୧୨ ମିଲିୟନ ଟନକୁ ବୃଦ୍ଧି କରିବାକୁ ସଂପ୍ରସାରଣ ଯୋଜନା କରିବାରୁ ଏହା ଋଣ ଗ୍ରସ୍ତ ହେଇପଡିଛି । ବର୍ତମାନ କମ୍ପାନୀର ଋଣ ୩୧,୮୩୮ କୋଟିରେ ପହଞ୍ଚିବା ଫଳରେ ତାହାର ନିଜସ୍ୱ ଈକୁଇଟିର ୩.୫ ଗୁଣ ଅର୍ଥ ଋଣ କରିସାରିଲାଣି । 

ଆର୍ଥିକ ସ୍ଥିତି ଓ ପରିଚାଳନା  [ସମ୍ପାଦନା]

 ୨୦୦୧ ମସିହାରେ ୫ ବିଲିଅନ ଟଙ୍କାର ବିକ୍ରୟ କରିଥିବା ଭ୍ସାନ ୨୦୦୭ରେ ତାହାକୁ ୪୦ ବିଲିଅନକୁ ବୃଦ୍ଧି କରିଥିଲା । ୨୧୧୦୭ରେ ତାର ଲାଭ ୩.୧୩ ବିଲିଅନ ହେଇଥିଲା । । ଏହି କମ୍ପାନୀ ବିଶ୍ୱର ଉନ୍ନତ ଦେଶ ସମେତ କେତେକ ଦେଶକୁ ରପ୍ତାନି କରିଥାଏ । .[୧]

ଏହି କମ୍ପାନୀର ଚେଯାରମେନ ବ୍ରିଜ ଭୂଷଣ ସିଂହଳ ଓ ନୀରଜ ସିଂହଳ ଏହାର ମେନେଜିଙ୍ଗ ଡ଼ିରେକ୍ଟର। .[୧]

ମହାରାଷ୍ଟ୍ରର ଖୋପଳିଠାରେ ଏହାର କାରଖାନା ୨୦୦୪ରେ ଯାନବାହାନ ନିର୍ମାଣ ପାଇଁ ବିଭିନ୍ନ କିସମର  ଇସ୍ପାତ ଉତ୍ପାଦନ ଅରମ୍ଭା କରିଥିଲା । 

ଉତ୍ତର ପ୍ରଦେଶର ଗଜିଆବାଦର ସହିବାବାଦ ସ୍ଥିତ କାରଖାନାରେ ୧୭୦୦ ମିଲିମିଟର ଇସ୍ପାତ ଶିଟ ଉତ୍ପାଦିତ ହୁଏ । .[୧]

ଓଡ଼ିଶାର ଢେଙ୍କାନାଳଠାରେ ହଟ ରୋଲେଡ ଇସ୍ପାତ ପ୍ରସ୍ତୁତ ହେଇଥାଏ । ବର୍ତମାନ ଏହାର ଅଭିବୃଦ୍ଧିକରଣ କମ ଚାଲିଛି [୧]

 ଭୂଷଣର ଭାରତର ୪ଟି ସ୍ଥାନରେ ୭ଟି ଇସ୍ପାତ ଓ ଶକ୍ତି ଉତ୍ପାଦନ କାରଖାନା ରହିଛି । ସେଗୁଡିକ ପଞ୍ଜାବର ଚଣ୍ଡିଗଡ ଓ  ଡେରାବାସୀ ପଶ୍ଚିମ ବଙ୍ଗର ଡାଙ୍କୁଣି ଓ ଓଡ଼ିଶାର ଝାରସୁଗୁଡା ନିକଟସ୍ଥ ଠେଳକୁଲି । [୨]

ସଂପ୍ରସାରଣ ପ୍ରକଳ୍ପ ସବୁ [ସମ୍ପାଦନା]

ଓଡ଼ିଶାର ଢେଙ୍କାନାଳରେ ୩ ମିଲିୟନ ଟନ କ୍ଷ୍ୟମାତା ବିଶିଷ୍ଟ କାରଖାନା ସହ ଅନ୍ୟ ପରିବର୍ଦ୍ଧନ ପାଇଁ କମ୍ପାନୀ ତରଫରୁ ଉଦ୍ୟମ ଚାଲିଛି । ଅନନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଭୂଷଣର ବିସ୍ତାରିକରଣ ପ୍ରସ୍ତାବ ସବୁ ସମ୍ପୃକ୍ତ ରାଜ୍ୟ ସରକାର ମାନଙ୍କ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଯାଉଛି । 

ଆଧାର ସମୂହ [ସମ୍ପାଦନା]