ବ୍ୟବହାରକାରୀ:Susant purohit/କୁମାରଦାସ
କୁମାରଦାସ ପ୍ରାଚୀନ ସଂସ୍କୃତ ମହାକାବ୍ୟ "ଜାନକୀ-ହରଣ"ର ରଚୟତା । ଜାନକୀ ସୀତାଙ୍କ ଅନ୍ୟ ନାମ । ରାବଣ ସିତାଙ୍କୁ ଅପହରଣ କରି ନେଇଥିବା ବିଷୟ ଭାରତୀୟ ମହାକାବ୍ୟ ରାମାୟଣର ମୁଖ୍ୟ ବିଷୟ ବସ୍ତୁ । ସୀତା ସେତେବେଳେ ଅରଣ୍ୟରେ ପଟି ରାମ ଓ ତାଙ୍କର ଭ୍ରାତା ଲକ୍ଷ୍ମଣଙ୍କ ସହ ବନବାସରେ ରହୁଥିଲେ । ମାୟା ମୃଗର ରୂପରେ ପ୍ରଲୋଭିତ ହେଇ ସୀତା ରାମ ଓ ଲକ୍ଷ୍ମଣଙ୍କୁ ମୃଗକୁ ଧରିବାକୁ ଅରଣ୍ୟ ଭିତରକୁ ପଠେଇ ଦେଲେ । ଲକ୍ଷ୍ମଣ କୁଟୀର ଆଗରେ ଏକ ସୁରକ୍ଷ୍ୟା ରେଖା ଟାଣି ତାହା ନ ଡେଇଁ ବାକୁ ସୀତାଙ୍କୁ ଅନୁରୋଧ କରି ଯାଇଥିଲେ ।ସେଇ ସୁରକ୍ଷ୍ୟା ରେକା " ଲକ୍ଷ୍ମଣ ରେଖା " ନାମରେ ଆଜି ଯାଏ ପ୍ରଚଳିତ ହେଇଥାଏ । ହେଲେ ମୟାବୀ ରାବଣ ସୀତାଙ୍କୁ ଭୁଲେଇ ନେଇଯାଇଥିଲା । ଏହି ବିଷୟ ବସ୍ତୁ ଉପରେ ପରଜ୍ଯବେଶିତ ଏହି ଜାନକୀ ହରଣର ବିଷୟ ବସ୍ତୁ ମୂଳ ବାଲ୍ମୀକି ରାମାୟଣର ରୂପାନ୍ତର ।
ସିଂହଳୀ ଭାଷାର ଅନୁବାଦକାରୀ କୁମରଦାସଙ୍କୁ କେତେକ 513 ମସିହାରୁ 522 ମସିହା ମଧ୍ୟରେ ରାଜୁତି କରିଥିବା ରାଜା କୁମାରଧସ୍ତୁସେନା ବୋଲି କହିଥାନ୍ତି । ତେବେ ତାହାର ସ୍ବଚ୍ଛ ତଥ୍ୟ ମିଳି ନାହି । କବି ନିଜେ ତାଙ୍କର ପିତା ମାନିତ ସିଂହଳୀ ରାଜା କୁମାରମଣିଙ୍କ ଜଣେ ସେନାପତି ଥିଲେ ବୋଲି ଉଲ୍ଲେଖ କରିଛନ୍ତି । ମାନିତ ସେ ଜନ୍ମ ହେଲା ଦିନ ମୃତ୍ୟୁ ମୁଖରେ ପଡିଥିଲେ । ସେ ତାଙ୍କର କାକା ମେଘା ଓ ଅଗ୍ରବୋଧିଙ୍କଦ୍ଵାରା ପାଳିତ ହେଇଥିଲେ । କାବ୍ଯ ମୀମାଂଷା କାବ୍ଯର ରଚୟକ ରାଜଶେଖର କବି କୁମାର ଦାସ ଜନ୍ମାନ୍ଧ ଥିଲେ ବୋଲି 9 ମ ଶତାବ୍ଦୀରେ ତାଙ୍କ ଲେଖାରେ ଉଲ୍ଲେଖ କରିଥିଲେ । କିଛି ସାହିତ୍ଯ ବିଡଙ୍କ ମତରେ କୁମାର ଦାସଙ୍କ କବିତା କାଳିଦାସ ଲେଖିଥିଲେ ବୋଲି କୁହନ୍ତି । କିନ୍ତୁ କୁମାର ଦାସ କାଲିଦାସଙ୍କ ପରେ ଆସିଥିଲେ ଓ 500 ମସିହା ଯାଏ ବଞ୍ଚିଥିଲେ । ଏହା ମେଘାଙ୍କ ପୂର୍ବରୁ ଓ ଭାରବିଙ୍କ ପରେ ହେଇଥିଲା । ତେଣୁ ତାଙ୍କ ପୂର୍ବରୁ କାଳିଦାସଙ୍କ ରଘବଂଶ ଥିଲା । .[୧]
ଆଧାର ସମୂହ
[ସମ୍ପାଦନା]- ↑ V. Raghavan. Janakiharana of Kumaradasa: A Study. Motilal Banarsidass. pp. 19–30.