ବ୍ୟବହାରକାରୀ:Subhakant SD

ଉଇକିପିଡ଼ିଆ‌ରୁ

ନମସ୍କାର 🙏🙏🙏 ମୁଁ ଶୁଭକାନ୍ତ , ପୁରାନାମ:ଶୁଭକାନ୍ତ ଧଳ , ପିତା :ଜଗନ୍ନାଥ ଧଳ ଓ ମାତା :ସ୍ବର୍ଣ୍ଣଲତା ଧଳ ।

ମୁଁ ୧୯୯୫ ମସିହା ଜୁନ ୦୮ ତାରିଖରେ ଭାରତର ଓଡିଶା ରାଜ୍ୟର , ଯାଜପୁର ଜିଲ୍ଲାର , ବରୀ କଳାମାଟିଆ ଠାରେ ଜନ୍ମଗ୍ରହଣ କରିଥିଲି।

ପିଲାଦିନରୁ ଚିତ୍ରକଳା , ପ୍ରବନ୍ଧ ତଥା କବିତା ପ୍ରତି ବହୁତ ରୁଚି ଥିଲା , ଏବଂ ପିଲାଦିନରୁ ଏହି ପ୍ରତିଭା ଧିରେ ଧିରେ ବିକଶିତ ହେବାକୁ ଲାଗିଲା.

ମୋତେ ଯେତେବେଳେ ୬ ବର୍ଷ ଚାଲିଲା ଅର୍ଥାତ ୨୦୦୧ ରୋ ମୁଁ ମୋର ପ୍ରାଥମିକ ଶିକ୍ଷା , କାଇପଡା ନିମ୍ନ ମୌଳିକ ବିଦ୍ୟାଳୟରେ ଲାଭକଲି।

ପରେ ମୁଁ ୨୦୦୬ ରେ କାଇପଡା ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରି ୨୦୧୧ ମସିହାରେ ୧୦ମ ଶ୍ରେଣୀ ମାଟ୍ରିକ ପରୀକ୍ଷା ୨ୟ ସ୍ତରରେ ଅତିକ୍ରମ କଲି।

ଏହି ସମୟରେ ଚିତ୍ରକଳା ରେ ଓଡିଶା ସରକାରଙ୍କ ଏକ ସଂଗଠନ ଦ୍ୱାରା ୨୦୧୧ ମସିହାରେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲି।

ପରେ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ମୁଁ କାଶିନାଥ ମହାବିଦ୍ୟାଳୟ , କାଇପଡା ଠାରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଲି ଓ ପରେ ୨୦୧୩ ରେ ୨ୟ ସ୍ତରରେ ଅତିକ୍ରମ କରି ଇଂଜିନିୟରିଂ ଶିକ୍ଷା ପାଇଁ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଏକ ଇଂଜିନିୟରିଂ କଲେଜରେ ନାମ ଲେଖାଇଲି। ପରେ ୨୦୧୫ ମସିହାରେ ସେଠାରୁ ଉତ୍ତୀର୍ଣ୍ଣ ହୋଇ , ପରେ ସାମାଜିକ କର୍ମୀ ଭାବରେ ଯୋଗ ଦେଲି। ମୁଁ ଏକ ସାମାଜିକ ସଂଗଠନ ପକ୍ଷରୁ ଅନେକ ଗୁଡ଼ିଏ କାର୍ଯ୍ୟ ସମ୍ପାଦନ କରିଛି , ବୃକ୍ଷରୋପଣ , ରକ୍ତଦାନ , ଇତ୍ୟାଦି।