ବ୍ୟବହାରକାରୀ:Snip1/ଲଛମନିଆ
୧୮୯୮ ମସିହା ଅକ୍ଟୋବର ମାସରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ରେବତୀ’ ଗଳ୍ପ ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ ‘ରେବତୀ’ ଗଳ୍ପ ରଚନା ପୂର୍ବରୁ ଫକୀର ମୋହନ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ନାମକ ଏକ କ୍ଷୁଦ୍ରଗଳ୍ପ ଲେଖିଥିଲେ ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି – “ବାଲେଶ୍ବରରେ ଶିକ୍ଷକତା କାର୍ଯ୍ୟ କରୁଥିବା ସମୟରେ ମୋର କବିତା ଲେଖିବାର ପ୍ରବୃତ୍ତି ଥିଲା ସେଠାକାର ପ୍ରେସ୍ରୁ ଖଣ୍ଡେ ମାସିକ ପତ୍ରିକା ବାହାରୁ ଥିଲା ମୁଁ ସେଥିରେ ଆମୋଦ ଜନକ କବିତା ଲେଖୁଥିଲି ସେହି ‘ବୋଧଦାୟିନୀ’ ପତ୍ରିକାରେ ମୁଁ ଗୋଟିଏ ଗଳ୍ପ ଲେଖିଥିଲି, ତାହାର ନାମ ‘ଲଛମନିଆ’ ବୋଧକରେ, ଉତ୍କଳରେ ତାହାହିଁ ପ୍ରଥମ ମୁଦ୍ରିତ ଗଳ୍ପ” ‘ବୋଧଦାୟିନୀ’ ଓ ‘ବାଲେଶ୍ବର ସମ୍ବାଦ ବାହିକା’ ପତ୍ରିକା ୧୮୬୮ ଜୁଲାଇରୁ ୧୮୭୧ ଜୁଲାଇ ପର୍ଯ୍ୟନ୍ତ ମାସିକ ପତ୍ର ରୂପେ ପ୍ରକାଶ ପାଇଥିବାରୁ ଏହି ସମୟ ମଧ୍ୟରେ ‘ବୋଧଦାୟିନୀ’ର କୌଣସି ଏକ ସଂଖ୍ୟାରେ ‘ଲଛମନିଆ’ ଗଳ୍ପ ପ୍ରକାଶିତ ବୋଧଦାୟିନୀର ଏହି ସଂଖ୍ୟା ଦୁଷ୍ପ୍ରାପ୍ୟ ହେତୁ କେହି କେହି ସମାଲୋଚକ ଏହାର ଅସ୍ତିତ୍ବକୁ ଅସ୍ବୀକାର କରନ୍ତି ଅନ୍ୟ କେତେକ ସମାଲୋଚକ ‘ଲଛମନିଆ’ ନାମକୁ ସ୍ବୀକାର କରିଥିଲାବେଳେ ଏହାର ଅସ୍ତିତ୍ବକୁ ସ୍ବୀକାର କରନ୍ତି ନାହିଁ କିନ୍ତୁ, ସମାଲୋଚକ ସୁରେନ୍ଦ୍ର ମହାନ୍ତି ‘ଲଛମନିଆ’କୁ ସମଗ୍ର ଭାରତୀୟ ସାହିତ୍ୟରେ ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପର ଗୌରବ ପ୍ରଦାନ କରିଛନ୍ତି ତେବେ, ‘ଲଛମନିଆ’ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଅନୁମାନ ଭିତ୍ତିରେ କୌଣସି ମତ ପ୍ରଦାନ କରିବା ସମିଚୀନ ନୁହେଁ ତେଣୁ, ‘ରେବତୀ’ ଓଡ଼ିଆ ସାହିତ୍ୟର ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ