ବ୍ୟବହାରକାରୀ:Sanghamitra Mohanty/ପରଖଘର

ଉଇକିପିଡ଼ିଆ‌ରୁ
ପ୍ରଫେସର ବିଭୁତି ଭୁଷଣ ଦେଓ ୧୯୫୦ ମସିହରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଶ୍ରେଷ୍ଠ ସ୍ନାତକ  ଭାବେ ଉତୀର୍ଣ୍ଣ ହେବାପରେ ଆଲ୍ଲାହବାଦ ବିଶ୍ବବିଦ୍ୟାଳୟରୁ ୧୯୫୨ ମସିହାରେ ପଦାର୍ଥ ବିଜ୍ଞାନରେ ସ୍ନାକୋତ୍ତର ଡିଗ୍ରୀ ହାସଲକରିଥିଲେ | କୃତିତ୍ବବହୁଳ ଛାତ୍ରଜୀବନର ପରିସମାପ୍ତିପରେ ସେ ରେଭେନ୍ସା କଲେଜରେ ଅଦ୍ଧ୍ୟାପକଭାବରେ ଯୋଗ ଦେଇଥିଲେ | ପରେ କମନ୍ ଵେଲଥ ସ୍କଲାର୍ସିପ୍ ପାଇ ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟରୁ ଗବେଷଣା କରି ପିଏଚଡି ପାଇଥିଲେ | ୧୯୬୯ ମସିହାରେ ପ୍ରଫେସର ଦେଓ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର୍ ପଦ ଅଳଙ୍କୃତ କରିଥିଲେ | ସୁଦୀର୍ଘ ଦୁଇଦଶନ୍ଧି ବ୍ୟାପୀ ଏହି ପଦବୀରେ ଆସିନ ହୋଇଥିବା ଅବସରରେ, ସେ ବିଭାଗଟିର ଉତ୍ତୋରତ୍ତର ଉନ୍ନତି କରି ବିଶ୍ବସ୍ଥରରେ ପହଞ୍ଚାଇ ପାରିଥିଲେ | ୧୯୭୦ ମସିହାରେ ତାଙ୍କ ପ୍ରଚେଷ୍ଟାରେ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ କମ୍ପ୍ୟୁଟର, ପଦାର୍ଥ ବିଜ୍ଞାନ ବିଭାଗରେ ଉପସ୍ଥାପିତ ହୋଇପାରିଥିଲା |