ବ୍ୟବହାରକାରୀ:SRIKANTA KUMAR NAYAK/ଚନ୍ଦ୍ରଭାଗା

ଉଇକିପିଡ଼ିଆ‌ରୁ

ମାଘ ସପ୍ତମୀ ଦିନ କୋଣାର୍କ ନିକସ୍ଥ ଚନ୍ଦ୍ରଭାଗା ଠାରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୁଏ. ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଲୁ ଏହି ବୁଡ ପକାଇବାକୁ ଆସିଥାନ୍ତି. ବୁଡ ପକାଇବା ପରେ ସେମାନେ ଚନ୍ଦ୍ରଭାଗ ସ୍ଥିତ ସାଗରେ ତଟରେ ସୂର୍ଯ୍ୟ ଉଦୟ ଦର୍ଶନରେ ବହୁତ ଆନନ୍ଦ ଓ ସନ୍ତୋଷ ଲାଭ କରିଥାନ୍ତି. ବର୍ତ୍ତମାନ ଯାତାୟତ ବହୁତ ସୁବିଧା ହୋଇଗଲାଣି. ସମଯ ଥିଲା ଯାତାୟତାର ବହୁ କଷ୍ଟସାଧ୍ୟ ଥିଲା. ଶ୍ରଦ୍ଧାଳୁ ସେତେବେଳେ ଚାଲି ଚାଲି ଜଙ୍ଗଳ ରାସ୍ତାରେ ଚନ୍ଦ୍ର ଭାଗା ଯାଉଥିଲେ. ସେହି ଜଙ୍ଗଲ ରାସ୍ତା ବାଲୁକା ମୟ ମଧ୍ୟ ହୋଇଥାଏ. ସେହି ରାସ୍ତାରେ ଶ୍ରଦ୍ଧାଳୁ ବେଳେ ବେଳେ ଜନ୍ତୁଜୁନ୍ତା ଓ ଚୋର ଏବଂ ଦସ୍ୟୁର ଶିକାର ମଧ୍ୟ ହେଇଥାନ୍ତି.

ଏହି ଚନ୍ଦ୍ରଭାଗା ଯାତ୍ରା ସମୟ ଶ୍ରଦ୍ଧାଳୁ ମାନଙ୍କର ମଧ୍ୟ ରାସ୍ତାରେ ଅନେକ ସ୍ଥାନ ରହଣି ସ୍ଥାନ ରହିଥାଏ. ସେଗୁଡିକ ହେଲା ବେଲଦଳ ବେଲଶ୍ୱର ଶିବ ମନ୍ଦିନର, ବାଲି କପିଳେଶ୍ୱର ଶିବ ମନ୍ଦିର, ଯୋଡ଼ା ଲିଙ୍ଗ ଶିବ ମନ୍ଦିର ଓ ରାମଚଣ୍ଡୀ ସ୍ଥିତ ମା ରାମଚଣ୍ଡୀ ମନ୍ଦିର. ଶ୍ରଦ୍ଧାଳୁ ବୃନ୍ଦ ସେହି ସ୍ଥାନମାନଙ୍କରେ ସେମାନେ ନେଇଥିବା କଚା ସାମଗ୍ରୀ ଗୁଡିକୁ ସେଠାରେ ରୋଷେଇ କରି ଖାଆନ୍ତି. ଏବଂ ମନ୍ଦିରରେ ମଧ୍ୟ ଭୋଗରାଗ କରିଥାନ୍ତି. ଶେଷରେ ସେମାନେ ଚନ୍ଦ୍ରଭାଗାରେ ପହଞ୍ଚିଥାନ୍ତି. ଚନ୍ଦ୍ର ଭାଗ ରହଣିରେ ସେଠାରେ ମାଘ ଷଷ୍ଠି ଦିନ ରାତ୍ରରେ ରୋଷେଇ କରି ମାଟି ହାଣ୍ଡିରେ ରୋଷେି କରି ଖାଆନ୍ତି. ସେହି ଚନ୍ଦ୍ର ଭାଗା ମେଲା ସମୟରେ ରୋଷେଇ ସାମଗ୍ରୀ ସବୁ ବିକ୍ରୟ ହେଉଥିବାରୁ ସେମାନଙ୍କୁ କିଛି ଅସୁବିଧା ହେବାକୁ ପଡେ ନାହିଁ. ଆଖପାଖ ଗାଁ ମାନଙ୍କର ସେଠାରେ ଏହି ମେଳାରେ ବ୍ୟପାର ବାଣିଜ୍ୟ ହୋଇଥାଏ.

ଶ୍ରଦ୍ଧାଳୁ ସେଠାରେ ରାତ୍ର ଭୋଜନ ପାଇଁ ରୋଷେ ଶେଷ କରି ସେମାନେ ଭୋଜନ କରିଥାନ୍ତି. ପରେ ସେହି ରୋଷେଇ ମାଟି ହାଣ୍ଡି କିଛି ବଳକା ଅନ୍ନ ବ୍ୟଞ୍ଜନ ରଖି ହାଣ୍ଡିଟିକୁ ଭାଙ୍ଗି ଦିଅନ୍ତି. କିମ୍ବଦନ୍ତୀ ଅନୁସାରେ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ସେ ସେଠାରେ କୌଣସି ରାକ୍ଷାସ ପାଇଁ ରୋଷେଇ ବଳକା ମାଟି ହାଣ୍ଡିକୁ ଭାଙ୍ଗି ସେଠାରେ ପକାଇ ଦିଅନ୍ତି. ଏହାରେ ସୁପ୍ରଭାତରେ ଉଦୟ ସୂର୍ଯ୍ୟଦେବତାଙ୍କୁ ଦେଖି ସାରିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗମନ କରିଥାନ୍ତି.

ଏହି କଷ୍ଟସାଧ୍ୟ ଯାତ୍ରା ସକାଶେ ଲୋକେ କହନ୍ତି ଯେ ସାତ ଥର ଗଙ୍ଗ ଗଲେ ଯେତେ କଷ୍ଟ ହୁଏ ନାହିଁ ଥରେ ଚନ୍ଦ୍ର ଭାଗା ଗଲେ ତାଠାରୁ ଢେର ଅଧିକ କଷ୍ଟ ହୁଏ.

କଥାରେ ଅଛି

ସାତ ଥର ଯିବ ଗଙ୍ଗା

ଥରେ ଯିବ ଚନ୍ଦ୍ର ଭାଗା

ମୁହଁ ପଡିଯିବ ରଙ୍ଗା

କାଳକ୍ରମେ ଗମନା ଗମନ ପଥ ସୁବିଧା ହୋଇଲା ପରେ ମଧ୍ୟ ଶ୍ରଦ୍ଧାଳୁ ମାନେ କେଇ କେଇ ଚାଲି ଚାଲି ଓ ସାଇକେଲ ଚନ୍ଦ୍ର ଭାଗ ବୁଡକୁ ଯାଆନ୍ତି. ସେହିପରି ମଧ୍ୟ ବାଟରେ ରହଣି କରି ରୋଷେଇ, ଭୋଗରାଜ କରି ମଉଜମସ୍ତି କରନ୍ତି. କେହି କେହି ବସରେ ମଧ୍ୟ ଯାଆନ୍ତି. ବାଟରେ ହଇଜା, କଲେରା, ଡାଇରିଆ ପ୍ରତିରୋଧକ ଟିକା ପ୍ରଶାସକ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଇଥାଏ.

ଅନେକ ବର୍ଷରୁ ଚନ୍ଦ୍ର ଭାଗ ନଦୀ ଶୁଶିଯାଇଥିବାରୁ ପ୍ରଶାସନ ତରଫରୁ ଚନ୍ଦ୍ର ଭାଗ ସୁମୁଦ୍ର କୂଲରେ ଏକ ଅସ୍ଥାୟୀ ତୀର୍ଥ ଜଳ ଭଣ୍ଡାର ନିର୍ମାଣ ମାଘ ସପ୍ତମି ପୁଡ ପାଇଁ ପ୍ରସ୍ତୁତ କରାଯାଇ ଥାଏ. ନୀତି କାନ୍ତି ଅନୁସାରେ ବଗବାନ ସେ ଜଳ ଭଣ୍ଡାରରେ ସ୍ନାନ କରିବା ପରେ ଶ୍ରଦ୍ଧାଳୁମାନଙ୍କ ସ୍ନାନ ବୁଡ ପାଇଁ ଭିଡ ଛୁଟେ.