ବ୍ୟବହାରକାରୀ:Prateek Pattanaik/Books

ଉଇକିପିଡ଼ିଆ‌ରୁ

ପୋଥି ପ୍ରକଳ୍ପରେ କ୍ରୟ କରାଯାଇଥିବା ବହି ରହିବା କଥା ପୋଥି ପ୍ରକଳ୍ପ ଅନ୍ତର୍ଗତରେ ମୁଁ ବିରଳ ବହି କିଣିବାପାଇଁ ଯେଉଁ ଆବେଦନ କରିଥିଲି ତାହା ସିଆଇଏସ ଦ୍ୱାରା ଗୃହୀତ ହୋଇ ଟିକେ ସମୟ ହେଲାଣି ମୁଁ ଗତଥର ପୋଥି ପାଇଁ କଟକର ଧର୍ମଗ୍ରନ୍ଥ ଷ୍ଟୋରର ୯ ଗୋଟି ବିରଳ ବହି କ୍ରୟ କରି ଆଣିଥିଲି ଏବେ ସେଗୁଡ଼ିକର ବିଲ ରିଇମ୍ବର୍ସମେଣ୍ଟ ପାଇଁ ଆବେଦନ କରିବି କିନ୍ତୁ ପ୍ରଶ୍ନ ରହିଲା ଯେ ଏହି ବହିଗୁଡ଼ିକ ରହିବ କାହା ପାଖେ? ଅଧୁନା ଏହି ନଅ ଗୋଟି ବହି ମୋ ପାଖରେ ଅଛି ସମସ୍ତେ ସମ୍ମତ ହେଲେ ଏହି ବହିଗୁଡ଼ିକ ମୁଁ ନିଜ ପାଖରେ ରଖିବି, ନହେଲେ ଯଦି ଏହା (ଓ ପରେ ଯାହା କିଛି ବହି ପୋଥି ପ୍ରକଳ୍ପ ଲାଗି କିଣା ହେବ) ଆଉ କେଉଁଠି ସାଇତି ହୋଇ ରହିଲେ ରହିଲେ ସ୍କାନିଂ କାମ ଶୀଘ୍ର ସରିପାରିବ ବା ଆଉ କୌଣସି ଦୃଷ୍ଟିରୁ ଭଲ ହେବ, ତାହେଲେ ଦୟାକରି ତଳେ ଜଣାନ୍ତୁ