ବ୍ୟବହାରକାରୀ:Prateek Pattanaik/ଆଉ

ଉଇକିପିଡ଼ିଆ‌ରୁ
ବିଷୟ ଗୀତ କବି ଅଧିକ
ମଙ୍ଗଳାଚରଣ, କାବ୍ୟ ନାମକରଣ, ବୁଧ ପ୍ରଶଂସା ଓ ଖଳନିନ୍ଦା ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ।

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ ।

ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ।

ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ ।

ଏମନ୍ତ ମହିମାବନ୍ତ ପ୍ରେମଭକ୍ତି ରସ ।

ଏକନିଷ୍ଠେ ଅଭିମନ୍ୟୁ କବି କରି ଆଶ ହେ ।

ଐରାବତ ଗତି ଅଣିମାଦି ଭୋଗ ମୁକ୍ତି ।

ଐଶ୍ୱର୍ଯ୍ୟାଦିରେ ମୋ ଚିତ୍ତ ନୋହିବ ଆସକ୍ତି ହେ ।

ଔଷଧୀଶାନନ ହେ ମାଗୁଛି ପଦ ଧରି ।

ଓ କରିବି, ଆଲୋ ଦାସୀ, ଡାକିବେ କିଶୋରୀ ଯେ ।

କାମନା କଳପତରୁ ଚିନ୍ତାମଣି ନାମ ।

କଳ୍ପିଛି କବିତ୍ୱେ ବର୍ଣ୍ଣିବାକୁ ତବ ପ୍ରେମ ହେ ।

ଗୁଣଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ।

ଗୀତ ହେବ ବିଦଗଧ ଚିନ୍ତାମଣି ନାମ ହେ ।

ଯମକାଦି ଚିତ୍ର କାବ୍ୟ ପ୍ରବନ୍ଧ ପ୍ରବନ୍ଧ ।

ଯଥାଜାତ ଧନ୍ଦା ଏଟି ବୁଧ ମନବୋଧ ହେ ।

ଟାଣ ଚଣା ଚର୍ବଣା ନା-ରଦ କଲା ପରି ।

ଟେକ ଓଜ ଭାଜିବ ଅବଶ୍ୟ ଶ୍ରମ କରି ହେ ।

ଭାବେ ବୈଶ୍ୟ ପରାୟେ ମୁଁ ମେଲିଛି ପସରା ।

ଭାବ ସବୁ ଦ୍ରବ୍ୟକୁ ଗ୍ରାହକ ଲୋଡ଼ା ପରା ହେ ।

ଯଥାଜାତ ବୁଦ୍ଧି ଶୂନୀପୁଚ୍ଛ ପ୍ରାୟେ ଘେନ ।

ଯଥୋଚିତ ନୋହେ ତାଙ୍କ ନିନ୍ଦନ ବନ୍ଦନ ହେ ।

କ୍ଷମାନିଧି କୃଷ୍ଣ ଅବିଘ୍ନରେ ପୂର୍ଣ୍ଣକର ।

କ୍ଷମେ ଭଣେ ଅଭିମନ୍ୟୁ ସାମନ୍ତସିଂହାର ହେ ।

ଅଭିମନ୍ୟୁ ସାମନ୍ତସିଂହାର ମଙ୍ଗଳଗୁଜ୍ଜରୀ, ପଞ୍ଚାଶବର୍ଣ୍ଣ ନିୟମ
କୃଷ୍ଣଙ୍କ ସୃଷ୍ଟି, ଅମୃତ ମିଶାଇ ବାଟି ଛାଣି ବିଧାତା ଗଢ଼ିଥିବା କଳ୍ପନା ସଂସାର କାନ୍ତିସାରକୁ ଆଣିଲା ।

ଅମୃତ ମିଶାଇ ବାଟି ଛାଣିଲା ।

ବିହି ଏ ମୂରତିକି ନିର୍ମାଣିଲା ।

ମର୍କତ ରଷାଣରେ ରଷାଣିଲା ସେ ।

ଉପମା ସୃଷ୍ଟି ଜିଣିଲା ସେ ।

ମୋହନ ମନ୍ତ୍ରରେ ଜୀବନ୍ୟାସ କରି

ସାର ସଂସାରେ ଗଣିଲା ଯେ ।

ଅଭିମନ୍ୟୁ ସାମନ୍ତସିଂହାର ରସକୋଇଲା, ଅନ୍ତ୍ୟାନୁପ୍ରାସ
ଲଳିତା ଓ ସଖୀଗଣ ପୂତନା ବଧ ଚରିତ ମନେ ପକାଇ ରାଧାଙ୍କୁ ସତର୍କ କରାଇବା କେ ବୋଲେ କି ଖୁଛ ଏ ବିଟକୁ

ମୁହଁ ନ ଲଗାଅ କେହି ଧିଟକୁ

ଭଲ ବୁଝିଛକି ଏହି ଖଣ୍ଟକୁ

ଜାଣି ନାହଁ ତ ତାହା କପଟକୁ ସେ

ନେଲା ପୂତନା ଘଟକୁ ଯେ ।

ନାରୀ ନାଶିବାକୁ ଆସିଛି ମହୀକି

ବାନ୍ଧି ସ୍ନେହା ମୁକୁଟକୁ ଯେ ।

ଅଭିମନ୍ୟୁ ସାମନ୍ତସିଂହାର ରସକୋଇଲା, ଅନ୍ତ୍ୟାନୁପ୍ରାସ
ଗୋପୀଙ୍କ ସଙ୍ଗେ କୃଷ୍ଣ ହସଖୁସି କରି କଥାବାର୍ତ୍ତା କରିବା ଭଙ୍ଗୀ ଆସନ୍ତି ରସନ୍ତି ମିଶନ୍ତି ଭାଷନ୍ତି

ହସନ୍ତି ରସେ ଭାଷନ୍ତି ଯେ ।

ଅଭିମନ୍ୟୁ ସାମନ୍ତସିଂହାର ରସକୋଇଲା, ଅନ୍ତ୍ୟାନୁପ୍ରାସ
କୃଷ୍ଣ ନଈପାରି କରାଇ ଗୋପୀଙ୍କି ଘାଟ କଉଡ଼ି ମାଗିବାରୁ ଗୋପୀଙ୍କ ଗର୍ବ ଭଙ୍ଗୀ କେ କହଇ ହରି ତୋର ବଡ଼ାଇ

ରାଜା ଆଗେ କହି ଦେବୁଁ ଛଡ଼ାଇ

ନନ୍ଦର ସମ୍ପତ୍ତି ଦେବୁଁ ଉଡ଼ାଇ

ଦେବୁଁ ଗର୍ବେଶ୍ୱରପଣ ବୁଡ଼ାଇ ଯେ

ମନ୍ଦିର ଦେବୁଁ ତଡ଼ାଇ ଯେ ।

ଏଡ଼େ ଗରବ ଗୋପୀଙ୍କି ଘାଟ ମାଗୁ

ନନ୍ଦର ଗୋରୁ ଅଡ଼ାଇ ଯେ ।

ଅଭିମନ୍ୟୁ ସାମନ୍ତସିଂହାର ରସକୋଇଲା, ଅନ୍ତ୍ୟାନୁପ୍ରାସ