ବ୍ୟବହାରକାରୀ:Pbinata
ବହ୍ନିକନ୍ୟା ପାର୍ବତୀ ଗିରି[ସମ୍ପାଦନା]
ଜନ୍ମ: ୧୯.୦୧.୧୬୨୬
ମୃତ୍ୟୁ: ୧୭.୦୮.୧୯୯୫
ପାର୍ବତୀ ଗିରି ଜଣେ ସମାଜସେବୀ, ସ୍ଵାଧୀନତା ସଂଗ୍ରାମୀ ତଥା ସ୍ନେହ ଓ ମମତାର ପ୍ରତିମୂର୍ତ୍ତି ଭାବେ ପରିଚିତ । ସେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମଲେଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଧନଞ୍ଜୟ ଗିରି ଓ ମାତାଙ୍କ ନାମ ଥିଲା ଶ୍ରୀମତୀ ଗିରି । ତାଙ୍କ କାକା ରାମଚନ୍ଦ୍ର ଗିରି, ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କର ପ୍ରଭାବ ପାର୍ବତୀ ଉପରେ ପଡୁଥାଏ । ତେଣୁ ଗ୍ରାମ ବିଦ୍ୟାଳୟରେ ସେ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଭାରତ ସ୍ଵାଧୀନ ହେଲା ପରେ ପାର୍ବତୀ ପ୍ରୟଗର ମହିଳା ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ପଢ଼ିଲେ । ପିଲା ଦିନରୁ ସେ ଜାତି ଭେଦ ପ୍ରଥାର ବିରୋଧୀ ଥିଲେ । ସେ କହିଥିଲେ,
" ଏତ ଅନ୍ଧ ବୁଝାମଣା ରିତୀ
ମଣିଷକୁ ଯେବେ ମଣିଷ ଛୁଇଁଲା
କେଉଁ ଆଡେ ଯିବ ଜାତି ।"
ସେ ଅନାଥ ଓ ନିରାଶ୍ରୟ ଶିଶୁ ଓ ମହିଳାମାନଙ୍କ ପାଇଁ ତିନୋଟି ଆଶ୍ରମ ପ୍ରତିଷ୍ଠା କରିଛନ୍ତି ।
୧. କସ୍ତୁରବା ଗାନ୍ଧୀ ମାତୃ ନିକେତନ, ପାଇକମାଳ (୧୯୭୫)
୧୯୭୫ ମସିହାରେ କଳାହାଣ୍ଡି, ନୂଆପଡ଼ା, ପଦ୍ମପୁର ଅଞ୍ଚଳରେ ଭୟାବହ ମରୁଡି ପଡ଼ିଥିଲା । ଲୋକମାନେ ଖାଇବାକୁ ପାଉନଥିଲେ । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ମରୁଡି ପ୍ରପୀଡିତ ଅଞ୍ଚଳ ଗ୍ରସ୍ତ କରି ଚୁଡ଼ା, ଚାଉଳ ଓ ବସ୍ତ୍ର ବିତରଣ କରିଥିଲେ ଏବଂ ପାଇକମାଳ ଠାରେ ଏକ ସାହାର୍ଯ୍ୟ କେନ୍ଦ୍ର ଖୋଲିଥିଲେ।
ଯେଉଁ ଶିଶୁମାନଙ୍କ ମାତା ପିତା ମୃତ୍ୟୁ ବରଣ କରିଥିଲେ, ସେହି ଅନାଥ, ନିରାଶ୍ରୟ ଶିଶୁମାନଙ୍କୁ ଆଣି ନୃସିଂହନାଥ ନିକଟରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ନାମକ ଏକ ଆଶ୍ରମ ପ୍ରତିଷ୍ଠା କଲେ । ସେଠାରେ ସେ ଅନେକ ଶିଶୁମାନଙ୍କର ସେବା ଯତ୍ନ କଲେ।
୨. ଡା. ସାନ୍ତ୍ରାବାଳନିକେତନ, ଫୁଲଝରଣ (୧୯୯୭)
୧୯୭୯ ମସିହାରେ ପାର୍ବତୀ ଯୁଯୋମୁରା ବ୍ଲକ ହାତୀବାରି ନିକଟସ୍ଥ କୁଷ୍ଠାଶ୍ରମ ବୁଲିବାକୁ ଆସିଥିଲେ । ସେଠାକାର ସୁସ୍ଥ ଶିଶୁମାନଙ୍କୁ ନେଇ ଫୁଲଝରଣ ଠାରେ ଡା.
ସାନ୍ତ୍ରାବାଳନିକେତନ ଆଶ୍ରମ ପ୍ରତିଷ୍ଠା କରିଥିଲେ । ପରେ ସେଠାରେ ଅନାଥ ଶିଶୁମାନଙ୍କୁ ରଖିବାର ବ୍ୟବସ୍ଥା କରାଗଲା ।
୩. ପାର୍ବତୀ ଗିରି ବାଳ ନିକେତନ, ପଥରଚେପା (୧୯୯୫)
୧୯୯୫ ମସିହାରେ ସେ ରୋଗାକ୍ରାନ୍ତ ହୋଇପଡିଥିବା ସମୟରେ ମଧ୍ୟ ସେ ଅନାଥ ଓ ଅସହାୟ ଶିଶୁମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଥିଲେ । ସେହି ସମୟରେ ତାଙ୍କ ନାମରେ ବଲାଙ୍ଗୀର ପଥାରଚେପା ଠାରେ ଏକ ବାଳନିକେତନ ଉଦଘାଟିତ ହେଲା ।
ଶେଷରେ ସେ ଅଗଷ୍ଟ ମାସ ସତର ତାରିଖରେ ଜନ୍ମାଷ୍ଟମୀ ଉତ୍ସବର ସନ୍ଧ୍ୟାରେ ଆଖି ବୁଜିଲେ । ତାଙ୍କ ସମାଜ ସେବା ପାଇଁ ସେ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ । ତାଙ୍କୁ ବହ୍ନିକନ୍ୟା ପାର୍ବତୀ ଗିରି ବୋଲି ମଧ୍ୟ କୁହାଯାଏ। ତାଙ୍କ ମହାମନ୍ତ୍ର ମାନବ ସମାଜ ପାଇଁ ......
" ଆମର ଧର୍ମ ମାନବ ଧର୍ମ, ଆମର ଜାତି ମାନବ ଜାତି,
ଆମର ସେବା ମାନବ ସେବା, ଆମର ମନ୍ତ୍ର ଜୟ ଜଗତ ।"