ବ୍ୟବହାରକାରୀ:Ommjagannathasarbadha/ଓଡ଼ିଆ ବା ଉତ୍କଳୀୟ ମାପକ
ଦେଖଣା
ଆଗ କାଳରେ ଓଡ଼ିଶାରେ ଶସ୍ଯଜାତୀୟ ସାମଗ୍ରୀକୁ ମାପିବା(ଅନ୍ୟ ଅର୍ଥରେ ଓଜନ) ପାଇଁ ବିଭିନ୍ନ ପ୍ରକାରର ମାପକ ବ୍ୟବହାର କରାଯାଉଥିଲା । ଯଥା - ପାଆ, ସେର, ମହଣ ଇତ୍ୟାଦି ।
୧ ପାଆ = ୨୫୦ ଗ୍ରାମ ୧ ସେର = ୪ ପାଆ = ୧୦୦୦ ଗ୍ରାମ =୧ କିଲୋ ୧ ମହଣ = ୪୦ ସେର = ୪୦ କିଲୋ
ସେହିପରି ତରଳ ପଦାର୍ଥ ଯେପରି କ୍ଷୀର , ତେଲ ଇତ୍ୟାଦିକୁ ମାପିବା ପାଇଁ ପାଆ , ସେର ମଧ୍ଯ ବ୍ଯବହାର କରାଯାଏ ।
୧ ପାଆ = ୩୩୩ ମିଲି
୧ ସେର =୪ ପାଆ = ୧୩୩୩ ମିଲି
ସେହିପରି ମୂଲ୍ଯବାନ ବସ୍ତୁ ଯେପରି ସୁନା ରୂପା ଇତ୍ୟାଦିକୁ ଓଜନ କରିବା ପାଇଁ ଭରି,ତୋଳା ବ୍ୟବହାର କରାଯାଏ ।
୧ ଭରି = ୧୨ ଗ୍ରାମ
୧ ତୋଳା =
ଲମ୍ବା ବା ଦୂରତା ମାପିବା ପାଇଁ ଗଜ, ହାତ, କୋଷ ଇତ୍ୟାଦି ବ୍ୟବହାର କରାଯାଏ ।
୧ କୋଷ = ୧.୭ କିମି
ଭୂମି ମାପ କରିବା ପାଇଁ ଗୁଣ୍ଠ , ମାଣ , ବାଟି ଇତ୍ୟାଦି ବ୍ୟବହାର କରାଯାଏ ।
୧ କଟକୀ ଗୁଣ୍ଠ = ୪ ଡିସିମିଲି
୧ କଟକୀ ମାଣ =୨୫ ଗୁଣ୍ଠ = ୧ ଏକର
୧ କଟକୀ ବାଟି = ୨୦ ମାଣ
ଏଠି କଟକୀ ଗୁଣ୍ଠ ଲେଖିବାର ଉଦ୍ଦେଶ୍ଯ ଏହା ଯେ , ସ୍ଥଳ ବିଶେଷରେ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ମାପ ମଧ୍ଯ ଭିନ୍ନ ଭିନ୍ନ ହେଉଛି ।
ଏହି ପୃଷ୍ଠାକୁ ସମୃଦ୍ଧ କରିବା ପାଇଁଁ ଓଡ଼ିଆ ଭାଇ ଓ ଭଉଣୀମାନେ ଆଗେଇ ଆସନ୍ତୁ । ଏହା ଆମ ଓଡ଼ିଆମାନଙ୍କର ଆଉ ଗୋଟିଏ ପରିଚୟ ସୃଷ୍ଟି କରିବ ।