ବ୍ୟବହାରକାରୀ:Ommjagannathasarbadha/ଓଡ଼ିଆ ବା ଉତ୍କଳୀୟ ମାପକ

ଉଇକିପିଡ଼ିଆ‌ରୁ

ଆଗ କାଳରେ ଓଡ଼ିଶାରରେ ଶଷ୍ଯଜାତୀୟ ସାମଗ୍ରୀକୁ ମାପିବା(ଅନ୍ୟ ଅର୍ଥରେ ଓଜନ) ପାଇଁ ବିଭିନ୍ନ ପ୍ରକାରର ମାପକ ବ୍ୟବହାର କରାଯାଉଥିଲା । ଯଥା - ପାଆ, ସେର, ମହଣ ଇତ୍ୟାଦି ।

  ୧ ପାଆ = ୨୫୦ ଗ୍ରାମ
  ୧ ସେର = ୪ ପାଆ = ୧୦୦୦ ଗ୍ରାମ =୧ କିଗ୍ରା
  ୧ ମହଣ = ୪୦ ସେର = ୪୦ କି ଗ୍ରା

ସେହିପରି ତରଳ ପଦାର୍ଥ ଯେପରି କ୍ଷୀର , ତେଲ ଇତ୍ୟାଦିକୁ ମାପିବା ପାଇଁ ପାଆ , ସେର ମଧ୍ଯ ବ୍ଯବହାର କରାଯାଏ ।

     ୧ ପାଆ = ୩୩୩.୩ ମିଲି
     ୧ ସେର =୪ ପାଆ = ୧୩୩୩.୩ ମିଲି

ସେହିପରି ମୂଲ୍ଯବାନ ବସ୍ତୁ ଯେପରି ସୁନା ରୂପା ଇତ୍ୟାଦିକୁ ଓଜନ କରିବା ପାଇଁ ଭରି,ତୋଳା ବ୍ୟବହାର କରାଯାଏ ।

    ୧ ଭରି = ୧୨ ଗ୍ରାମ
    ୧ ତୋଳା =

ଲମ୍ବା ବା ଦୂରତା ମାପିବା ପାଇଁ ଗଜ,ହାତ,କୋଷ ଇତ୍ୟାଦି ବ୍ୟବହାର କରାଯାଏ ।

   ୧ କୋଷ = ୧.୭ କିମି

ଭୂମି ମାପ କରିବା ପାଇଁ ଗୁଣ୍ଠ , ମାଣ , ବାଟି ଇତ୍ୟାଦି ବ୍ୟବହାର କରାଯାଏ ।

     ୧ କଟକୀ ଗୁଣ୍ଠ = ୪ ଡିସିମିଲି
     ୧ କଟକୀ ମାଣ =୨୫ ଗୁଣ୍ଠ = ୧ ଏକର
     ୧ କଟକୀ ବାଟି = ୨୦ ମାଣ
  ଏଠି କଟକୀ ଗୁଣ୍ଠ ଲେଖିବାର ଉଦ୍ଦେଶ୍ଯ ଏହା ଯେ , ସ୍ଥଳ ବିଶେଷରେ ଓଡିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ମାପ ମଧ୍ଯ ଭିନ୍ନ ଭିନ୍ନ ହେଉଛି ।
     
       ଏହି ପୃଷ୍ଠାକୁ ସମୃଦ୍ଧ କରିବା ପାଇଁଁ ଓଡ଼ିଆ ଭାଇମାନେ ଆଗେଇ ଆସନ୍ତୁ । ଏହା ଆମ ଓଡ଼ିଆମାନଙ୍କର ଆଉ ଗୋଟିଏ ପରିଚୟ ସୃଷ୍ଟି କରିବ ।