ବ୍ୟବହାରକାରୀ:Muranjitkumar

ଉଇକିପିଡ଼ିଆ‌ରୁ

ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ବ।ସଂପ୍ରତି ସମାଜରେ ଗଣମାଧ୍ୟମର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ।ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମକୁ ଆଗକୁ ନେବାକୁ ଯୋଡ଼ି ହୋଇଛି ସାମାଜିକ ଗଣମାଧ୍ୟମ।ଏହାକୁ ଆଖି ଆଗରେ ରଖି ୨୦୧୯ ମସିହା ଜୁନ ୧୬ ତାରିଖରେ ଡିଜିଟାଲ ମିଡ଼ିଆର ଏକ ନୂଆ ଚ୍ୟାନେଲ 'ତର୍ଜମା' ପାଦ ଥାପିଥିଲା।ତର୍ଜମାର ଲକ୍ଷ ଗାଁ ଗହଳିର,ଗଳି କନ୍ଦିର, ହଜିଯାଇଥିବା ବା ଖବର ପଛର ଖବରକୁ ତର୍ଜମା କରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା। ଇତି ମଧ୍ୟରେ ତର୍ଜମା ନ୍ୟୁଜ କୁ ୨୦ ମାସ ପୂର୍ତ୍ତି ହୋଇଛି।ତର୍ଜମା ଆଉ ପାଦେ ଆଗକୁ ଯାଇ ସାପ୍ତାହିକ ଖବରକାଗଜ ପ୍ରସ୍ତୁତ କରିଛି। ତର୍ଜମା ସାପ୍ତାହିକ ଲୋକଙ୍କ ସମସ୍ୟାକୁ ଲେଖନୀ ମୁନରେ ସ୍ଥାନ ଦେବା ସହ ସାଧାରଣ, ନିରୀହ, ନିଷ୍ପେସିତ ଜନତାଙ୍କ ସ୍ଵର ପାଲଟିବ।ଏଥି ସହ ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବ। ଲୋକଙ୍କ ପାଖରେ ପହଞ୍ଚିବ ସବୁ ପରିସ୍ଥିତିରେ ସାମ୍ନା କରି ନିଛକ, ସଠିକ ଓ ନିର୍ଭୁଲ ଖବରକୁ ପୃଷ୍ଠାରେ ସ୍ଥାନ ଦେଇ ଜନତାଙ୍କ ସାଥିରେ ରହିବାକୁ ପ୍ରତିଶ୍ରୁତି ବଦ୍ଧ।କେବଳ ଆପଣମାନଙ୍କ ସହଯୋଗ ଆବଶ୍ୟକ।