ବ୍ୟବହାରକାରୀ:MKar/ଛବି

ଉଇକିପିଡ଼ିଆ‌ରୁ
  • ମୁଁ ଲେଖୁଥିବା ପ୍ରସଙ୍ଗରେ ଗୋଟିଏ ଛବି ବ୍ୟବହାର କରିବାକୁ ଚାହେଁ । କେମିତି କରିବି ?
ଉଇକିମିଡ଼ିଆ କମନ୍ସରେ ଥିବା ଛବି ମଧ୍ୟରୁ ଯେକୌଣସି ଉପଯୁକ୍ତ ଛବିକୁ ଆପଣ ନିଜ ପ୍ରସଙ୍ଗରେ ବ୍ୟବହାର କରିପାରିବେ । ପ୍ରଥମେ ଏକ ଉପଯୁକ୍ତ ଛବି ବାଛନ୍ତୁ । ଉଇକିମିଡ଼ିଆ କମନ୍ସରେ, ପ୍ରତ୍ୟେକ ଛବି ଉପରେ ବା ଡାହାଣ ପାର୍ଶ୍ଵରେ ପାଞ୍ଚଟି ଲିଙ୍କ ଥାଏ । ସେଥିମଧ୍ୟରୁ ତୃତୀୟ ଲିଙ୍କ (ଯାହା ପୂର୍ବରୁ ଏକ W ଅକ୍ଷର ଲେଖା ଥିବ) Use this file କୁ କ୍ଳିକ କଲେ ଆପଣ ଛବିଟିକୁ ବ୍ୟବହାର କରିବାର ଠିକଣା, ଉଦାହରଣ ସ୍ଵରୂପ: [[File:Dola Mandap.jpg|thumb|Dola Mandap]] ପାଇବେ । ସେହି ଠିକଣାକୁ ପ୍ରସଙ୍ଗରେ ଲେଖିଲେ ପ୍ରସଙ୍ଗରେ ଛବିଟି ଦେଖାଯିବ ।
ପ୍ରସଙ୍ଗରେ ନିଜେ ଉଠାଇଥିବା ଛବିଟିଏ ବ୍ୟବହାର କରିବା ନିମନ୍ତେ, ପ୍ରଥମେ ଛବିଟିକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ଼ କରନ୍ତୁ । କମନ୍ସରେ ଛବି କିପରି ଅପଲୋଡ଼ କରିବେ ଜାଣିବା ନିମନ୍ତେ ଅପଲୋଡ଼ ଫର୍ମ ପୃଷ୍ଠାଟି ଦେଖନ୍ତୁ ।
  • ମୁଁ ଗୋଟିଏ ଛବି upload କରିଥିଲି wikimedia commons ରେ କିନ୍ତୁ ସେମାନେ ଏହାକୁ copy right issue ଦର୍ଶାଇ delete କରିଦେଲେ । ତେବେ କଣ କଲେ ସେ ଫୋଟୋ upload କରିହବ ।
ଆପଣ ଅପଲୋଡ଼ କରିଥିବା ଛବିଟିର ସ୍ଵତ୍ତ୍ଵାଧିକାରୀ ଆପଣ ନିଜେ ବୋଲି ପ୍ରମାଣ ଦେବାରେ ବିଫଳ ହେଲେ, ତାହାକୁ ଲିଭାଇ ଦିଆଯାଏ । ଛବିଟିକୁ ଲିଭାଇବା ପୂର୍ବରୁ ଆପଣଙ୍କୁ ସୂଚନା ଦିଆଯାଇଥାଏ ।
ଅନ୍ୟ କାହାର (ଯେପରିକି କୌଣସି ୱେବସାଇଟ/ ପ୍ରକାଶକ/ ବ୍ୟକ୍ତିଙ୍କ) ସ୍ଵତ୍ତ୍ଵାଧିକାରରେ ଥିବା ଛବିଗୁଡ଼ିକୁ କମନ୍ସରେ ରଖାଯାଏ ନାହିଁ । ସତ୍ତ୍ଵାଧିକାର (copy right) ବାବଦରେ ଅଧିକ ଜାଣିବା ନିମନ୍ତେ ଭାରତରେ ପ୍ରଚଳିତ ସତ୍ତ୍ଵାଧିକାର ନିୟମ ପୃଷ୍ଠାଟି ଦେଖନ୍ତୁ ।
  • Google ଓ Flickrରୁ ଡାଉନଲୋଡ଼ କରାଯାଇଥିବା ଛବିକୁ ଉଇକିପିଡ଼ିଆରେ ବ୍ୟବହାର କରାଯାଇ ପାରିବ କି? ଯଦି ମୁଁ କିଛି Image କୁ download କରି wiki ରେ upload କଲି ସେ ସବୁ କଣ ଏମିତି delete ହେଇଯିବ ?
ଗୁଗଲ ଓ ଫ୍ଲିକରରୁ ଡାଉନଲୋଡ଼ କରାଯାଇଥିବା ଯେକୌଣସି ଛବିକୁ ଉଇକିପିଡ଼ିଆରେ ବ୍ୟବହାର କରାଯାଇ ପାରିବ ନାହିଁ । ସବୁ ଡାଉନଲୋଡ଼ କରି ଅପଲୋଡ଼ ହୋଇଥିବା ଛବି ଲିଭାଯାଏ ନାହିଁ । କମନ୍ସରେ କେବଳ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅନୁମତି ଥିବା ଛବି ରଖାଯାଏ । ଫ୍ଲିକରରୁ କମନ୍ସ ଉପଯୋଗି ଛବି ଖୋଜିବା ନିମନ୍ତେ ମୁକ୍ତ ଛବି ଖୋଜିବା ଓ ଆଉ ଏକ ଉପଯୋଗି ପୃଷ୍ଠା ଫ୍ଲିକରର ଛବି ବାବଦରେ ଦେଖନ୍ତୁ ।
  • ଦୁଃଖର ବିଷୟ ଯେ ଇଣ୍ଟର୍ନେଟରେ ଏତେ ଭଲ ଛବି ଥିଲେ ମଧ୍ୟ କମନ୍ସରେ ରଖି ହେବନି :(
ସ୍ଵତ୍ତ୍ଵସଂରକ୍ଷିତ ଥିବା ଭଲ ଛବି ଇଣ୍ଟରନେଟରେ ଥିଲେ ମଧ୍ୟ ତାହା ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଇକିମିଡ଼ିଆ କମନ୍ସକୁ ସ୍ଥାନାନ୍ତର କରାଯାଇ ପାରିବନି । ଏହାକୁ ତୁମେ 'ସମୁଦ୍ରର ଲୁଣିପାଣି ସମୁଦ୍ର ମଝିରେ ଥିବା ନାଉରିଆର ଶୋଷ ମେଣ୍ଟାଇପାରେନି' ସହ ତୁଳନା କରିପାର ।
  • ମୁଁ ଏବେ ଆଉ ଏକ ଛବି upload କଲି । ସେଠି copyright status ଦେବାପାଇଁ କୁହାଯାଇଛି । ସେଇଟା କେମିତି ଦେବି ?
ବର୍ତ୍ତମାନ ଯେଉଁ ଛବିଟି (ସୁରେନ୍ଦ୍ର ମହାନ୍ତି) ଅପଲୋଡ଼ କରିଛ ତାହା ନିଶ୍ଚିତ ଭାବେ ଲିଭାଇ ଦିଆଯିବ, କାରଣ: ଛବିଟିର ମୂଳସ୍ରୋତରେ License: All Rights Reserved ସ୍ପଷ୍ଟଭାବେ ଲେଖାଯାଇଛି ତାହା ଅର୍ଥ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଏହାର ପ୍ରକୃତ ସତ୍ତ୍ଵାଧିକାରୀ (ଆଶିଷ ଗଡ଼ନାୟକ ହୋଇଥାଇପାରନ୍ତି) ଅନୁମତି ଦେଇ ନାହାନ୍ତି । ବର୍ତ୍ତମାନ ସ୍ଥିତିରେ ଏହାକୁ ସମସ୍ତେ ଦେଖିପାରିବେ କିନ୍ତୁ ପୁଣିଥରେ ବ୍ୟବହାର କରିପାରିବେନି । ଯେହେତୁ ଛବିଟିର ସତ୍ତ୍ଵାଧିକାର ତୁମ ପାଖରେ ନାହିଁ ତୁମେ କେବଳ ଛବିଟିର ସତ୍ତ୍ଵାଧିକାରୀଙ୍କୁ ଛବିର ସତ୍ତ୍ଵାଧିକାର ବଦଳ କରିବା ନିମନ୍ତେ ଅନୁରୋଧ କରିପାରିବ ।
  • ମୁଁ ଫୋଟୋ ତଳେ ଏକ କମେନ୍ଟ ଦେଇଛି ଓ ଆଶିଷ ଗଡନାୟକଙ୍କ ପାଖକୁ ଏକ ଇମେଲ ମଧ୍ୟ ପଠାଇ ଦେଇଛି । ଦୁଃଖର ବିଷୟ ଯେ ଇଣ୍ଟର୍ନେଟରେ ସୁରେନ୍ଦ୍ର ମହାନ୍ତିଙ୍କ ର ଗୋଟାଏବି ଭଲ ଫୋଟୋ ମିଳୁନାହିଁ ।
ସ୍ଵତ୍ତ୍ଵସଂରକ୍ଷିତ ଥିବା ଭଲ ଛବି ଇଣ୍ଟରନେଟରେ ଥିଲେ ମଧ୍ୟ ତାହା ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଇକିମିଡ଼ିଆ କମନ୍ସକୁ ସ୍ଥାନାନ୍ତର କରାଯାଇ ପାରିବନି ।
  • ଯଦି ମୁଁ ସେହି ଫୋଟୋଟିକୁ ମୁଁ ନିଜେ Flickr ରେ upload କରି ତା'ପରେ Commons ରେ Upload କଲେ ଚଳିବ ?
ଛବିଟିକୁ ପ୍ରଥମେ ଫ୍ଲିକରରେ ଅପଲୋଡ଼ କରି ତା'ପରେ କମନ୍ସରେ ଅପଲୋଡ଼ କଲେ ଦୁଇ ଥର ଭୁଲ କରିବ । ଏହା ଅନ୍ୟକାହାର ଗାଡ଼ି ଚୋରାଇ (ପ୍ରଥମ ଭୁଲ: ଚୋରି କରିବା) ଚିକିତ୍ସାଳୟକୁ ଦାନ କରିବା (ଦ୍ଵିତୀୟ ଭୁଲ: ଅନ୍ୟର ଜିନିଷକୁ ନିଜର କହି ଦାନକରିବା) ସହ ତୁଳନୀୟ ହେବ । ଯେକୌଣସି ସ୍ଥାନରେ ଅପଲୋଡ଼ କଲେ ମଧ୍ୟ ସେହି ଛବିଟିର ମୁଳ ସତ୍ତ୍ଵାଧିକାରୀଙ୍କ (ଆଶିଷ ଗଡ଼ନାୟକ ହୋଇଥାଇପାରନ୍ତି) ମାଲିକାନା/ଅଧିକାରକୁ କେହି ବଦଳାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ସେ ନିଜ ଇଚ୍ଛାରେ ଏହାକୁ ହସ୍ତାନର ନ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଲୋକଲୋଚନକୁ ଆସିବ ଓ ସମସ୍ତେ ଜାଣିବେ । ଯେପରି ଆମ ଗାଡ଼ି ଚୋରି ହୋଇ ଅନ୍ୟ ସ୍ଥାନରେ ବିକ୍ରି ହୋଇଯାଇଥିଲେ ମଧ୍ୟ ତାହାର ମାଲିକାନା ଆମ ପାଖରେ ହିଁ ଥାଏ, ଚୋର ପାଖକୁ ସ୍ଥାନାନ୍ତର ହୁଏନାହିଁ । ଯଦି କେବେ ତାହା ଧରାପଡେ ଆମେ ପୁଣି ନିଜ ଗାଡ଼ି ଫେରିପାଉ । କିନ୍ତୁ ଆମେ ଚାହିଁଲେ ଆମ ଗାଡ଼ିଟିକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ କୌଣସି ଚିକିତ୍ସାଳୟ ବା ଅନୁଷ୍ଠାନକୁ ସ୍ଵଇଚ୍ଛାରେ ଦାନ କରିପାରିବା, ଏପରି କରିବା ଦ୍ଵାରା ଆମେ ଗାଡ଼ିଟିର ମାଲିକାନା ହସ୍ତାନ୍ତର କରି, ସେହି ଗାଡ଼ିଟି ଅନେକ ଲୋକଙ୍କ ଉପକାରରେ ଆସିବା ଭଳି ବ୍ୟବସ୍ଥା କରିପାରିବା । ଠିକ ସେହି ଭଳି ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଦାନ କରାଯାଇଥିବା ଛବି ଓ ଅନ୍ୟ ମିଡ଼ିଆ ଗୁଡ଼ିକ କେବଳ ଉଇକିମିଡ଼ିଆ କମନ୍ସରେ ରଖି ବାକିସବୁ ଲିଭାଇ ଦିଆଯାଏ ।
  • ଭାଇ ମୁଁ ନିଜେ ଉଠେଇଥିବା ଫୋଟୋ କଣ copyright ଅସୁବିଧା କରିବ ? କାରଣ କମନ୍ସରେ ମୋ talk page ରେ ସେମାନେ ନୀଳଶୈଳଗଣିତ ବିଚିତ୍ରାର ଫୋଟୋ delete କରିଦେବେ ଲେଖିଛନ୍ତି ।
କମନ୍ସରେ ତୁମ ଆଲୋଚନା ପୃଷ୍ଠାରେ ଯେଉଁ କାରଣ ଦିଆଯାଇଛି ତାହା ହେଲା: Book covers, unless they are very old, usually carry copyright-protected designs, and photographs of them may not normally be uploaded to Commons. The fact that you are the physical owner of a book does not mean that you are authorised to replicate the cover design by uploading a copy to Commons. An exception are few book covers which are simple enough to not exceed the Threshold of originality. ଅର୍ଥାତ ଆମ ପାଖରେ ଥିବା ବହିଗୁଡ଼ିକର ଭିତର ପୃଷ୍ଠା କିମ୍ବା ମଲାଟର ଚିତ୍ର (ଅତି ପୁରୁଣା ହୋଇ ନ ଥିଲେ), ଆମେ ସର୍ବସାଧାରଣଙ୍କ ଦ୍ଵାରା ବ୍ୟବହାର ନିମନ୍ତେ କମନ୍ସରେ ଅପଲୋଡ଼ କଲେ ପ୍ରଚଳିତ ନିୟମ ଅନୁସାରେ ରଖାଯାଏ ନାହିଁ । ଏ ନିୟମ ସମ୍ବନ୍ଧୀୟ କମନ୍ସର ପୃଷ୍ଠାଟି ହେଲା: Copyright rules by subject matter
  • ଆଚ୍ଛା ଭାଇ ଫୋଟ ଏଣ୍ଟ୍ରି ନହେଲେ ନାହିଁ , ଲୋଗୋ ଏଣ୍ଟ୍ରି କରିବାରେ କିଛି ଅସୁବଧା ଅଛି ?
ଲୋଗୋଟିକୁ କମନ୍ସରେ ଅପଲୋଡ଼ ନ କରି ଓଡ଼ିଆ ଉଇକିପିଡ଼ିଆରେ ଅପଲୋଡ କରିବା ଉଚିତ ହେବ । ଲୋଗୋ ସମ୍ବନ୍ଧୀୟ କେତୋଟି ଦରକାରୀ ପୃଷ୍ଠା: Fair useTrademarks and logos
  • ଭାଇ inheritance of loss ର କଭର ଟିକିଏ ଦେଖିବେ । ଭାରତରେ ଏମିତି ହବନି ?
ହୋଇପାରିବ, Non-free use rationale guideline ପୃଷ୍ଠାଟି ଦେଖ ।