ବ୍ୟବହାରକାରୀ:MKar/ଓଡ଼ିଆ ଭାଷା ଓ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ

କାହାକୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏସବୁ କିପରି ହେବ ଓ କିଏ କରିବେ ମୁଁ ବି ଜାଣିନି :( କିନ୍ତୁ ଏସବୁର ସମାଧାନ ହେବା ଉଚିତ ।

  • ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇସାରିଥିଲେ ସୁଦ୍ଧା ଆମର ଅକ୍ଷର ସଂଖ୍ୟା ଏପର୍ଯ୍ୟନ୍ତ ସ୍ଥିର କରାଯାଇପାରିନି । କେବେ ଓ କିଏ ସ୍ଥିର କରିବେ ?
  • ବର୍ଣ୍ଣବୋଧ/ଯୁକ୍ତାକ୍ଷରର ବ୍ୟବହାର ନେଇ ବିବାଦ । (ମୁଁ ଯୁକ୍ତାକ୍ଷରର ବ୍ୟବହାରକୁ ସମର୍ଥନ କରେ)
  • ଓଡ଼ିଆ ଭାଷା ପ୍ରତିଷ୍ଠାନର ଉପର ଚାରିଟି ପଦବୀରୁ ତିନିଟି ପଦବୀ ଖାଲି । କାମ ସବୁ କିପରି ହେବ ?
  • ବଙ୍ଗଳା ଉଇକିଆଳି ଜୟନ୍ତ ନାଥ ଲେଖିଥିଲେ: Bengali language Regulated by Bangla Academy ,Bangladesh Paschimbanga Bangla Akademi, West Bengal, they published lots of works. ଓଡ଼ିଆ ଭାଷାର ମାନକ କେଉଁ ସଂସ୍ଥା ସ୍ଥିର କରୁଛନ୍ତି ମୁଁ ମଧ୍ୟ ଜାଣିନି ।
  • ଓଡ଼ିଶା ସରକାରଙ୍କ ଉଦ୍ୟମରେ ଇଂରାଜୀ ବନାନ Oriyaରୁ Odiaକୁ ପରିବର୍ତ୍ତନ ହେଲା, ISO code: Orକୁ ବଦଳାଇ Od କରିବା ଦାୟିତ୍ଵ କାହାର ?
  • ଓଡ଼ିଶା ସାହିତ୍ୟ ଏକାଡେମୀର ନିଜସ୍ଵ ୱେବସାଇଟ ୧୪ ଜୁନ ୨୦୧୩ ପର୍ଯ୍ୟନ୍ତ ଥିଲା ଏବେ ଆଉ ନାହିଁ । ଏବେ କ'ଣ ଏହାର ଆବଶ୍ୟକ ନାହିଁ ? ଏବେ ଉପଲବ୍ଧ
  • ଓଡ଼ିଶା ସରକାରଙ୍କ ୱେବସାଇଟର ଓଡ଼ିଆ ସଂସ୍କରଣ ନାହିଁ । ଦିଲ୍ଲୀ ସରକାରଙ୍କ ୱେବସାଇଟର ହିନ୍ଦୀ ସଂସ୍କରଣ ଅଛି । ଦିଲ୍ଲୀରେ ଇଂରାଜୀ ପଢିପାରୁଥିବା ଲୋକଙ୍କ ସଂଖ୍ୟା ଓଡ଼ିଶା ଅପେକ୍ଷା କମ ?
    • ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବସାଇଟ ଇଂରାଜୀରେ କିନ୍ତୁ କେରଳର ପର୍ଯ୍ୟଟନ ବିଭାଗର ତଥ୍ୟ ଓଡ଼ିଆରେ ମଧ୍ୟ ଉପଲବ୍ଧ । ଓଡ଼ିଶାବାସୀଙ୍କୁ ନିଜ ରାଜ୍ୟର ବୁଲିବା ଯାଗାମାନଙ୍କ ବାବଦରେ ଜାଣିବା ଆବଶ୍ୟକ ନାହିଁ ?
    • ନବୀନ ପଟ୍ଟନାୟକଙ୍କ ବାବଦରେ ତଥ୍ୟ ଓଡ଼ିଆରେ ନାହିଁ କିନ୍ତୁ ନରେନ୍ଦ୍ର ମୋଦୀଙ୍କ ବାବଦରେ ତଥ୍ୟ ଓଡ଼ିଆରେ ଅଛି । ନବୀନ ପଟ୍ଟନାୟକଙ୍କ ଅପେକ୍ଷା ନରେନ୍ଦ୍ର ମୋଦୀଙ୍କ ବାବଦରେ ଅଧିକ ଓଡ଼ିଆ ଲୋକ ଜାଣିବାକୁ ଆଗ୍ରହୀ ?
    • ସବୁଦିନ କାମରେ ଆସୁନଥିବା ନିର୍ବାଚନ କମିଶନଙ୍କ ୱେବସାଇଟରେ ୟୁନିକୋଡ଼ ଓଡ଼ିଆ ବ୍ୟବହାର ହେଉଛି ଅଥଚ ପ୍ରତିଦିନ ଲୋକଙ୍କ କାମରେ ଆସୁଥିବା ଭୂଲେଖରେ କରାଯାଉନାହିଁ । ଲୋକଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ?
  • ଓଡ଼ିଆ ଖବରକାଗଜ ୟୁନିକୋଡ଼ ମାନକ ବ୍ୟବହାର କରୁନାହାନ୍ତି । ଅନ୍ୟ ରାଜ୍ୟରେ ଏହା ୨୦୦୯ରୁ ଆରମ୍ଭ ହେଇସାରିଲାଣି । ଖବରକାଗଜ ସଂସ୍ଥା ଗୁଡ଼ିକୁ ବୁଝାଇବା ଦାୟିତ୍ଵ କାହାର ?
  • ସର୍ବସାଧାରଣ ବ୍ୟବହାର ନିମନ୍ତେ ଉପଲବ୍ଧ ଉଚ୍ଚମାନର ଓଡ଼ିଆ ଫଣ୍ଟ ବହୁତ କମ ଅଛି ବା ନଥିବା ସହ ସମାନ । କିନ୍ତୁ ଅନ୍ୟ ଭାଷାରେ ଏହିଭଳି ଏକାଧିକ ଫଣ୍ଟ ଅଛି ।
  • ଉନ୍ନତ ମାନର ଅପ୍ଟିକାର କ୍ୟାରେକ୍ଟର ରିକୋଗନିସନ (OCR) ସଫ୍ଟୱେର ପ୍ରସ୍ତୁତି ।
ଅସମାପ୍ତ...

ଉଇକିଆଳି କିଏ ଓ ସେମାନେ ଓଡ଼ିଆ ଭାଷା ନିମନ୍ତେ କ'ଣ କରୁଛନ୍ତି ?[ସମ୍ପାଦନା]

  • ଉଇକିମିଡିଆ ଫାଉଣ୍ଡେସନର ବିଭିନ୍ନ ଓଡ଼ିଆ ପ୍ରକଳ୍ପକୁ ନିଜ ଅବଦାନ ଦ୍ଵାରା ସମୃଦ୍ଧ କରୁଥିବା ବ୍ୟକ୍ତି ମାନେ ଉଇକିଆଳି ଭାବେ ପରିଚିତ । ଏମାନଙ୍କ ମଧ୍ୟରେ ଅଛନ୍ତି:
  • ୧୮ ବର୍ଷର ଯୁବକ ଠାରୁ ଆରମ୍ଭ କରି ୮୦ ବର୍ଷ ବୟସର ଯୁବକ (୮୦ବର୍ଷ ବୟସରେ ମଧ୍ୟ ସେ ଅନେକ ଯୁବକଙ୍କ ଅପେକ୍ଷା ଢେର ଅଧିକ କାମକରୁଛନ୍ତି )
  • ଅବସରପ୍ରାପ୍ତ ଡାକ୍ତର, ଛାତ୍ର, ଇଞ୍ଜିନିଅର, ଗୃହିଣୀ, ଡିଜାଇନର, ସରକାରୀ କର୍ମଚାରୀ ଓ ଆଉରି ଅନେକ
  • ଉଇକିଆଳିମାନେ ପ୍ରତ୍ୟେକ ଦିନ ବିନା କୌଣସି ପାରିଶ୍ରମିକ, ପୁରସ୍କାର ଓ ସରକାରୀ ପ୍ରୋତ୍ସାହନରେ କାମ କରୁଅଛନ୍ତି ।
  • ଉଇକିଆଳିମାନେ ଓଡ଼ିଶା ତଥା ଓଡ଼ିଶା ବାହାରେ ଅହମଦାବାଦ, କଲିକତା, ନୂଆଦିଲ୍ଲୀ, ବେଙ୍ଗାଳୁରୁ, ମୁମ୍ବାଇ ଓ ଆମେରିକାରୁ କାମ କରୁଅଛନ୍ତି ।

ଉଇକିଆଳିଙ୍କ କାମ[ସମ୍ପାଦନା]

  • ସିମିତ ଲୋକବଳ ଓ ଅର୍ଥବଳ ଥିଲେ ମଧ୍ୟ ଉଇକିଆଳିମାନେ କରୁଥିବା କାମ ଗୁଡ଼ିକ ହେଲା:
  • ଓଡ଼ିଆ ଭାଷାର ସର୍ବବୃହତ ମୁକ୍ତ ତଥା ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆର ପରିଚାଳନା ତଥା ଏହର ଗୁଣାତ୍ମକ ମାନରେ ନିରନ୍ତର ଉନ୍ନତି ।
  • ୧,୦୮,୦୦୦ରୁ ଅଧିକ ଶବ୍ଦ ଥିବା ଓଡ଼ିଆ ଉଇକିଅଭିଧାନର ପରିଚାଳନା ତଥା ଏହାର ଗୁଣାତ୍ମକ ମାନରେ ନିରନ୍ତର ଉନ୍ନତି ।
  • ୨୦୦ରୁ ଅଧିକ ଖୋଜିହେଉଥିବା ଭଳି ବହି ଥିବା ଉଇକିପାଠାଗାରର ପରିଚାଳନା ତଥା ଏହାର ସଂଖ୍ୟାରେ ନିରନ୍ତର ଅଭିବୃଦ୍ଧି । ଅତିଶିଘ୍ର ଆଉ ୧୦୦ ବହି ଡିଜିଟାଇଜ ହେବାକୁ ଯାଉଅଛି ।
  • ୩ଟି ଫଣ୍ଟ କନଭର୍ଟରର ପ୍ରସ୍ତୁତି ।
  • OCR ନିମନ୍ତେ ଚେଷ୍ଟା
  • ମୋଜିଲା ଫାୟାରଫକ୍ସରେ ଓଡ଼ିଆ ଅଭିଧାନ ଏଡ-ଅନ
  • ଗୁଗଲ କ୍ରୋମରେ ଓଡ଼ିଆ ଟାଇପିଙ୍ଗ ଏଡ-ଅନ
  • ସ୍ଵତ୍ତ୍ଵାଧିକାର ମୁକ୍ତ ତଥ୍ୟ ନିମନ୍ତେ ନିରନ୍ତର ପ୍ରଚେଷ୍ଟା ।
  • କମ୍ପ୍ୟୁଟରେ ଓଡ଼ିଆ ବ୍ୟବହାର ନିମନ୍ତେ ମାଗଣା ବୈଷୟିକ ସହାୟତା
ଅସମାପ୍ତ...

ତଥାଗତ ଶତପଥୀ, ସମ୍ପାଦକ, ଧରିତ୍ରୀ[ସମ୍ପାଦନା]

  • ଧରିତ୍ରୀ ଗନ୍ତାଘରେ ଥିବା ଛବି ଗୁଡ଼ିକ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଇକିକମନ୍ସରେ ଅପଲୋଡ଼ କରିବା ନିମନ୍ତେ ଅନୁମତି
    • ଅଲଜଜୀରା ପ୍ରକାରେ ଏକ ସ୍ଵତନ୍ତ୍ର ଛାଞ୍ଚ ଜରିଆରେ ଧରିତ୍ରୀର ଅବଦାନକୁ ଉପଯୁକ୍ତ ପରିଚୟ ଦିଆଯିବ
  • ନନ୍ଦିନୀ ଶତପଥୀ ଓ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ଵାରା ଲିଖିତ ବହିଗୁଡ଼ିକୁ ଉଇକି ପାଠାଗାର ମାଧ୍ୟମରେ ପ୍ରକାଶ କରିବା ନିମନ୍ତେ ଅନୁମତି ପ୍ରଦାନ କରିବା
    • ପୃଥିବୀର ଯେକୌଣସି ସ୍ଥାନରେ (ଇଣ୍ଟରନେଟ ଉପଲବ୍ଧ ଥିଲେ) ଥାଇ ମଧ୍ୟ ପାଠକ ବହିଗୁଡ଼ିକୁ ପଢ଼ିପାରିବେ
  • ଧରିତ୍ରୀର ଇ-ସଂସ୍କରଣ ଅକ୍ଷର/ ମାନକ ୟୁନିକୋଡ଼ରେ ପ୍ରକାଶ କରିବା
    • ପୁନଃବ୍ୟବହାରଯୋଗ୍ୟ /ଇଣ୍ଟରନେଟରେ ଖୋଜି ପାଇହେବ
  • ଧରିତ୍ରୀର ନିଜସ୍ବ ୱେବସାଇଟ ୟୁନିକୋଡ଼ ଓଡ଼ିଆରେ ଆରମ୍ଭ କରିବା
    • ଇଣ୍ଟରନେଟର ଓଡ଼ିଆ ଭାଷା ନିମନ୍ତେ ଏକ ଅନୁକୁଳ ପରିବେଶ ତିଆରି କରିବାରେ ସହାୟକ ହେବ
  • ଧରିତ୍ରୀ ଅକ୍ଷରରୂପର ୟୁନିକୋଡ଼ ସଂସ୍କରଣ ମୁକ୍ତଭାବେ ଉପଲବ୍ଧ କରାଇବା
    • ବ୍ୟବହାର ବଢ଼ିଲେ ଏହା ଡାଲଡା, ଅମୁଲ ଓ ଜେରକ୍ସ ଭଳି ଏକ ମାନକରେ ପରିଣତ ହେବ
  • ଉଇକିଆଳୀଙ୍କୁ ଦରକାରୀ ତଥ୍ୟ ଯୋଗାଇବା ନିମନ୍ତେ ବ୍ୟବସ୍ଥା କରିବା (ଯୋଗାଯୋଗ)

ତଥାଗତ ଶତପଥୀ, ସାଂସଦ, ଲୋକ ସଭା[ସମ୍ପାଦନା]

  • ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ସବୁ CCbySAଲାଇସେନ୍ସରେ ପ୍ରକାଶ କରିବା
    • ଓଡ଼ିଶା ପର୍ଯ୍ୟଟନ ବିଭାଗ ନିକଟରେ ଥିବା ଛବି ଗୁଡ଼ିକର ପୁନଃବିତରଣ
    • ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ Orissa Reviewର ସବୁ ପୁରୁଣା ସଂସ୍କରଣକୁ CC ଲାଇସେନ୍ସରେ ପୁନଃ ବିତରଣ
  • ଓଡ଼ିଶା ସରକାରଙ୍କ ବିଭିନ୍ନ ୱେବସାଇଟକୁ ମାନକ ୟୁନିକୋଡ଼ ଓଡ଼ିଆରେ ପ୍ରକାଶିତ କରିବା
    • ଭୂଲେଖ ୱେବସାଇଟରେ ଥିବା ତଥ୍ୟ ସବୁ ୟୁନିକୋଡ଼ ଓଡ଼ିଆରେ ଉପଲବ୍ଧ କରାଇବା
  • ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ସାଧନ ମୁକ୍ତ ଭାବେ ଉପଲବ୍ଧ କରାଇବା/ ପୁରସ୍କାର ପ୍ରଦାନ କରିବା
    • ଇଣ୍ଟରନେଟର ଓଡ଼ିଆ ଭାଷାର ବହୁଳ ବ୍ୟବହାର ନିମନ୍ତେ ମାଗଣା ସାଧନ (ଓସିଆର, ୟୁନିକୋଡ଼ ଫଣ୍ଟ, କିବୋର୍ଡ଼ ମ୍ୟାନେଜର, ଭିଜୁଆଲ ଗାଇଡ଼) ଉପଲବ୍ଧ କରାଉଥିବା ବ୍ୟକ୍ତି/ସଂସ୍ଥାଙ୍କ ନିମନ୍ତେ ଆର୍ଥିକ ପୁରସ୍କାର ପ୍ରଚଳନ
  • ତାମିଲନାଡୁ ସରକାରଙ୍କ ଭଳି ଲେଖକଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଇ ସେମାନଙ୍କ ସାହିତ୍ୟକୃତିକୁ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା
  • ରାଜ୍ୟର ବିଜଦ ବୈଠକ/ ବିଧାନ ସଭା ଅଧିବେଶନ ବେଳେ ବିଜଦ ଲୋକ ପ୍ରତିନିଧିମାନଙ୍କ ଛବି ଉତ୍ତୋଳନ ନିମନ୍ତେ ବନ୍ଦୋବସ୍ତ
  • Naveenpatnaik.com ୱେବସାଇଟରେ ଥିବା ଛବି ଗୁଡ଼ିକର ପୁନଃଲାଇସେନ୍ସ କରଣ

'ଵ' ଓ '‌ୱ' ବାବଦରେ[ସମ୍ପାଦନା]

ପ୍ରିୟ ଶୈଳେଶ ଉଇକିପିଡ଼ିଆରେ ତୁମ ଅଭିଜ୍ଞତାରୁ ଏହା ନିଶ୍ଚିତ ଭାବେ ଜାଣିପାରୁଥିବ ଯେ ଏହା ଶୁଭାଶିଷ ବା ମୋ ହାତର କଥା ନୁହଁ । ଏହିଭଳି ନିଷ୍ପତ୍ତି ଏକଛତ୍ରବାଦ ଶାସନ ଭଳି ଜଣେ ବ୍ୟକ୍ତିଙ୍କ ମତ ଆଧାରରେ ନିଆଯାଏନାହିଁ, ଗଣତନ୍ତ୍ର ଶାସନ ଭଳି ଆଲୋଚନା ସଭାରେ (https://or.wikipedia.org/s/25) ଏଥିନିମନ୍ତେ ବିଧିବଦ୍ଧ ଆଲୋଚନା କରାଯାଏ ଓ ସଂଖ୍ୟାଧିକ ଉଇକିଆଳି ସମର୍ଥନ କରୁଥିବା ମତକୁ କାର୍ଯ୍ୟକାରୀ କରାଯାଏ । ଏହାର ଉଭୟ ଭଲ ଓ ମନ୍ଦ ଦିଗ ରହିଛି । ଅନେକ ଭଲ ଥିବା ସତ୍ତ୍ଵେ ମନ୍ଦ ଦିଗଟି ହେଲା: ଆମେ ଅନେକ ଭଲ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ବିଫଳ ହେଇଛେ । ଠିକ ଏହି ପ୍ରସ୍ତାବ ଭଳି ଉଇକିପିଡ଼ିଆର ନାମ ବଦଳେଇବା ନିମନ୍ତେ ପୂର୍ବରୁ ଅନେକ ମତ ଆସିଥିଲା:

  • ବିକିପୀଡିଆ କିମ୍ବା ୱିକିପୀଡିଆ (ସମ୍ବିଧାନ ମହାନ୍ତି, ଅପ୍ରେଲ ୨୦୧୧)
  • ବିକିପିଡ଼ିଆ (ସଁବି ର, ଅପ୍ରେଲ ୨୦୧୧)
  • ବିକିପେଡ଼ିଆ (ଶୁଭାଶିଷ ପାଣିଗ୍ରାହୀ, ଅପ୍ରେଲ ୨୦୧୧)
  • ବିକିପେଡ଼ିଆ (ଅଂଶୁମାନ ପାଣିଗ୍ରାହୀ, ଅପ୍ରେଲ ୨୦୧୧)
  • ୱିକିପେଡ଼ିଆ (ଜ୍ୟୋତି ପ୍ରସାଦ ପଟ୍ଟନାୟକ, ଫେବୃଆରୀ ୨୦୧୨)
  • ଉଇକିପେଡିଆ, ସୁବାସ ଚନ୍ଦ୍ର ରାଉତ, ମଇ ୨୦୧୩

ହୁଏତ ଏହା ସମ୍ପୂର୍ଣ୍ଣ ନୁହେଁ, ଆଉରି କିଛି ଥାଇପାରେ ! ପ୍ରଥମରୁ ଏହା ଲେଖିବାକୁ ଉଚିତ ମନେ କରୁଛି ଯେ:

  1. ଦୁଃଖୀଶ୍ୟାମ ବାବୁଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣେନାହିଁ । ସେ ନିଜେ ଲେଖିଥିବା କେତୋଟି ବହିରେ '‌ୱ' ବଦଳରେ 'ଵ' ବ୍ୟବହାର କରିଛନ୍ତି ସେକଥା ମଧ୍ୟ ଜାଣିନି । ସମସ୍ତେ ଅବଗତ ଥିବେ ୧୮ ବର୍ଷର ଛାତ୍ର ଠାରୁ ଆରମ୍ଭ କରି ୮୦ ବର୍ଷ ବୟସର ଅବସରପ୍ରାପ୍ତ ଡାକ୍ତର ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିବାକୁ ଉଦ୍ୟମରତ ଅଛନ୍ତି । ଏଠାରେ ଏପରି ମନ୍ତବ୍ୟ ଦେବା ଛଡ଼ା ଓଡ଼ିଆ ଭାଷା ନିମନ୍ତେ ଦୁଃଖୀଶ୍ୟାମ ବାବୁ ଆଉ କ'ଣ କ'ଣ କାମ କରିଛନ୍ତି ବା କରୁଛନ୍ତି (ବିନା ପାରିଶ୍ରମିକରେ) ତାହା ମଧ୍ୟ ଜାଣିନି । (ମୋ ଅଜ୍ଞତା ନିମନ୍ତେ ମୁଁ ବ୍ୟକ୍ତିଗତ ଭାବେ କ୍ଷମାପ୍ରାର୍ଥୀ)
  2. ଉପର ଲିଖିତ ମନ୍ତବ୍ୟରେ ଦୁଃଖୀଶ୍ୟାମ ବାବୁ ଯେଉଁସବୁ ଶବ୍ଦକୁ ବ୍ୟବହାର କରିବା ଉଚିତ ମନେ କରିଛନ୍ତି, ସେଥିରୁ ତାଙ୍କର ଓଡ଼ିଆ ଭାଷା ବାବଦରେ ଗଭୀର ଜ୍ଞାନ ସହ ଆମ କାମପ୍ରତି ତାଙ୍କର କେତେ ସମ୍ମାନ ଅଛି ଜଣାପଡୁଛି ‌। ଦୁଃଖୀଶ୍ୟାମ ବାବୁ ଜାଣିରଖିବା ଉଚିତ ବାରମ୍ବାର ଗୋଟିଏ ମନ୍ତବ୍ୟ ଅନେକ ସ୍ଥାନରେ ଲେଖିଲେ ଉଇକିଆଳିଙ୍କ ନିକଟରେ ତାହା ଗୁରୁତ୍ଵପୂର୍ଣ୍ଣ ହେଇଯିବନି ବରଂ ଉତ୍ତର ଦେବାକୁ ଅସୁବିଧା ହେବ ତେଣୁ ଦୟାପୂର୍ବକ ଗୋଟିଏ ସ୍ଥାନରେ ହିଁ ଲେଖିବାକୁ ଅନୁରୋଧ । ଦୁଃଖର ସହ ସ୍ଵିକାର କରିବାକୁ ବାଧ୍ୟ ହେଉଛି ଯେ, ଆମ କାମକୁ ତାଚ୍ଛଲ୍ୟ କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା ଭଳି ଉଦାର ମୁଁ ଏପର୍ଯ୍ୟନ୍ତ ହେଇପାରିନି ।
  3. ମୁଁ ଦୁଃଖୀଶ୍ୟାମ ବାବୁଙ୍କ ସହ ଏକମତ ଯେ '‌ୱ' ଏକ ବ୍ୟାକରଣ ଶୁଦ୍ଧ ଅକ୍ଷର ନୁହେଁ (ପରେ ସମୟ ପାଇଲେ 'ଵ' ଓ ‌'ୱ' ବାବଦରେ ଉଇକିପିଡ଼ିଆରେ ଅଧିକ ଲେଖିବି) ତଥାପି ଏହା ବହୁଳ ବ୍ୟବହୃତ । ଠିକ ଯେପରି ମର୍ମନ୍ତୁଦ ଏକ ଭୁଲ ଶବ୍ଦ (ଏହା ବ୍ୟାକରଣ ଶୁଦ୍ଧ ଶବ୍ଦ ନୁହେଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା: ୬୩୧୫) ହେଲେ ମଧ୍ୟ ଅଧିକାଂଶ ମର୍ମତୁଦ ବଦଳରେ ମର୍ମନ୍ତୁଦ ହିଁ ବ୍ୟବହାର କରୁଛନ୍ତି ।

ମୁଁ ବ୍ୟକ୍ତିଗତ ଭାବେ 'ଵ' ବ୍ୟବହାରକୁ ବର୍ତ୍ତମାନ ପରିସ୍ଥିତିରେ ସମର୍ଥନ କରୁନାହିଁ, ତଥାପି ଦୁଃଖୀଶ୍ୟାମ ବାବୁଙ୍କ ମତକୁ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ଆଲୋଚନାସଭାରେ ଲେଖି ସାଥୀ ଉଇକିଆଳିଙ୍କ ମତ ଜାଣିବାକୁ ପଡ଼ିବ (ପୃଥିବୀ ସାରା ଉପଲବ୍ଧ ୨୮୪+ ଭାଷାର ଉଇକିପିଡ଼ିଆରେ ଏହିପରି ହିଁ ନିଷ୍ପତ୍ତି ନିଆଯାଇଥାଏ)।

  • 'ଵ' ସପକ୍ଷରେ ଯଥେଷ୍ଟ ତଥ୍ୟଗତ ପ୍ରମାଣ ସହ ଏହା କାହିଁକି ବ୍ୟବହାର କରିବା ଉଚିତ ସେ ବାବଦରେ ଆଲୋଚନା ସଭାରେ ଲେଖିବାକୁ ପଡ଼ିବ ।
  • 'ଵ' ଅକ୍ଷରଟି ଏବେ (ମୋ ଜାଣତରେ) କୌଣସି ଖବରକାଗଜ ଓ ପଢ଼ାବହିରେ ବ୍ୟବହାର କରାଯାଉନି । (ଖବରକାଗଜ ଓ ପଢ଼ାବହିରେ 'ୱ' ବଦଳରେ 'ଵ' ବ୍ୟବହାର କରିବା ନିମନ୍ତେ ତଥା ସାଧାରଣ ଲୋକଙ୍କୁ ଏବାବଦରେ ସଚେତନ କରିବା ବାବଦରେ ଦୁଃଖୀଶ୍ୟାମ ବାବୁ କ'ଣ କ'ଣ ପଦକ୍ଷେପ ନେଇଛନ୍ତି ବା ନେଉଛନ୍ତି ଜଣାଇଲେ ବ୍ୟକ୍ତିଗତ ଭାବେ ମୁଁ ଖୁସି ହେବି ) । 'ଵ' ହେଉଛି 'ଌ' ଓ 'ୡ' ଭଳି ଏକ ଅଳ୍ପବ୍ୟବହୃତ/ଲୁପ୍ତ ଅକ୍ଷର, ୠ ମଧ୍ୟ ଧିରେ ଧିରେ ସେ ଆଡ଼କୁ ଗତି କରୁଛି । ଅନେକ ଲୋକ ଏହି ଅକ୍ଷରର ସ୍ଥିତି ବାବଦରେ ମଧ୍ୟ ଜାଣନ୍ତି ନାହିଁ ।
  • ତଥାପି ସରକାର ଜାରୀ କରୁଥିବା ଅଧ୍ୟାଦେଶ ଭଳି ଆମେ ଉଇକିଆଳିମାନେ ଏକମତ ହେଇ 'ଵ' ବ୍ୟବହାର କରିପାରିବା (ଯଦିଓ ଏହାକୁ ଅନ୍ୟ ଉଇକିଆଳିମାନେ ସମର୍ଥନ କରିବେ ଏପରି ଆଶା ମୋର ନାହିଁ) । ଯଦି ଦୈବାତ ଏହି ପ୍ରକ୍ରିୟାରେ ଆମେ ନାମ ବଦଳାଇବା ତାହେଲେ:
  • ଭବିଷ୍ୟତରେ ଏହାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଉଥିବା ସମସ୍ତ ବ୍ୟକ୍ତିଙ୍କୁ ସନ୍ତୋଷଜନକ ଉତ୍ତର ଦେବା ନିମନ୍ତେ 'ଵ' ଓ 'ୱ' ବାବଦରେ ସବିଶେଷ ତଥ୍ୟ ଥିବା ଏକ ତୁଳନାତ୍ମକ ପ୍ରସଙ୍ଗ ଲେଖି ରଖିବାକୁ ପଡ଼ିବ ।
    • 'ଵ' ସପକ୍ଷରେ ଏବେ ମୋ ପାଖରେ ଯଥେଷ୍ଟ ତଥ୍ୟ/ ପ୍ରମାଣ ନାହିଁ ।
    • ଅଧିକାଂଶ ସକ୍ରିୟ ଓଡ଼ିଆ ଉଇକିଆଳି ଜାଣନ୍ତି ଗୋଟିଏ ଲୋକପ୍ରିୟ ୱେବସାଇଟକୁ ଓଡ଼ିଆରେ ଉପଲବ୍ଧ କରାଇବା ନିମନ୍ତେ ମୁଁ ଏବେ (ବିନା ପାରିଶ୍ରମିକରେ) କାମ କରୁଥିବାରୁ ଏହିଭଳି ଏକ ପ୍ରସଙ୍ଗ ଲେଖିବା ନିମନ୍ତେ ଏବେ ମୋ ପାଖରେ ଯଥେଷ୍ଟ ସମୟ ନାହିଁ । ଅନ୍ୟ କେହି ଉଇକିଆଳି ଯଦି ଏହି ପ୍ରସଙ୍ଗ ଲେଖିବାକୁ ଇଚ୍ଛୁକ, ତା'ହେଲେ ମୁଁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିବି ।
  • ଦୁଃଖୀଶ୍ୟାମ ବାବୁ ଯଦି 'ଵ' ଅକ୍ଷର ବ୍ୟବହାର ସପକ୍ଷରେ ତଥ୍ୟପ୍ରମାଣ ଥାଇ ଏକ ଉପଯୁକ୍ତ ପ୍ରସଙ୍ଗ ଲେଖିବାର ଦାୟିତ୍ଵ ନିଅନ୍ତି କିମ୍ବା ପୂର୍ବରୁ ନିଜେ ଲେଖିଥିବା କୌଣସି ପ୍ରସଙ୍ଗ/ବହି ଦିଅନ୍ତି ତେବେ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ଵ ନେବାକୁ ମୁଁ ପ୍ରସ୍ତୁତ ଅଛି ।

ତେବେ ଏଠାରେ କହିରଖେ: ଏବେକାର ସମୟରେ ଉଇକିପିଡ଼ିଆର ନାମ ବଦଳ ଠାରୁ ବହୁତ ଅଧିକ ଗୁରୁତ୍ଵ ବହନ କରୁଥିବା ଓଡ଼ିଆ ଭାଷା ସମ୍ବନ୍ଧୀୟ ଅନେକ ଅସମାହିତ ପ୍ରସଙ୍ଗ ରହିଛି, ସେସବୁର ତୁରନ୍ତ ସମାଧାନ ହେବା ଉଚିତ । ସେଥିମଧ୍ୟରୁ ଯାହାସବୁ ମନେ ପଡ଼ିଲା, ସେସବୁ ଏକାଠି କରିବାକୁ ଚେଷ୍ଟା କରିଛି। ଯଦି କେହିଦେଖିବାକୁ ଆଗ୍ରହୀ ତେବେ ତଳେ ଦେଖିପାରିବେ: ସେସବୁ ସମସ୍ୟାର ସମାଧାନ ନିମନ୍ତେ ଯଦି ଓଡ଼ିଆ ଉଇକିଆଳିମାନଙ୍କର କେହି କିଛି ସହଯୋଗ ଦରକାର କରନ୍ତି, ତେବେ ସମସ୍ତେ ଆଗଭର ହୋଇ ନିଜ ସାଧ୍ୟମତେ ସାହାଯ୍ୟ କରିବେ ବୋଲି ମୋର ଆଶା ତଥା ବିଶ୍ଵାସ । ଅନ୍ୟକାମରେ ବ୍ୟସ୍ତ ରହୁଥିବାରୁ ଏହି ଆଲୋଚନା ମୁଁ ଆରମ୍ଭ କରିବାକୁ ଚାହୁଁନଥିଲି । ଶୁଭାଶିଷ ଉତ୍ତର ଦେବା ପରେ ମଧ୍ୟ ଦୁଃଖୀଶ୍ୟାମ ବାବୁ ବୁଝିବାକୁ ଆଗ୍ରହୀ ନୁହନ୍ତି, ତେଣୁ ମୁଁ କିଛି ମନ୍ତବ୍ୟ ଦେଉନଥିଲି । (ଏହାପରେ ଏହି ଆଲୋଚନାରେ ମୁଁ ବା ମୋ ତରଫରୁ କେହି ଉଇକିଆଳି ଉତ୍ତର ଦେବାକୁ ବାଧ୍ୟ ନୁହନ୍ତି ।)