ବ୍ୟବହାରକାରୀ:MKar/ଓଡ଼ିଆ ଭାଷା

ଉଇକିପିଡ଼ିଆ‌ରୁ
  • ଓଡ଼ିଶାର ପୂର୍ବତନ ଗଡ଼ଜାତ ବା ଦେଶୀୟ ରାଜ୍ୟମାନଙ୍କରେ ଓଡ଼ିଆ ଷାଷା ରାଜ ଦରବାରର ଭାଷା ଥିଲେ ହେଁ ବାମଣ୍ଡା ରାଜ୍ୟ ସେ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା (ଏବର ଦେବଗଡ଼ ଓ କୁଚିଣ୍ଡା ମିଶି ସେତେବେଳେ ବାମଣ୍ଡା ରାଜ୍ୟ ଥିଲା )। ବାମଣ୍ଡାର ଦେବଗଡ଼ ଠାରେ ଯେଉଁ 'ଜଗନ୍ନାଥ ବଲ୍ଲଭ ପ୍ରେସ' ଥିଲା, ୧୮୮୦ ମସିହାରେ ସେଥିରେ ଓଡ଼ିଆ ଭାଷାରେ ମୁଦ୍ରଣ କାର୍ଯ୍ୟ ଚାଲିଥିଲା । ଇଂରାଜୀ ଭାଷାରେ ଛାପା ହେବାକୁ ଥିବା ଓଡ଼ିଶାର କାଗଜପତ୍ର ସବୁ କଲିକତା ଓ ରାୟପୁରକୁ ପଠାଯାଉଥିଲା । [୧]
  • ଦୀର୍ଘଧ୍ଵନି, ହ୍ରସ୍ଵଧ୍ଵନି, ଯଥା: ଦୀର୍ଘ ଈକାର, ଊକାର ଆଦି ଓଡ଼ିଆ ଭାଷାର ବୋଝ ବୋଲି କହି କେତେକ ଓଡ଼ିଆ ସମାଲୋଚନା କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଂଲିଶ ଭାଷାରେ 'ଇ'ର ପାଞ୍ଚ, ଛଅ ପ୍ରକାର ବନାନ (e, ie, ee, ey, ea) କୁ ବିରୋଧ କରୁ ନ ଥିବା ଆମର ଇଂଲିଶ ପଢୁଆ କେତେକ ଓଡ଼ିଆ 'ଇ', 'ଈ' ଦୁଇଟି ଲିପି ଆମ ଭାଷାରେ ରଖିବାକୁ ବିରୋଧ କରିବା ପଛରେ କୌଣସି ଯଥାର୍ଥତା ନାହିଁ । କେବଳ ଧ୍ଵନିର ଦୀର୍ଘ, ହ୍ରସ୍ଵ ପ୍ରକାର ପାଇଁ ନୁହେଁ, ପ୍ରାୟ ସମୋଚ୍ଚାରିତ ବିଭିନ୍ନ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଦେଖାଇବା ପାଇଁ ମଧ୍ୟ ଦୀର୍ଘ ଓ ହ୍ରସ୍ଵ ସଙ୍କେତର ଆବଶ୍ୟକତା ରହିଛି, ଯଥା ବାଣି/ବାଣୀ, କୁଳ/କୂଳ ଇତ୍ୟାଦି ।[୨]
  • ଓଡ଼ିଆ ଭାଷା ଏକ ସ୍ଵୟ ସମ୍ପୂର୍ଣ୍ଣ ଭାଷା । ଓଡ଼ିଆ ଭାଷାର ପ୍ରତିଟି ଅକ୍ଷର ଠିକ ଭାବେ ଉଚ୍ଚାରଣ କରିପାରୁଥିବା ଓଡ଼ିଆମାନେ ପୃଥିବୀର ଯେକୌଣସି ଭାଷାକୁ ଠିକ ଭାବେ ଉଚ୍ଚାରଣ କରିପାରିବେ । ଇଂରେଜମାନେ ସ୍ପାନିସ ବା ଫ୍ରେଞ୍ଚ ଭାଷାକୁ ଠିକ ଭାବେ ଉଚ୍ଚାରଣ କରିପାରନ୍ତି ନାହିଁ । କାରଣ ସେ ଦୁଇ ଭାଷାରେ ଥିବା 'ତ' ଓ 'ଦ' ଉଚ୍ଚାରଣ କରିବାକୁ ଇଂରେଜୀରେ ଅକ୍ଷର ନାହିଁ । ତେଣୁ ଜଣେ ଇଂରେଜ ଲୋକ ମାଦ୍ରିଦକୁ ମାଡ୍ରିଡ ଓ ହାଇତିକୁ ହାଇଟି ଉଚ୍ଚାରଣ କରେ । ସେହିପରି ଭାରତୀୟ ଭାଷା ମଲୟାଲମ ଓ ଗୁଜରାଟୀରେ 'ଳ' ଓ 'ଣ'ର ବହୁଳ ବ୍ୟବହାର ଦେଖାଯାଏ ।[୩]
  • ଆମର ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲେ କେତେ, ଦୁର୍ଗାପୂଜା ବେଳେ ଶହ ଶହ ଓଡ଼ିଆ ପତ୍ରିକା ପ୍ରକାଶ ପାଇଲେ କେତେ, ସରକାରୀ ନଥିପତ୍ରରେ ଓଡ଼ିଆ ଲିପି ବ୍ୟବହାର ବା ଫଳକ, ବିଜ୍ଞାପନ ଆଦି ଓଡ଼ିଆରେ ଲେଖାଗଲେ କେତେ- ଦୈନନ୍ଦିନ ଚଳଣିରେ ଯଦି ଓଡ଼ିଆ ଭାଷା ପ୍ରତି ମମତା ପ୍ରକାଶ ପାଉନାହିଁ, ତେବେ ମାତୃଭାଷାକୁ ବଞ୍ଚାଇବା କେମିତି ? ଇଂଲିଶ ଆମର ବାଧକ ନୁହେଁ, ଅସଲ ବାଧକ ଆମ ହୀନମନ୍ୟ ମନୋବୃତ୍ତି । ଜଣେ ଏକାଧିକ ଭାଷା ଶିଖିବା ପାପ ନୁହେଁ, କିନ୍ତୁ ଏସବୁର ପ୍ରୟୋଗ ବେଳେ ପ୍ରତି ଭାଷାର ସ୍ଵକୀୟତା ଓ ସାଂସ୍କୃତିକ ଭାବରୂପ ଯେପରି ଅକ୍ଷୁର୍ଣ୍ଣ ରହେ, ସେଥିପ୍ରତି ଦୃଷ୍ଟି ଦେବା ଗୁରୁତ୍ଵପୂର୍ଣ୍ଣ । [୪]

ଆଧାର[ସମ୍ପାଦନା]

  1. ମହାପାତ୍ର, ଗୁରୁ କଲ୍ୟାଣ (୧୮ ଫେବୃଆରୀ ୨୦୧୩). "ଆମ ମାତୃଭାଷା ଓଡ଼ିଆ". ସୂର୍ଯ୍ୟପ୍ରଭା. p. ଆ. {{cite news}}: Check date values in: |date= (help)
  2. ଦେବଦର୍ଶୀ, ଅନନ୍ତ (4 November 2016). "ଓଡ଼ିଆ ଲିପିର ଅନନ୍ୟତା". ଧରିତ୍ରୀ. Retrieved 4 November 2016.
  3. ମହାନ୍ତି, ଗୁରୁ ପ୍ରସାଦ (୧୬ ଜୁନ ୨୦୧୬). "କହ ଓଡ଼ିଆ, ଲେଖ ଓଡ଼ିଆ, ପଢ଼ ଓଡ଼ିଆ ପାଠ". ସମ୍ବାଦ. p. ୧୦. {{cite news}}: Check date values in: |date= (help)
  4. ସାହୁ, ରଞ୍ଜନ (୩୦ ମାର୍ଚ୍ଚ ୨୦୧୬). "ହଜିଯାଉଛି ଆମ ଭାଷାର ମାଧୁର୍ଯ୍ୟ". ଧରିତ୍ରୀ. Retrieved 28 June 2016. {{cite news}}: Check date values in: |date= (help)