ବ୍ୟବହାରକାରୀ:Hpsatapathy/sandbox3
ସୁଶାନ୍ତ କୁମାର ନାୟକ ଜଣେ ଓଡ଼ିଆ ଭାଷୀ କବି ତଥା ଓଡ଼ିଶା ସାହିତ୍ୟ ଅକାଦମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ।[୧]
ରାୟଗଡ଼ ଜିଲ୍ଲାରେ ଜନ୍ମିତ ଶ୍ରୀ ନାୟକ ତାଙ୍କର ଉଚ୍ଚ ଶିକ୍ଷା ରାୟଗଡ଼ ମହାବିଦ୍ୟାଳୟରେ ସଂପନ୍ନ କରିଥିଲେ । ସଂପ୍ରତି ସେ ପଞ୍ଚବଟୀ ନାମକ ଓଡ଼ିଅ ସାହିତ୍ୟ ପତ୍ରିକାର ସଂପାଦନା କରୁଛନ୍ତି ।
ଶ୍ରୀ ନାୟକଙ୍କ ପୁତ୍ର ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରେୟାନ ୨ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଉଇକିପିଡ଼ିଆ କଅଣ – ସଂକ୍ଷିପ୍ତରେ କହିଲେ, ଉଇକିପିଡ଼ିଆ ହେଉଛି ଏକ ଅନଲାଇନ ଏନସାଇକ୍ଲୋପେଡିଆ ଯାହା ୧୫ ଜାନୁଆରୀ, ୧୯୦୧ ମସିହାରେ ଆରମ୍ଭ କରାଯାଇଥିଲା । ଇଂରାଜୀ ଭାଷାରେ ୧୭୬୮ ମସିହାରୁ ପୁସ୍ତକ ଆକାରରେ ବିକ୍ରୟ ଆରମ୍ଭ କରାଯାଇଥିବା ଏନସାଇକ୍ଲୋପେଡିଆ ବ୍ରିଟାନିକା’ ନାମ ପ୍ରାୟ ଶୁଣିଥିବେ । ଏନସାଇକ୍ଲୋପେଡିଆ ହେଉଛି ଏକ ବା ଏକାଧିକ ପୁସ୍ତକର ସମାହାର ଯେଉଁଥିରେ ଯେ କୌଣସି ବିଷୟର ଅର୍ଥ ଓ ଖବର ମିଳିପାରିବ । ଏହି ବହି ଲେଖିବା ପାଇଁ ତାଙ୍କର ନିର୍ଦ୍ଦିଷ୍ଟ ସମ୍ପାଦକ ଅଛନ୍ତି ।
ଅନ୍ୟ ପକ୍ଷରେ ଉଇକିପିଡିଆ ମଧ୍ୟ ଏକ ଏନସାଇକ୍ଲୋପେଡିଆ କିନ୍ତୁ ପୁସ୍ତକ ଆକାରରେ ନୁହେଁ, ନେଟରେ ମିଳେ । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଉପଲବ୍ଧ ଥିଲା ଯାହାକୁ ପୃଥିବୀର ସମସ୍ତ ଭାଷା ଭାଷୀ ଲୋକମାନେ ନିଜ ଭାଷାରେ ଅନୁବାଦ କରି ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି ।
ଉଇକିପିଡିଆର ସଂସ୍ଥାପକ ଜିମି ୱେଲ୍ସ ଆଉ ପାଦେ ଆଗେଇ ଯାଇ କହିଲେ, “ଚିନ୍ତା କରନ୍ତୁ ଏ ଭଳି ଏକ ପୃଥିବୀ ଯେଉଁଠାରେ ବିନା ମୂଲ୍ୟରେ ଗ୍ରହର ପ୍ରତ୍ୟେକ ବ୍ୟକ୍ତି ସମସ୍ତ ମାନବିକ ଜ୍ଞାନ ପାଇ ପାରିବ । ତାହାହିଁ ଆମେ କରୁଛୁ ।” ଏହାହିଁ ଉଇକିପିଡ଼ିଆର ଲକ୍ଷ । ଗୋଟିଏ ଧାଡ଼ିରେ କହିବାକୁ ଗଲେ, ଦୁନିଆର ସମସ୍ତ ଜାଗତିକ ଜ୍ଞାନ ପୃଥିବୀର ସମସ୍ତ ଭାଷାରେ ବିତରଣ କରିବା ଏହାର ଲକ୍ଷ । ଏହା ଏପରି ଏକ ଏକ ଅନଲାଇନ ଏନସାଇକ୍ଲୋପେଡିଆ ଯେଉଁଥିରେ ଯେ କୌଣସି ବ୍ୟକ୍ତି ସମ୍ପାଦନ କରିପାରିବ ଏବଂ ନିୟୁତ ନିୟୁତ ଲୋକ ଏହା କରି ସାରିଛନ୍ତି । ଏଥିରେ ରଚନା, କବିତା, ବିଜ୍ଞାନ ଭଳି କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଲେଖା ନଥାଏ କିନ୍ତୁ ପ୍ରତ୍ୟେକ ବିଷୟରେ ଲୋକମାନଙ୍କୁ ପରିଚିତ କରେଇବା ଏହାର ଲକ୍ଷ ।
ଉଇକିପିଡିଆ ଲେଖକ – ଏଇଠି ସମସ୍ୟା ସୃଷ୍ଟି ହେଲା ଯେ ଉଇକିପିଡ଼ିଆ ଭଳି ଏତେ ବଡ଼ ଜ୍ଞାନ ପୂର୍ଣ୍ଣ ଏନସାଇକ୍ଲୋପେଡିଆ ଲେଖିବ କିଏ ? ଏଥିରେ ଲେଖିବା ପାଇଁ ଉଇକିପିଡିଆ ତରଫରୁ ନିର୍ଦ୍ଦିଷ୍ଟ ଲେଖକ ନିଯୁକ୍ତ ହୋଇ ନାହାନ୍ତି । ଏହି ସମସ୍ୟା ସମାଧାନ କରିବାକୁ ଆଗେଇ ଆସିଥିଲେ ଉଇକିପିଡ଼ିଆର ମୁଖ୍ୟ ସମ୍ପାଦକ ଳାରି ସାଙ୍ଗର । ‘ଯେ କୌଣସି ବ୍ୟକ୍ତି ସମ୍ପାଦନ କରିପାରିବ’ ଏହି ଧାରଣା ସେ ପ୍ରଥମେ ଜିମି ୱେଲ୍ସଙ୍କୁ ଦେଲେ ।
ଲେଖାର ଉତ୍ସ – ଯେ କୌଣସି ବିଷୟରେ ଯେ କୌଣସି ଲୋକ ଏଥିରେ ଲେଖିପାରିବେ କିନ୍ତୁ ନିଜ ମନରୁ କିଛି ଲେଖିବେ ନାହିଁ । ଏହାର ବିଷୟ ବସ୍ତୁ କୌଣସି ବହି, ମାଗାଜିନ, ଖବରକାଗଜ ଇତ୍ୟାଦି ବିଶ୍ୱସନୀୟ ସ୍ଥାନରେ ଲିଖିତ ଥିଲେ ତାହାକୁ କପି କରି ଆଣି ଉଇକିପିଡ଼ିଆରେ ଲେଖି ପାରିବେ କିନ୍ତୁ ସେହି ଉତ୍ସର ରେଫରେନ୍ସ ବା ପ୍ରସଙ୍ଗ ସୂଚନା ଦେବେ ।
ପାରିଶ୍ରମିକ – ଏହାର ଲେଖକ କିଛି ପାରିଶ୍ରମିକ ପାଆନ୍ତି ନାହିଁ । ଓଲଟା, ସେମାନଙ୍କୁ ସଂସ୍ଥା ପରିଚାଳନା ନିମନ୍ତେ ଦାନ ଦେବାକୁ ଅନୁରୋଧ କରାଯାଏ ।
ଉଇକିପିଡିଆର ମୂଳ ଲକ୍ଷ – ହେଉଛି ସଂସାରରେ ଥିବା ସମସ୍ତ ଜ୍ଞାନର ପ୍ରତ୍ୟେକ ଶାଖା ସହିତ ପାଠକମାନଙ୍କୁ ପରିଚିତ କରେଇବା । ଏଥିରେ ନିଶୁଳ୍କ ସମ୍ପାଦିତ ଲେଖା ଅଛି ଯାହା ସାହାଯ୍ୟରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିହେବ । ଅଣ-ଲାଭକାରୀ ଉଇକିମେଡିଆ ଫାଉଣ୍ଡେସନର ଅନେକ ଶାଖା ମଧ୍ୟରୁ ଉଇକିପିଡିଆ ଗୋଟିଏ ।
ଉଇକିପିଡ଼ିଆନ କିଏ ?– ସମ୍ମିଳିତ ପ୍ରଚେଷ୍ଟାରେ ସମ୍ପାଦନକାରୀ ସ୍ଵେଚ୍ଛାସେବୀମାନଙ୍କୁ ଉଇକିପିଡ଼ିଆନ କୁହାଯାଏ । ଏଥିରେ ଯେ କୌଣସି ଲୋକ ଉଇକିପିଡ଼ିଆ ବିଦ୍ୟା, ଡାଟା, ରେଫରେନ୍ସ ଓ ଛବି ପୋଷ୍ଟ କରିପାରିବେ ।
ଉଇକିପିଡିଆ ନୀତି – ଏଥିରେ ଲେଖିବା ପାଇଁ ଊଇକିପିଡ଼ିଆ ତରଫରୁ ଏହାର ମୌଳିକ ନୀତିମାନ ପାଞ୍ଚ ସ୍ତମ୍ଭରେ ସନ୍ନିହିତ କରିଛନ୍ତି । ସେହି ଅନୁସାରେ ଲେଖା ନ ଥିଲେ ଲିଭେଇ ଦିଆଯାଏ । ଏହି ପାଞ୍ଚ ସ୍ତମ୍ଭ ଯଥାକ୍ରମେ: -
୧. ଉଇକିପିଡିଆ ହେଉଛି ଏକ ଏନସାଇକ୍ଲୋପେଡିଆ ।
୨. ନିଷ୍ପକ୍ଷ ଦୃଷ୍ଟିକୋଣରୁ ଏହା ଲିଖିତ ହୋଇଥାଏ ।
୩. ଉଇକିପିଡିଆ ଏକ ନିଶୁଳ୍କ ଲେଖା ଯାହା ଯେ କେହି ବ୍ୟବହାର କରିପାରିବ, ସମ୍ପାଦନ କରିପାରିବ ଓ ବଣ୍ଟନ କରିପାରିବ ।
୪. ଉଇକିପିଡିଆ ସମ୍ପାଦକମାନେ ପରସ୍ପର ପ୍ରତି ସମ୍ମାନାସ୍ପଦ ବ୍ୟବହାର, ବାକ ସ୍ଵାଧୀନତା ଓ ନମ୍ରତା ପ୍ରଦର୍ଶନ କରିବେ ।
୫. ଉଇକିପିଡିଆରେ ଲେଖିବା ପାଇଁ କୌଣସି ଶକ୍ତ ନିୟମ ନାହିଁ । ଏଥିରେ ପ୍ରସ୍ତର ପୃଷ୍ଠରେ ଖୋଦିତ କୌଣସି ନିୟମ ନାହିଁ ।
ଏତଦ୍ ବ୍ୟତୀତ ଉଇକିପିଡ଼ିଆର ଗୋଷ୍ଠୀମାନେ ସମୟକ୍ରମେ ଏଥିରେ ଅନେକ ଗୁଡ଼ିଏ ନୀତି ଓ ନିର୍ଦ୍ଦେଶକ ନିୟମାବଳୀ ଉଲ୍ଲେଖ କରିଛନ୍ତି । ଭ୍ରମାତ୍ମକ ଲେଖା ହୋଇଥିଲେ ଯେ କୌଣସି ଲୋକ ସଙ୍ଗେ ସଙ୍ଗେ ଉନ୍ନତ କରିପାରିବ, ସୁନ୍ଦର ସୂଚନା ଯୋଗ କରିପାରିବ, ଭୁଲ ଖବର ହଟେଇ ଦେଇ ପାରିବ ଓ ବଦମାସୀ ତଥ୍ୟ ତୁରନ୍ତ ଠିକ କରିଦେଇ ପାରିବ
କଅଣ ଲେଖିବେ ନାହିଁ – ବ୍ୟକ୍ତିଗତ ମତ, ବିଶ୍ଵାସ, ଅପରିଚିତ ଗବେଷଣା, ଖରାପ ସମ୍ପାଦନ ଲେଖିବେ ନାହିଁ । ଏହା ଏପରି ଭାବରେ ଲେଖା ଯାଇଛି ଯେ ଭୁଲ ଲେଖା ସବୁ ସହଜରେ ଲିଭେଇ ଦିଆଯାଇ ପାରିବ । ବସ୍ତୁତଃ ଏହାର ଲେଖା ସବୁ ତୁରନ୍ତ ଅଦ୍ୟତନ ହୋଇ ପାରିବ ଓ ସମସ୍ତ ଖବର କିଛି ମିନିଟ ମଧ୍ୟରେ ମୁଖ୍ୟ ଖବରରେ ପରିଣତ କରା ଯାଇ ପାରିବ ।
ବିଗତ ୨୫ ବର୍ଷ ଧରି ସମ୍ପାଦକମାନେ ତାଙ୍କର ସମୟ ଓ ପ୍ରତିଭା ବ୍ୟବହାର କରି ଐତିହାସିକ ଉଇକିପିଡିଆ ସମ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି । ଏଥିରେ ପ୍ରତି ମାସରେ ୩୦୦ ସ୍ୱତନ୍ତ୍ର ଭାଷାରେ ୬୬ ନିୟୁତ ସନ୍ଦର୍ଭ ଲେଖା ହେଉଛି । କେବଳ ଇଂରାଜୀ ଭାଷାରେ ୭,୧୨୫,୨୦୯ ସନ୍ଦର୍ଭ ଅଛି ଓ ପ୍ରତି ମାସରେ ୨୬୮,୪୬୮ ଯୋଗ କରାଯାଉଛି । ଏଥିରେ ଉତ୍ସ ଓ ରେଫରେନ୍ସ ରହିଛି ।
ଓଡିଆ ଭାଷାରେ ୨୦୦୨ ମସିହାରେ ଆରମ୍ଭ କରି ଅଦ୍ୟାବଧି ୨୦,୨୪୭ ସନ୍ଦର୍ଭ ଲେଖା ସରିଛି । କେବଳ ରୋଗ ସମ୍ପର୍କରେ ପୃଥିବୀରେ ୨୦୨୬ ମସିହା ସୁଦ୍ଧା ସର୍ବାଧିକ ମୋର (ସୁବାସ ଚନ୍ଦ୍ର ରାଉତ) ଓଡ଼ିଆ ଭାଷାରେ ଅନୁଦିତ ୧୯୦୬ ଲେଖା (୨୩/୦୧/୨୦୨୬ ସୁଦ୍ଧା) ଅଛି, ଯେଉଁଥିରେ ୩,୧୪,୬୭୬ ଶବ୍ଦ ଅଛି ଯାହାକୁ ୨୦,୬୬,୦୨୪ ଲୋକ ପାଠ କରିଛନ୍ତି । ଓଡିଆ ଭାଷାଭାଷୀଙ୍କର ପାଇଁ ଏହା ଏକ ଗର୍ବର ବିଷୟ । ସାରା ପୃଥିବୀରେ ୩୭୫ ଜଣ ଲୋକ ୬୮୨୬ଟି ବିଷୟ ଲେଖିଛନ୍ତି ଓ ୨୩,୬୭୯,୭୨୮ ସଂଖ୍ୟକ ପୃଷ୍ଠା ଅଧ୍ୟୟନ ହୋଇଛି । ଏଡିଟ କାଉଣ୍ଟର ଏକ୍ସ ଟୁଲ ଅନୁସାରେ ମୁଁ ୩୫୧୫ ସଠିକ ପ୍ରସଙ୍ଗ ପୃଷ୍ଠା ଲେଖିଛି, ଯେଉଁଥିରେ ମୋଟ ୨୭.୪୫ ଏମବି ଅଛି ଓ ଆଭେରେଜ ପୃଷ୍ଠା ଆକାର ୭.୯୬ ଅଛି । ଏହା ବ୍ୟତୀତ ଓଡ଼ିଆରେ ବିଭିନ୍ନ ପ୍ରସଙ୍ଗ ବାବଦ ୧୫୯୩ ଲେଖା ଅଛି ।
ଉଇକିପିଡ଼ିଆର ନିର୍ଭରଶୀଳତା – ଉଇକିପିଡ଼ିଆର ସମ୍ପାଦନ ପ୍ରକ୍ରିୟା, ଏହାର ବିଷୟ ବସ୍ତୁ ଓ ଉପସ୍ଥାପନ ବିଷୟରେ ଅତୀତରେ ବହୁତ ସମାଲୋଚନା ହୋଇଛି । ଏହାର ବିଶ୍ଵସନୀୟତା ବିଷୟରେ ଅନେକ ଅନୁଶୀଳନ ଓ ସର୍ବେକ୍ଷଣ ହୋଇଛି । ଅତୀତ ଅପେକ୍ଷା ବର୍ତ୍ତମାନ ଅବସ୍ଥା ବହୁତ ସୁଧୁରିଛି । ୨୦୧୦ ଆରମ୍ଭ କରି ୨୦୨୦ ମସିହା ବେଳକୁ ଏହାର ପ୍ରଶଂସା ହୋଇଛି ।
ସ୍ଵଳ୍ପରେ କହିଲେ ୨୦୦୧ ମସିହାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଲୋକମାନଙ୍କର ଜ୍ଞାନ ପରୀକ୍ଷା ହୋଇ ଚାଲିଛି ଓ ଏହି ପରୀକ୍ଷା ଛାପା ହୋଇଥିବା ଲେଖା ଅପେକ୍ଷା ନେଟ ଲେଖା ଅଧିକ ଭଲ କାରଣ ଏଥିରେ କିଛି ଭୁଲ ଥିଲେ ଲିଭେଇ ହେବ, ତୁରନ୍ତ ସଂଶୋଧନ ବା ଉନ୍ନତ କରା ଯାଇପାରିବ ।
ଉଇକିପିଡ଼ିଆର ନିର୍ଭରଶୀଳତା – ଉଇକିପିଡ଼ିଆର ସମ୍ପାଦନ ପ୍ରକ୍ରିୟା, ଏହାର ବିଷୟ ବସ୍ତୁ ଓ ଉପସ୍ଥାପନ ବିଷୟରେ ଅତୀତରେ ବହୁତ ସମାଲୋଚନା ହୋଇଛି । ଏହାର ବିଶ୍ଵସନୀୟତା ପ୍ରସଙ୍ଗ ବିଷୟରେ ଅନେକ ଅନୁଶୀଳନ ଓ ସର୍ଭେ ହୋଇଛି । ଅତୀତ ଅପେକ୍ଷା ବର୍ତ୍ତମାନ ଅବସ୍ଥା ବହୁତ ସୁଧୁରିଛି । ୨୦୧୦ ଆରମ୍ଭ କରି ୨୦୨୦ ମସିହା ବେଳକୁ ଏହାର ଉଚ୍ଚ ପ୍ରଶଂସା ହୋଇଛି
- ↑ "Ministry of Culture" (PDF). sahitya-akademi.gov.in/. Retrieved 10 April 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |