Jump to content

ବ୍ୟବହାରକାରୀ:Fortheneedy

ଉଇକିପିଡ଼ିଆ‌ରୁ

ଶକ୍ତି ଅନୁଷ୍ଠାନ

ଶକ୍ତି ଅନୁଷ୍ଠାନ ଏକ ଭାରତୀୟ ଅଣ ଅର୍ଥକାରୀ / ବେସରକାରୀ / ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯାହା ଭାରତର ଓଡିଶା ରାଜ୍ୟ ରେ ଅବସ୍ଥିତ ଅସୁରକ୍ଷିତ/ ଅସହାୟ ଗୋଷ୍ଠୀ ର ଦୀର୍ଘସ୍ଥାୟୀ ବିକାଶ ଦିଗରେ କାମ କରିବା ପାଇଁ ସଂକଳ୍ପ ବଦ୍ଧ । ଏହାର ମୁଖ୍ୟ କାର୍ଯ୍ୟକ୍ଷେତ୍ର ର ଦିଗ ଗୁଡିକ ହେଉଛି ଶିଶୁ ଅଧିକାର, ଜୀବିକା, ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ, ଗୋଷ୍ଠୀ ସ୍ଵାସ୍ଥ୍ୟ, ବରିଷ୍ଠ ନାଗରିକଙ୍କ ଯତ୍ନ ଏବଂ ମହିଳା ସଶକ୍ତିକରଣ ।

୧୯୯୨ ମସିହା ରେ ଶ୍ରୀଯୁକ୍ତ ଅଖିଳ ରଞ୍ଜନ ପଣ୍ଡାଙ୍କ ନେତୃତ୍ଵ ରେ କିଛି ସମ ଭାବାପନ୍ନ ଯୁବ ସାମାଜିକ କର୍ମୀଙ୍କୁ ନେଇ ଶକ୍ତି ଅନୁଷ୍ଠାନ ଗଠନ କରାଯାଇଥିଲା ।

ପୃଷ୍ଠଭୂମି

ଓଡିଶା (ଭାରତ) – ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଦେଖାଦେଉଥିବା ଅନ୍ତର୍ନିହିତ ସମସ୍ୟା ଗୁଡିକ ଯେପରିକି ଦାରିଦ୍ର୍ୟତା, ନିରକ୍ଷରତା, ଅବହେଳିତ ସ୍ଵାସ୍ଥ୍ୟ ସେବା ଏବଂ ବିକାଶ ଦିଗରେ ବାଧା ସୃଷ୍ଟି କରୁଥିବା ପାରିପାର୍ଶ୍ଵିକ ସମସ୍ୟା ଦୂରୀକରଣର ଆଭିମୂଖ୍ୟ ନେଇ ଶକ୍ତି ଅନୁଷ୍ଠାନ ୧୯୯୨ ମସିହା ରେ ଗଢି ଉଠିଥିଲା ।

ସହଭାଗିତା ପ୍ରଣାଳୀ ମାଧ୍ୟମ ରେ ଗ୍ରାମାଞ୍ଚଳରେ ରହୁଥିବା ଅବହେଳିତ ଗୋଷ୍ଠୀ ଯେପରିକି ମହିଳା, ଶିଶୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀ ର ଲୋକଙ୍କ ଜୀବନ ଶୈଳୀ ରେ ଉନ୍ନତି ଆଣିବା ଉଦ୍ଦେଶ୍ୟ ରେ ସ୍ଥାନୀୟ /ଗ୍ରାମ ସଂଗଠନ ଗୁଡିକୁ ସୁଦୃଢ କରିବା ଏବଂ ଦକ୍ଷତା ବୃଦ୍ଧି ମାଧ୍ୟମ ରେ ସେମାନଙ୍କ ଦୀର୍ଘସ୍ଥାୟୀ ବିକାଶ ପ୍ରକ୍ରିୟା ର ଅନୁକରଣ ନିମନ୍ତେ ସହାୟକ ହେବା ଏହାର / ଶକ୍ତି ଅନୁଷ୍ଠାନର ଲକ୍ଷ୍ୟ ।  

କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ଏବଂ ସାମାଜିକ ଓ ଅର୍ଥନୈତିକ ଅଭାବ ର ମୂଳ ସମସ୍ୟା ଗୁଡିକୁ ସହଭାଗୀତା ପ୍ରଣାଳୀ ରେ ଚିହ୍ନଟିକରଣ ଓ ସମାଧାନ / ରୂପାନ୍ତରିକରଣ ଦିଗରେ ଶକ୍ତି ଅନୁଷ୍ଠାନ ସର୍ବଦା ଚେଷ୍ଟିତ । ଆଦିବାସୀ କଲ୍ୟାଣ, ସେମାନଙ୍କ ଜୀବିକା ବିକଳ୍ପକୁ ସୁରକ୍ଷିତ ରଖିବା ନିମନ୍ତେ ଉପଲବ୍ଧ ସମ୍ବଳ ଗୁଡିକର ପରିଚାଳନା, ଜଳର ଗୁଣାବତ୍ତା ଏବଂ ସ୍ଵଚ୍ଛତା, ମହିଳା ସଶକ୍ତିକରଣ, ପଞ୍ଚାୟତ ରାଜ ଓ ଗ୍ରାମ ଅନୁଷ୍ଠାନ ଗୁଡିକ ସୁଦୃଢୀକରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ ଗୁଡିକର ପରିକଳ୍ପନା ଏବଂ ପରିଚାଳନା କରିଥାଏ ।

ପ୍ରଭାବ

ମହିଳା ସଶକ୍ତିକରଣ: ୪୦୭ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ୧୭ ଗୋଟି ପଞ୍ଚାୟତ ସ୍ତରୀୟ ମହାସଂଘ ଗଠନ ।

ଜୀବିକା: ୯୧୨ ଗୋଟି କୁକୁଡା ପାଳନ କେନ୍ଦ୍ର, ୧୫ ଗୋଟି ଛତୁ ଚାଷ କେନ୍ଦ୍ର, ୨୬୨ ଗୋଟି ଛେଳି ପାଳନ କେନ୍ଦ୍ର, ୧୭ ଗୋଟି ବତକ ପାଳନ କେନ୍ଦ୍ର, ୧୩ ଗୋଟି ସମନ୍ଵିତ କୃଷି କେନ୍ଦ୍ର, ୪୩ ଗୋଟି ଜଳ ଅମଳ ପ୍ରକଳ୍ପ ସହିତ ମାଛ ଚାଷ, ୩୦୫ ଗୋଟି ୫% ମୋଡେଲ ପ୍ରଣାଳୀ  ପୋଖରୀ, ୭୩ ଗୋଟି ବନ ସୁରକ୍ଷା ସମିତି, ୨୧ ଗୋଟି କୃଷି ଭିତ୍ତିକ ପ୍ରକ୍ରିୟାକରଣ କେନ୍ଦ୍ର, ୩୦୫୦ ହେକ୍ଟର ଜମିରେ ଶ୍ରୀ ପ୍ରଣାଳୀ ରେ ଧାନ ଚାଷ, ୧୭ ଗୋଟି ଜଳସେଚନ ପ୍ରକଳ୍ପ – ଡି॰ବି॰ଆଇ ଏବଂ ହାଇଡ୍ରାମ, ୨୬ ଗୋଟି ଜଳମୋଡ଼ ପ୍ରକଳ୍ପ ।

ସ୍ୱାସ୍ଥ୍ୟ: ୭୮ ଗୋଟି ଗ୍ରାମ କଲ୍ୟାଣ ସମିତିର ସୁଦୃଢୀକରଣ, ୮୭୧ ଅଙ୍ଗନୱାଡି କେନ୍ଦ୍ରକୁ ସହାୟକ ସେବା, ୭୦୬ ଆଶା କର୍ମୀଙ୍କୁ ତାଲିମ, ୧୨୦୬ ରୋଗୀଙ୍କୁ ଏମ୍ବୁଲ୍ୟାନ୍ସ ସେବା, ୪୬ ଧାଈଙ୍କୁ ତାଲିମ୍, ୨ ଗୋଟି ମା ଗୃହ (ଗର୍ଭବତୀ ମହିଳାଙ୍କ ନିମନ୍ତେ), ୩୫ ଗୋଟି କିଶୋରୀ କ୍ଲବ୍ ।

ଶିକ୍ଷା: ୫୫୦ ଶିଶୁ ଶ୍ରମିକଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତ ରେ ସାମିଲ, ୪୩୩୭ ମହିଳାଙ୍କୁ ସାକ୍ଷରତା କାର୍ଯ୍ୟକ୍ରମ ରେ ସାମିଲ, ୨୩ ଗୋଟି ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତରୀକରଣ, ୨୦୧୨ ଛାତ୍ରଙ୍କୁ ଶିକ୍ଷା ସମ୍ବନ୍ଧୀୟ ସହାୟତା, ୩୨୦ ଛାତ୍ରଙ୍କୁ ଆବାସିକ ଶିକ୍ଷା ।

ଶିଶୁ ଅଧିକାର: ୪୧ ଗୋଟି ଶିଶୁ କ୍ଲବ୍, ୮୭୦୭ ଶିଶୁଙ୍କୁ ଉଦ୍ଧାର ଏବଂ ପୁନଃ ଥଇଥାନ, ୧୦୯୮ ଦେୟ ମୁକ୍ତ ସେବା ।  

ପଞ୍ଚାୟତ ରାଜ: ୩୦୩୫ ପଞ୍ଚାୟତ ପ୍ରତିନିଧିଙ୍କୁ ତାଲିମ୍, ପଞ୍ଚାୟତ ରାଜ ସମ୍ବଳ କେନ୍ଦ୍ର ସ୍ଥାପନା ।

ଜଳ ଓ ପରିମଳ – ୩୩ ଗୋଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ (୨୭ ଗୋଟି ପ୍ରକଳ୍ପ ର ଘରୋଇ ପାଇପ୍ ସଂଯୋଗୀକରଣ), ୧୦୦୮ ଗୋଟି ବ୍ୟକ୍ତିଗତ ଘରୋଇ ପାଇଖାନା ।

ବରିଷ୍ଠ ନାଗରିକଙ୍କ ଯତ୍ନ : ୨୦୦୫ ମସିହା ଠାରୁ ସର୍ବମୋଟ ୧୭୫ ଜଣ ବରିଷ୍ଠ ନାଗରିକଙ୍କୁ ଆନୁଷ୍ଠାନିକ ସେବା ପ୍ରଦାନ, ୫୪୭ ଜଣ ବରିଷ୍ଠ ନାଗରିକଙ୍କୁ ଅଣ ଆନୁଷ୍ଠାନିକ ସେବା ପ୍ରଦାନ ଯେପରିକି – ବାର୍ଦ୍ଧକ୍ୟ ଭତ୍ତା, ଆଇନଗତ ପରାମର୍ଶ ସେବା, ମୋତିଆବିନ୍ଦୁ ଅସ୍ତ୍ରୋପଚାର ଏବଂ ଜରୁରୀ କାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତିକରଣ ।

ଆଇନଗତ ସ୍ଥିତି

ପଞ୍ଜିକୃତ: ସମାଜ ପଞ୍ଜିକରଣ ଆଇନ୍ ୧୮୬୦, ଏଫ୍ ସି ଆର୍ ଏ ଆଇନ୍, ଆୟକର ୧୨ ଏ, ଆୟକର ୮୦ ଜି, ଇ ପି ଏଫ୍,   ସି ଏସ୍ ଆର୍, ଟାନ୍, ନୀତି ଆୟୋଗ ।

ମୁଖ୍ୟ କାର୍ଯ୍ୟାଳୟ: ହାଉସିଂ ବୋର୍ଡ କଲୋନୀ, ରାୟଗଡ଼ - ଓଡିଶା (ଭାରତ)

ରାଜ୍ୟ ସଂଯୋଜନା କାର୍ଯ୍ୟାଳୟ: ସତ୍ୟ ବିହାର, ଭୂବନେଶ୍ଵର – ଓଡିଶା (ଭାରତ)