ବ୍ୟବହାରକାରୀ:D Kamesh Reddy/ଆଜିର କାମ ଆଜି କର

ଉଇକିପିଡ଼ିଆ‌ରୁ

ମହାଭାରତ ଯୁଦ୍ଧ ସରିଲା | ଯୁଦ୍ଧରେ ପାପୀ ଦୁରାଚାରୀ କୌରବ ଶତଭ୍ରାତା ମୃତ୍ୟୁ ବରଣ କଲେ | ଯୁଗେ ଯୁଗେ ଏହାହିଁ ହୁଏ, ଧର୍ମର ଜୟ ହୁଏ | ସତ୍ୟ, ନ୍ୟାୟ ଓ ଧର୍ମ ପଥର ପଥିକ ପାଣ୍ଡବ ମାନେ ବିଜୟୀ ହେଲେ | ଧର୍ମପୁତ୍ର ଯୁଧିଷ୍ଠିର ସିଂଘାସନରେ ବସି ନିଜର ସନ୍ତାନ ପରି ପ୍ରଜାମାନକ୍କୁ ପାଳନ କଲେ | ଧର୍ମରାଜ ଯୁଧିଷ୍ଠିରକ୍କର ଜୟ ଧ୍ବୋନିରେ ସାରା ଦେଶ ପ୍ରକମ୍ପିତ ହେଲା |

   ଦିନକର କଥା | ଧର୍ମରାଜ ଯୁଧିଷ୍ଠିର ତାକ୍କର ପାତ୍ର ମନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନକ୍କୁନେଇ ଗୋଟିଏ ସଭାକଲେ | ପ୍ରଜାମାନେ କିପରି ସୁଖ ଓ ଆନନ୍ଦରେ ରହିବେ ଏହାହିଁ ଥିଲା ମୁଖ୍ୟ ଆଲୋଚନାର ବିଷୟ | ଏହି ସମୟରେ ଜଣେ ଦରିଦ୍ର ବ୍ରାହ୍ମଣ ଆସି ଧର୍ମରାଜକ୍କ ଦ୍ବାର ପାଖରେ ପହନ୍ଚିଗଲେ | ଦ୍ବାର ଦେଶରେ ଜଗିଥାନ୍ତି ମହାବଳଶାଳୀ ଦ୍ବିତୀୟ ପାଣ୍ଡବ ଭୀମସେନ | ଧର୍ମରାଜକ୍କ ରାଜ୍ୟରେ ଜଣେ ଏଭଳି ଦରିଦ୍ର ବ୍ୟକ୍ତିକ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହେଲେ | ସେ ବିନମ୍ର ଭାବେ ବ୍ରାହ୍ମଣକ୍କୁ ଆସିବାର କାରଣ ପଚାରିଲେ |

   ବ୍ରାହ୍ମଣ ବିନୟର ସହ କହିଲେ, "ମୁଁ ଏ ରାଜ୍ୟର ଜଣେ ପ୍ରଜା | ମୁଁ ଧର୍ମରାଜ ଯୁଧିଷ୍ଠିର କ୍କୁ ଭେଟିବାକୁ ଚାହେଁ | "

   ଭୀମସେନ ଭିତରକୁ ଗଲେ | ଧର୍ମରାଜ ଆଲୋଚନାରେ ବ୍ୟସ୍ତ ଥାଆନ୍ତି | ଭୀମସେନ ଦୁଇ ହାତ ଯୋଡି କହିଲେ, " ମଣିମା ! ଜଣେ ଦରିଦ୍ର ବ୍ରାହ୍ମଣ ଆପଣକ୍କୁ ସାକ୍ଷାତ କରିବା ପାଇଁ ଦ୍ବାର ଦେଶରେ ଅପେକ୍ଷା କରିଛନ୍ତି |

ଆପଣ ଅନୁମତି ଦେଲେ ସେ ଏଠାକୁ ଆସିବେ |"

  ଧର୍ମରାଜ କହିଲେ, " ଠିକ ଅଛି | ତାକ୍କୁ ଆସିବାକୁ କୁହ |"   ବ୍ରାହ୍ମଣ ଭିତରକୁ ଆସି ଯୁଧିଷ୍ଠିରକ୍କୁ ପ୍ରଣାମ କଲେ | ଯୁଧିଷ୍ଠିର ପଚାରିଲେ, " କୁହନ୍ତୁ ବ୍ରାହ୍ମଣ ! ମୁଁ ଆପଣକ୍କୁ କି ପ୍ରକାର ସାହାଯ୍ୟ କରିପାରିବି ? "

  ବ୍ରାହ୍ମଣ ବିନୟର ସହ କହିଲେ, "ମହାରାଜ ! ମୁଁ ଜଣେ ଧନହିନ ପ୍ରଜା | ମୋ ପରିବାର ପାଇଁ ମୁଁ ମୁଠାଏ ଅନ୍ନ ଯୋଗାଡ କରିପାରୁନାହିଁ | ଆପଣ କେବଳ ବିଜ୍ଞ, ପଣ୍ଡିତ ନୁହନ୍ତି, ମହାଦାନୀ ମଧ୍ୟ | ମୋତେ କିଛି ସାହାଯ୍ୟ କରନ୍ତୁ | "

  ଧର୍ମରାଜ ଯୁଧିଷ୍ଠିର କହିଲେ, " ବ୍ୟସ୍ତ ହୁଅନ୍ତୁ ନାହିଁ | ଆପଣକ୍କର ଦୁଃଖ ଆଉ ରହିବା ନାହିଁ | କିନ୍ତୁ ବ୍ରାହ୍ମଣ ! ବର୍ତ୍ତମାନ ମୁଁ ଏକ ବିଶେଷ ଆଲୋଚନାରେ ବ୍ୟସ୍ତ ଅଛି | ଦୟାକରି ଆପଣ କାଲି ଆସନ୍ତୁ, ମୁଁ ନିଶ୍ଚୟ ଆପଣକ୍କ ଇଚ୍ଛା ପୂରଣ କରିବି | "

  ବ୍ରାହ୍ମଣ ଚାଲିଗଲେ | ଭୀମସେନ ଦ୍ବାର ପାଖକୁ ଫେରି ଆସିଲେ ଓ ଉଚ୍ଚ ସ୍ବରରେ ବାରମ୍ବାର ଶଖ୍ଖ ବାଦନ କରିବାକୁ ଲାଗିଲେ | ତାକ୍କର ଶଖ୍ଖ ଶବ୍ଦ ସତେଜେପରି ସମଗ୍ର ରାଜ୍ୟକୁ ପ୍ରକମ୍ପିତ କରିଦେଲା | ପ୍ରଜାମାନେ ଶୁଭଶଖ୍ଖ ବାଦନର କାରଣ ଜାଣିବାକୁ ଧାଇଁଲେ | ଧର୍ମରାଜ ଯୁଧିଷ୍ଠିର ସମେତ ସମସ୍ତ ପାତ୍ରମନ୍ତ୍ରୀ ଚକିତ ହେଲେ | ସେ ଭୀମସେନକ୍କୁ ଡକାଇ ଶଖ୍ଖ ବାଦନର କାରଣ ପଚାରିଲେ |

  ଭୀମସେନ କହିଲେ, " ମଣିମା ! ଆପଣ ସତ୍ୟ, ନ୍ୟାୟ ଓ ଧର୍ମର ଅବତାର | ପ୍ରଜାମାନକ୍କର ମା' ବାପ | ଆପଣ ଆଜିଠାରୁ ଅମର ହୋଇଗଲେ| ଏ ଶୁଭ ସମ୍ବାଦଟିକୁ ମୁଁ ଶଖ୍ଖ ବଜାଇ ପ୍ରଜାମାନକ୍କୁ ଜଣାଇ ଦେଲି | "

  ଯୁଧିଷ୍ଠିର ହସି ହସି କହିଲେ, " ଭୀମସେନ, ତୁମକୁ ସେଥିପାଇଁ ସମସ୍ତେ ହୁଣ୍ଡା ବୋଲି କୁହନ୍ତି | ମର୍ତ୍ୟ ମଣ୍ଡଳରେ କେହି ଅମର ନୁହନ୍ତି | ଏ କଥା ତୁମେ କ'ଣ ଜାଣନାହିଁ ?"

  "ଜାଣିଛି ମଣିମା ! ହେଲେ ଆପଣ ଯେ ଆସନ୍ତାକାଲି ନିଶ୍ଚୟ ବ୍ରାହ୍ମଣଟିର ଇଚ୍ଛା ପୂରଣ କରିବେ ବୋଲି କଥାଦେଲେ | ତାହେଲେ 'ଆସନ୍ତାକାଲି' ଉପରେ ଆପଣକ୍କର ଅଧିକାର ଅଛି | ଆପଣ, ସେ ଗରିବ ବ୍ରାହ୍ମଣ, ମୁଁ ଅବା ଅନ୍ୟ କେହି ହୁଏତ ଆସନ୍ତାକାଲିଟିକୁ ଦେଖି ନ ପାରନ୍ତି | ତେଣୁ ମୁଁ ଭାବିଲି ଆପଣ ଆଜିଠାରୁ ବୋଧହୁଏ ଅମର ହୋଇଗଲେ | ମୁଁ ତ ହୁଣ୍ଡାଟିଏ | ଆପଣକ୍କୁ କ'ଣ ବା କହିବି | "

  ଧର୍ମରାଜ ଯୁଧିଷ୍ଠିର କହିଲେ, " ଭୀମସେନ, ତୁମେ ହୁଣ୍ଡା ନୁହେଁ | ଜ୍ଞାନୀ ଓ ପଣ୍ଡିତ | ଆଜି ମୁଁ ତୁମଠାରୁ ଉତ୍ତମ ଶିକ୍ଷାଟିଏ ପାଇଲି | ଆଜିର କାମ ଆଜି କରିବା ଉଚିତ୍ |

  ସେ ସଗ୍ଗେ ସଗ୍ଗେ ଗରିବ ବ୍ରାହ୍ମଣ ଟିକୁ ଡକାଇ ତାର ଇଚ୍ଛା ପୂରଣ କଲେ |


                                                              -o- -o- -o-