ବ୍ୟବହାରକାରୀ:Bubun tripathy
ମୂଲ୍ୟାଙ୍କନ ରେ ବୈଧତାର ମୂଲ୍ଯବୋଧ
ବୈଧତା
ମାପନର ବିଭିନ୍ନ ଶୈଳୀ ମଧ୍ଯ ରେ, ବୈଧତା କହିଲେ ଆମେ ଏକ ଯନ୍ତ୍ର କିମ୍ବା ଏକ ମାପନର ମାପିବାର କ୍ଷମତାକୁ ବୁଝାଏ ଯାହାକୁ ମାପିବା ପାଇଁ ସେ ଯନ୍ତ୍ର କିମ୍ବା ମାପନ ଏକକକୁ ପ୍ରସ୍ତୁତ
କରାଯାଇଛି।
ଉଦାହରଣ - ମାପ ଫିତା ଦ୍ବାରା ଆମେ ଦୂରତା ମାପି ଥାଉ, ଏହାଦ୍ବାରା ଆମେ ଓଜନ ମାପି ପାରିବା ନାହିଁ।
ନିର୍ଭରଯୋଗ୍ୟତା, ଵୈଧତାକୁ ମାପିଵା ପାଇଁ ଏକ ସୂଚକ ହିସାବରେ ନିଆଯାଇପାରେ, କିନ୍ତୁ ଏହାକୁ ଏକମାତ୍ର ମାପଦଣ୍ଡ ହିସାବରେ ଗ୍ରହଣକରାଯିବ ନାହିଁ। ଏକ ପରୀକ୍ଷଣର ଵୈଧତାର ଫଳାଫଳ ନିମନ୍ତେ ଆମକୁ ଏକ ଉତ୍ତମ ଅନୁସନ୍ଧାନକୁ ଉପଯୁକ୍ତ ପ୍ରକିୟାରେ ଏବଂ ଉପଲବ୍ଧ ଉପଯୁକ୍ତ ନମୁନା ର ଉପସ୍ଥିତିରେ ଯତ୍ନଵାନ୍ ହୋଇ ଏବଂ ନିରନ୍ତର ଭାବରେ ସମସ୍ତ ପ୍ରକିୟାମାନକୁ ସମ୍ପନ୍ନ କରିବାକୁ ପଡିଥାଏ।ବୈଧତାର ମୂଲ୍ୟାଙ୍କନ ନିର୍ଭରଯୋଗ୍ୟତାର ମୂଲ୍ୟାଙ୍କନ ଠାରୁ ଅଧିକ କଷ୍ଟସାଧ୍ୟ। କିନ୍ତୁ ଵୈଧତାର ମୂଲ୍ୟାଙ୍କନ ଅଧିକ ଆବଶ୍ଯକ ଅଟେ, ବିଭିନ୍ନ କ୍ଷେତ୍ରରେ ଉପଯୁକ୍ତ ଫଳାଫଳର ପରିପୁଷ୍ଟି ପାଇଁ। କାରଣ, ବୈଧତା ଯୋଗୁଁ ଆମେ ମାପନରେ ପାଇଥିବା ତଥ୍ଯ ସମୂହ କେତେ ଦୂର ଯୁକ୍ତିଯୁକ୍ତ ତାହା ବିଷୟରେ ଜାଣିଥାଉ।ଏକ ମୂଲ୍ୟାଙ୍କନରେ ବୈଧତାକୁ ଉପଯୁକ୍ତ ଭାବେ ସୁନିଶ୍ଚିତ କରିବା ପାଇଁ ଆମେ, ମାପନ ପ୍ରଣାଳୀ ଏବଂ ପ୍ରକ୍ରିୟା ଉଚ୍ଚ ଗୁଣାବଳୀ ଯୁକ୍ତ ହୋଇଥିବା କଥା ଯାହା ଆମକୁ ଉପଯୁକ୍ତ ଫଳାଫଳ ପ୍ରଦାନ କରୁଥିବ। ମାପନର ଫଳାଫଳ ସବୁେବେଳ ପୁରାପୁରି ଭାବରେ ଗବେଷଣା ଅନ୍ତର୍ଗତ ଏଵଂ ଵିଦ୍ୟମାନ ଜ୍ଞାନ ଉପରେ ଆଧାରିତ ହୋଇଥିବ । ଉପଯୁକ୍ତ ଵୈଧତା ବିଶିଷ୍ଟ ଏବଂ ସାର୍ବଜନୀନ ଫଳାଫଳ ପ୍ରାପ୍ତି ପାଇଁ ଉପଯୁକ୍ତ ଗବେଷଣା ଅଂଶଗ୍ରହଣକାରୀ ମାନଙ୍କର ମତାମତ ଏବଂ ସେମାନଙ୍କର ଦ୍ବାରା ପ୍ରସ୍ତୁତ ନମୁନା ଗୁଡିକର ଉପଯୁକ୍ତ ପର୍ୟ୍ଯବେକ୍ଷଣ ଆବଶ୍ଯକ। ଉପରୋକ୍ତ ପ୍ରକ୍ରିୟାର ଅନୁପସ୍ଥିତିରେ ନମୁନା ସଂଗ୍ରହ ଏବଂ ଚୟନରେ ପକ୍ଷପାତିତା ଦେଖାଯାଏ।