ବ୍ୟବହାରକାରୀ:Amita bhuyan/sandbox

ଉଇକିପିଡ଼ିଆ‌ରୁ

ଓଡ଼ିଆ ଫିଲ୍ମ ଜଗତର ନାୟିକା ବିଜୟା ଜେନା। କଟକରେ ବିଜୟା ଜନ୍ମଗ୍ରହଣ କରିଥିଲେ । କେବଳ ନାୟିକା ନୁହେଁ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିଜୟା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଜମିଦାର ପରିବାରରୁ ଅାସିଥିବା ବିଜୟା ଅଭିନୟକୁ ନିଜ କ୍ୟାରିୟର ଭାବେ ଚୟନ କରିଥିଲେ । ବାପା ମା ବିଜୟାଙ୍କୁ ଶିଶୁ ମନୋବିଜ୍ଞାନୀ ଭାବେ ଗଢ଼ିତୋଳିବା ପାଇଁ ସ୍ବପ୍ନ ଦେଖୁଥିବା ବେଳେ ସେ କିନ୍ତୁ ମୁହାଁଇଥିଲେ ଅଭିନୟ ଦୁନିଅା ଅାଡକୁ । ଏନେ ସେ ବିଦ୍ଧିବଧ ଅଭିନୟ ଶିକ୍ଷାଗ୍ରହଣ କରିଥିଲେ । ଏଫଟିଅାଇରୁ ଅଭିନୟରେ ସ୍ନାତ୍ତୋକର ହାସଲ କରିବା ପରେ ଅଭିନୟ ଜଗତରେ ସେ ପାଦ ଥାପିଥିଲେ ।