ବ୍ୟବହାରକାରୀ:Snip1/ଲଛମନିଆ

ଉଇକିପିଡ଼ିଆ‌ରୁ

୧୮୯୮ ମସିହା ଅକ୍ଟୋବର ମାସରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ରେବତୀ’ ଗଳ୍ପ ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ୤ ‘ରେବତୀ’ ଗଳ୍ପ ରଚନା ପୂର୍ବରୁ ଫକୀର ମୋହନ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ନାମକ ଏକ କ୍ଷୁଦ୍ରଗଳ୍ପ ଲେଖିଥିଲେ୤ ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି – “ବାଲେଶ୍ବରରେ ଶିକ୍ଷକତା କାର୍ଯ୍ୟ କରୁଥିବା ସମୟରେ ମୋର କବିତା ଲେଖିବାର ପ୍ରବୃତ୍ତି ଥିଲା୤ ସେଠାକାର ପ୍ରେସ୍‌ରୁ ଖଣ୍ଡେ ମାସିକ ପତ୍ରିକା ବାହାରୁ ଥିଲା୤ ମୁଁ ସେଥିରେ ଆମୋଦ ଜନକ କବିତା ଲେଖୁଥିଲି୤ ସେହି ‘ବୋଧଦାୟିନୀ’ ପତ୍ରିକାରେ ମୁଁ ଗୋଟିଏ ଗଳ୍ପ ଲେଖିଥିଲି, ତାହାର ନାମ ‘ଲଛମନିଆ’୤ ବୋଧକରେ, ଉତ୍କଳରେ ତାହାହିଁ ପ୍ରଥମ ମୁଦ୍ରିତ ଗଳ୍ପ୤” ‘ବୋଧଦାୟିନୀ’ ଓ ‘ବାଲେଶ୍ବର ସମ୍ବାଦ ବାହିକା’ ପତ୍ରିକା ୧୮୬୮ ଜୁଲାଇରୁ ୧୮୭୧ ଜୁଲାଇ ପର୍ଯ୍ୟନ୍ତ ମାସିକ ପତ୍ର ରୂପେ ପ୍ରକାଶ ପାଇଥିବାରୁ ଏହି ସମୟ ମଧ୍ୟରେ ‘ବୋଧଦାୟିନୀ’ର କୌଣସି ଏକ ସଂଖ୍ୟାରେ ‘ଲଛମନିଆ’ ଗଳ୍ପ ପ୍ରକାଶିତ୤ ବୋଧଦାୟିନୀର ଏହି ସଂଖ୍ୟା ଦୁଷ୍ପ୍ରାପ୍ୟ ହେତୁ କେହି କେହି ସମାଲୋଚକ ଏହାର ଅସ୍ତିତ୍ବକୁ ଅସ୍ବୀକାର କରନ୍ତି୤ ଅନ୍ୟ କେତେକ ସମାଲୋଚକ ‘ଲଛମନିଆ’ ନାମକୁ ସ୍ବୀକାର କରିଥିଲାବେଳେ ଏହାର ଅସ୍ତିତ୍ବକୁ ସ୍ବୀକାର କରନ୍ତି ନାହିଁ୤ କିନ୍ତୁ, ସମାଲୋଚକ ସୁରେନ୍ଦ୍ର ମହାନ୍ତି ‘ଲଛମନିଆ’କୁ ସମଗ୍ର ଭାରତୀୟ ସାହିତ୍ୟରେ ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପର ଗୌରବ ପ୍ରଦାନ କରିଛନ୍ତି୤ ତେବେ, ‘ଲଛମନିଆ’ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଅନୁମାନ ଭିତ୍ତିରେ କୌଣସି ମତ ପ୍ରଦାନ କରିବା ସମିଚୀନ ନୁହେଁ୤ ତେଣୁ, ‘ରେବତୀ’ ଓଡ଼ିଆ ସାହିତ୍ୟର ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ୤


http://www.odiasahitya.com/odia-language-literature-discussion/fakira-mohananka-prathama-galpa-babadare-alochana/