Jump to content

ବୋସରା

ବୋସରା
بصرى
بصرى الشام
ସହର
ବୋସରା-ଅଲ-ସାମ
ବୋସରାର କେନ୍ଦ୍ର ସ୍ଥଳୀ
ବୋସରାର କେନ୍ଦ୍ର ସ୍ଥଳୀ
ବୋସରା is located in Syria
ବୋସରା
ବୋସରା
ସିରିଆରେ ସ୍ଥାନ
Coordinates: 32°31′N 36°29′E / 32.517°N 36.483°E / 32.517; 36.483
ଦେଶ ସିରିଆ
ରାଜ୍ୟଦରା
ଜିଲ୍ଲାଦରା
ଉପଜିଲ୍ଲାବୋସରା
Population
 (2004)
  Total୧୯,୬୮୩
  Religions
Sunni Muslim
Shia Muslim (minority)
Area code15
ପ୍ରାଚୀନ ସହର ବୋସରା*
ଇଉନେସ୍କୋ ସ୍ଥଳୀ

Ancient Roman theatre.
ରାଜ୍ୟ ଦଳ Syria
ପ୍ରକାର Cultural
ନିୟମ i, iii, iv
ଆଧାର 22
ଅଞ୍ଚଳ** Arab States
ଲେଖ ଇତିହାସ
ଲେଖ 1980  (4th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ


ବୋସରା (ପୁରା ନାମ ବୁସରା-ଅଲ୍-ସାମ) ଦକ୍ଷିଣ ସିରିଆରେ ଥିବା ଏକ ସହର । ଏହା ଦରା ଜିଲ୍ଲାରେ ଅବସ୍ଥିତ ଓ ଭୌଗଳିକ ଦୃଷ୍ଟିରୁ ହୌରନ ଅଞ୍ଚଳର ଏକ ଅଂଶ ଅଟେ ।

ସିରିଆର କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ ୨୦୦୪ ସୁଧା ବୋସରାର ଜନସଂଖ୍ୟା ୧୯,୬୮୩ ଥିଲା । [] ଏହି ସହରର ଅଧିବାସୀ ମାନେ ମୁଖ୍ୟତ ସୁନ୍ନି ମୁସଲମାନ ସମ୍ପ୍ରଦାୟର, ଯଦିଓ କିଛି ପରିମାଣରେ ସିହା ସମ୍ପ୍ରଦାୟର ଲୋକ ମଧ୍ୟ ବାସ କରନ୍ତି ।[]  

ବୋସରା ଏକ ପ୍ରାଚୀନ ସହର ଓ ରୋମାନ ସମୟରେ ଏହା ଏକ ସମୃଦ୍ଧ ପ୍ରାନ୍ତୀୟ ସହର ଥିଲା ଏବଂ ଆଣ୍ଟିଓକର ଗ୍ରୀକ ଗୀର୍ଜା ଅଧିନରେ ଥିଲା । ଇସଲାମୀୟ ସମୟରେ ମଧ୍ୟ ଏହାଶାସନ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ରହିଥିଲା ମାତ୍ର ଅଟୋମାନ କାଳରେ ଏହାର ଗୁରୁତ୍ତ୍ୱ ହ୍ରାସ ପାଇଲା । ବର୍ତ୍ତମାନ ଏହା ଏକ ପ୍ରଧାନ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଓ ୟୁନୋସ୍କୋଦ୍ୱାରା ଏକ ବିଶ୍ୱ ଐତିହ ସ୍ଥଳ ଭାବେ ଘୋଷିତ ହୋଇଛି ।

ଇତିହାସ

[ସମ୍ପାଦନା]

ଥୁଟମୋସ ୩ୟ ଓ ଆଖେନାତେନ ଏହି ସ୍ଥାନ ସମ୍ପର୍କରେ ପ୍ରଥମେ ଉଲ୍ଲେଖ କରିଥିଲେ । ବୋସରା ଖ୍ରୀ.ପୂ. ୨ୟ ଶତାବ୍ଦୀର ପ୍ରଥମ ନବାତିଆନ ସହର ଥିଲା । ଏହାକୁ କର୍ଣ୍ଣେଲିଅସ ପାଲମା ଖ୍ରୀ.ଅ. ୧୦୬ ରେ ଦଖଲ କରିଥିଲେ ।

ରୋମୀୟ ଓ ପୂର୍ବ ରୋମୀୟ ସମୟ

[ସମ୍ପାଦନା]

ରୋମୀୟ ସମୟରେ ବୋସରାର ନାମ ବଦଳି ନୋଭା ଟ୍ରାଜନା ବୋସ୍ତ୍ରା ହେଲା । ଏହାକୁ ରୋମୀୟ ସାମ୍ରାଜ୍ୟର ଆରବୀୟ ପ୍ରଦେଶର ରାଜଧାନୀ କରାଗଲା । ଏହି ନଗରୀ ଅନେକ ବାଣିଜ୍ୟ ପଥର ମିଳନ ସ୍ଥାନରେ ଥିବାରୁ କ୍ରମେ ବିକଶିତ ହୋଇ ଏକ ପ୍ରଧାନ ମହାନଗରୀରେ ପରିଣତ ହେଲା । ଏହା ଖାଦ୍ୟ ଉତ୍ପାଦନର ଏକ ପ୍ରମୁଖ ସ୍ଥାନ ହେଲା ତଥା ସମ୍ରାଟ ଆରବ ଫିଲିପଙ୍କ ସମୟରେ ଏହାର ସ୍ୱତନ୍ତ୍ର ମୁଦ୍ରା ତିଆରି ଆରମ୍ଭ ହୋଇଥିଲା । ଖ୍ରୀ. ଅ. ୨୪୬ ଓ ୨୪୭ରେ ଦୁଇଟି ଆରବୀୟ ସମ୍ମିଳନୀ ବୋସରାରେ ଅନୁଷ୍ଠିତ ହୋଇଥିଲା । []

ଖ୍ରୀଷ୍ଟୀୟ ୫ମ ଶତାବ୍ଦୀ ପରେ, ଖ୍ରୀଷ୍ଟ ଧର୍ମ ଏହି ସ୍ଥାନର ପ୍ରଧାନ ଧର୍ମରେ ପରିଣତ ହେଲା । ଏଠାରେ ଏକ ବୃହତ ଗୀର୍ଜା ନିର୍ମାଣ ହେଲା ଓ ମହାନଗରୀ ଆର୍କ ବିସପ ଏଠାରେ ଅବସ୍ଥାପିତ ହେଲେ । [] ୭ମ ଶତାବ୍ଦୀର ପ୍ରାରମ୍ଭରେ ଏହି ସହର ସାସାନିଡ଼ ପାର୍ସୀୟ ମାନଙ୍କଦ୍ୱାରା ଅଧିକୃତ ହେଲା, ମାତ୍ର ଏକ ପରବର୍ତ୍ତୀ ସମୟରେ ଏହା ମୁକ୍ତ ହୋଇଥିଲା ।

ଇସଲାମୀୟ ସମୟ

[ସମ୍ପାଦନା]

ଖ୍ରୀଷ୍ଟିଆନ ସନ୍ନ୍ୟାସୀ ବାହିରାଙ୍କ ବର୍ଣ୍ଣନା ଅନୁଯାୟୀ ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ ଜୀବନରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଖ୍ରୀ.ଅ. ୬୩୪ର ବୋସରା ଯୁଦ୍ଧରେ ରାଶିବୁନ ଖିଲାଫତର ସୈନ୍ୟମାନେ ସେନାପତି ଖଲିଦ ଇବନ ବାଲିଦ ନେତୃତ୍ୱରେ ଏହି ସହର ଦଖଲ କରିଥିଲେ । ଇସଲାମୀୟ ଶାସନ କାଳରେ ବୋସରାକୁ ଦକ୍ଷିଣ ଉପକଣ୍ଠ ବୋଲି ଧରାଯାଉଥିଲା । ସହରର ରାଜନୈତିକ ଗୁରୁତ୍ତ୍ୱ ଏହାର ଉନ୍ନତିରେ ସହାୟକ ହୋଇଥିଲା । ଦମସକସ ଓ ମୁସଲିମମାନଙ୍କର ଗୋଟିଏ ତୀର୍ଥ ସ୍ଥାନ ଭାବେ ଏହାର ଅନେକ ଗୁରୁତ୍ତ୍ୱ ରହିଥିଲା । ଯେହେତୁ ବୋସରାର ଅଧିବାସୀମାନେ କାଳକ୍ରମେ ଇସଲାମ ଧର୍ମ ଆପଣେଇ ନେଲେ, ତେଣୁ ରୋମାନ ସମୟର ପବିତ୍ର ସ୍ଥଳୀଗୁଡ଼ିକ ମୁସଲିମ କାର୍ଯ୍ୟପାଇଁ ବ୍ୟବହାର କରାଗଲା । [] ନବମ ଶତାବ୍ଦୀରେ ୟକୁବି ଲେଖିଥଲେ ଯେ, ବୋସରା, ହାଉରନ ରାଜ୍ୟର ରାଜଧାନୀ ଥିଲା । [] ଖ୍ରୀ.ଅ. ୭୫୦ରୁ ଅନ୍ୟୁନ ୩୦୦ ବର୍ଷ ଯାଏଁ ଏହି ନଗରୀର କୌଣସି ପ୍ରଧାନ କାର୍ଯ୍ୟ ହୋଇନଥିଲା । ୧୦୬୮ରେ କେତେକ ନୂତନ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଖ୍ରୀ.ଅ. ୧୦୭୬ ପରେ ଏହାକୁ ଗୁରୁତ୍ତ୍ୱ ଦିଆଯାଇଥିଲା, ବିଶେଷ ସାମରିକ ସୁରକ୍ଷା ପ୍ରତି ଧ୍ୟାନ ଦିଆଗଲା । ଏହି ସମୟର ଉଲ୍ଲେଖଯୋଗ୍ୟ ଘଟଣା ମଧ୍ୟରେ ଏକଦା ଏକ ରୋମାନ ପ୍ରେକ୍ଷାଳୟକୁ ଗୋଟିଏ ଦୁର୍ଗରେ ପରିଣତ କରିବା ଅନ୍ତର୍ଭୁକ୍ତ । ପରବର୍ତ୍ତୀ ସମୟରେ ଏଠାରେ ଅନେକ ଇସଲାମୀୟ ମସଜିଦ ଓ ଅନ୍ୟାନ୍ୟ ସ୍ଥାପତ୍ୟର ନିର୍ମାଣ ହେଲା । ଆୟୁବିଦ ସୁଲତାନ ୧ମ ଅଲ-ଆଦିଲଙ୍କ ସମୟରୁ ଏଠାରେ ରାଜନୀତି ଓ ସ୍ଥାପତ୍ୟର ଏକ ସ୍ୱର୍ଣ୍ଣ ଯୁଗର ଆରମ୍ଭ ହେଲା । ପୂର୍ବରୁ ଦୁର୍ଗରେ ପରିଣତ ପ୍ରେକ୍ଷାଳୟରେ ଆଠଟି ବିରାଟ ଖମ୍ବର ନିର୍ମାଣ କରାଯାଇଥିଲା ।

ଅଟୋମାନ ସମୟ

[ସମ୍ପାଦନା]

ଅଟୋମାନ ସମୟରେ ଏହି ନଗରୀ ବିଷୟରେ ରାଜସ୍ୱ ଦୃଷ୍ଟିରୁ ବିଭିନ୍ନ ତଥ୍ୟ ଲିପିବଦ୍ଧ ହୋଇଥିବାର ଉଲ୍ଲେଖ ମିଳେ । ଅଟୋମାନ ସାମ୍ରାଜ୍ୟ ଏହି ସହରରୁ ଗହମ ଓ ଅନ୍ୟାନ୍ୟ ସଷ୍ୟ ଉପରେ କର ଆଦାୟ କରୁଥିଲେ । []

ଆଧୁନିକ ସମୟ

[ସମ୍ପାଦନା]

ଅଧୁନା ବୋସରା ଏକ ପ୍ରଧାନ ପ୍ରତ୍ନତାତ୍ତ୍ୱିକ ସ୍ଥଳୀରେ ପରିଣତ ହୋଇଛି । ଏଠାରେ ରୋମୀୟ, ପୂର୍ବ ରୋମୀୟ ଓ ମୁସଲିମ ସମୟର ଧ୍ୱଂସାବଶେଷ ରହିଛି । ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ରୋମୀୟ ପ୍ରେକ୍ଷାଳୟ । ପ୍ରତିବର୍ଷ ଏଠାରେ ସଙ୍ଗୀତ ଉତ୍ସବ ପାଳନ କରାଯାଏ ।୧୯୪୬ ପରଠାରୁ ଏଠାରେ ଅନେକ ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ଦେଖାଦେଇଛି ।

ବର୍ତ୍ତମାନ ଏଠାରେ ସିରିୟା ଗୃହଯୁଦ୍ଧ ଚାଲୁଛି । ୨୫ ମାର୍ଚ୍ଚ ୨୦୧୫ରେ ଚାରିଦିନର ଘମାଘୋଟ ଯୁଦ୍ଧ ପରେ, ବିପ୍ଳବୀମାନେ ସିରିୟା ସୈନ୍ୟମାନଙ୍କଠାରୁ ଏହି ସହର ଦଖଲ କରିଥିଲେ । []

  1. General Census of Population and Housing 2004. Syria Central Bureau of Statistics (CBS). Daraa Governorate. (in Arabic)
  2. Batatu, 1999, p. 24
  3. 1 2 Beattie, p. 126.
  4. Meinecke, 1996, p. 35
  5. le Strange, 1890, p. 425
  6. Hütteroth and Abdulfattah, 1977, p. 219.
  7. "Syria rebels seize ancient town of Busra Sham". Middle East Online. 25 March 2015. Archived from the original on 2 October 2015. Retrieved 17 May 2017.

ପୁସ୍ତକ ସୂଚୀ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]

ଉନବିଂଶ ଶତାବ୍ଦୀରେ ପ୍ରକାଶିତ

  • Josias Leslie Porter (1855), "From Kunawat to Busrah", Five years in Damascus: Including an Account of the History, Topography, and Antiquities of That City; with Travels and Researches in Palmyra, Lebanon, and the Hauran, London: J. Murray, OCLC 399684 {{citation}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  • "Bozrah", Handbook for Travellers in Syria and Palestine, London: J. Murray, 1858, OCLC 2300777 {{citation}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  • "Bosra", Palestine and Syria, Leipsig: Karl Baedeker, 1876 {{citation}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  • "Busrah", Cook's Tourists' Handbook for Palestine and Syria, London: T. Cook & Son, 1876 {{citation}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  • "Bosra", Palestine and Syria, Leipsig: Karl Baedeker, 1898 {{citation}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)

ବାହାର ଲିଙ୍କ

[ସମ୍ପାଦନା]