ବେଲ୍ଲି ଲଳିତା

ଉଇକିପିଡ଼ିଆ‌ରୁ
ବେଲ୍ଲି ଲଳିତା
Born(1974-04-29)୨୯ ଅପ୍ରେଲ ୧୯୭୪
Died୨୬ ମଇ ୧୯୯୯(1999-05-26) (ବୟସ ୨୫)
Occupationଲୋକଗୀତ ଗାୟିକା

ବେଲ୍ଲି ଲଳିତା (୨୯ ଅପ୍ରେଲ ୧୯୭୪ – ୨୬ ମଇ ୧୯୯୯) ଜଣେ ଭାରତୀୟ ଲୋକଗୀତ ଗାୟିକା ଏବଂ ତେଲେଙ୍ଗାନା କଳା ସମିତିର ପ୍ରତିଷ୍ଠାତା ଥିଲେ । ୧୯୯୯ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା ।

ଜୀବିନୀ[ସମ୍ପାଦନା]

୧୯୭୪ ମସିହାର ଅପ୍ରେଲ ୨୯ ତାରିଖରେ ଆନ୍ଧ୍ର ପ୍ରଦେଶର (ବର୍ତ୍ତମାନ ତେଲେଙ୍ଗାନା) ନାଲୋଗଣ୍ଡା ଜିଲ୍ଲର ଆତ୍ମାକୁର ମଣ୍ଡଳୀ ଅନ୍ତର୍ଗତ ନାଞ୍ଚରପେଟଠାରେ ଏକ ତେଲୁଗୁ ଭାଷାଭାଷୀ କୁରୁମା ପରିବାରରେ ଜନ୍ମଗ୍ରହଣ କରିଥିଲେ ବେଲ୍ଲି । ୧୯୯୦ ଦଶକର ଶେଷ ଭାଗରେ ସେ ତେଲେଙ୍ଗାନା ରାଜ୍ୟ ଗଠନର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିଲେ । ତାଙ୍କ ବାପା ଓଗ୍ଗୁ କଥା ଗାୟକ ଥିଲେ ।

ମୃତ୍ୟୁ[ସମ୍ପାଦନା]

୧୯୯୯ ମସିହାରେ ତାଙ୍କୁ ଅପହରଣ କରାଯାଇ ଆକ୍ରମଣ କରାଯାଇଥିଲା ଏବଂ ଏକ କୁରାଢ଼ୀଦ୍ୱାରା ତାଙ୍କ ଶରୀରକୁ ୧୭ ଖଣ୍ଡ କରି ହତ୍ୟା କରାଯାଇଥିଲା ।[୧] ହତ୍ୟାପରେ ତାଙ୍କ ହତ୍ୟାକାରୀମାନେ ତାଙ୍କର ଖଣ୍ଡବିଖଣ୍ଡିତ ଶରୀରକୁ ଚୌତୁପୌଲ ପୋଲିସ୍ ଷ୍ଟେସନ୍ ସାମ୍ନାରେ ଫିଙ୍ଗି ଦେଇଥିଲେ । ପ୍ରଥମେ ତେଲୁଗୁ ଦେଶମ୍ ପାର୍ଟିର ସରକାରରେ ଥିବା ଗୃହ ମନ୍ତ୍ରୀଙ୍କ ଉପରେ ତାଙ୍କ ହତ୍ୟାର ଆରୋପ ଲାଗିଥିଲା, ମାତ୍ର ପରେ ନକ୍ସଲ ନେତା ମହମ୍ମଦ ନୟୀମଉଦ୍ଦିନ ଏହି ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।[୨][୩][୪] ତାଙ୍କର ତିନିଜଣ ଭାଇଙ୍କର ହତ୍ୟା କରାଯାଇଥିଲା ଏବଂ ବଞ୍ଚିଯାଇଥିବା ଅନ୍ୟ ଜନେ ଭାଇ କ୍ରିଷ୍ଣା ୨୦୦୦ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଲୁଚି ରହିଥିଲେ ।[୫]

ଆଧାର[ସମ୍ପାଦନା]

  1. Face To Face With Belli Lalitha’s Sister Archived 2020-02-16 at the Wayback Machine. - AP7AM.com Reporting
  2. "From Maoist to police informer to gangster: The rise and fall of Nayeem". Hindustan Times. 15 August 2016. Retrieved 2020-06-30.
  3. "Brutality involved in Sambasivudu murder indicates Nayeem's role". The Hindu. 29 March 2011. Retrieved 2020-06-30.
  4. "From Revolutionary To Underworld Don - The Journey Of A Gangster". Sakshi. 9 August 2016. Archived from the original on 16 February 2020.
  5. "Nayeem victim's brother returns after 17-yr exile". The Times of India. Retrieved 2020-06-30.