ବେଲୁନ ଟାମ୍ପୋନେଡ

ଉଇକିପିଡ଼ିଆ‌ରୁ
Esophageal balloon tamponade
ହସ୍ତକ୍ଷେପ
Drawing of using the Blakemore tube. There is a manometer connected to the esophageal port, to enable inflating the balloon with correct pressure.

ବେଲୁନ ଟାମ୍ପୋନେଡ କାମରେ ଗ୍ରାସନଳୀ ବା ପାକସ୍ଥଳୀରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକ ବେଲୁନ ଭର୍ତ୍ତି କରାଯାଏ । [୧] ଏହି ପଦକ୍ଷେପ ନିଆଯାଏ ଯେତେବେଳେ ପାକସ୍ଥଳୀ ବା ଗ୍ରାସନଳୀରୁ ରକ୍ତସ୍ରାବ ଅନ୍ୟ କୌଣସି ଉପାୟରେ ବନ୍ଦ ହୁଏନାହିଁ ।[୨]

ଭାରିସେସରୁ ରକ୍ତସ୍ରାବ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ସିରୋସିସ୍[୧] ଏହି ଉପକରଣଗୁଡ଼ିକ ସାଧାରଣତ କେବଳ ସେହି ଲୋକମାନଙ୍କଠାରେ ବ୍ୟବହୃତ ହୁଏ ଯେଉଁମାନେ ହେମୋଡାଇନାମିକାଲି ଅସ୍ଥିର ଅଟନ୍ତି | [୨] ସମ୍ପ୍ରତି ଗ୍ରାସନଳୀ ସଂକୀର୍ଣ୍ଣ ଥିଲେ ବା ଅସ୍ତ୍ରୋପଚାର ହୋଇଥିଲେ ବେଏଲୁନ ଦିଆଯାଏ ନାହିଁ । [୨]

ପ୍ରଥମେ ଇନଟ୍ୟୁବେସନ କରାଯାଏ ଓ ତା’ପରେ ବ୍ୟକ୍ତିଙ୍କୁ ୪୫ ଡିଗ୍ରୀ କୋଣରେରେ ରଖାଯାଏ । [୧] ଉପକରଣରେ କଣା ନଥିବା ଯାଞ୍ଚ କରାଯାଏ ଯେପରି କୌଣସି ଲିକ୍ ରହିବନି । [୨] ଏହା ପାଟି ବାଟ ଦେଇ ପାକସ୍ଥଳୀରେ ଭର୍ତ୍ତି କରି ବେଲୁନରେ ୫୦ ମିଲି ମିଟର ବାୟୁ ମିଶାଯାଏ ।| [୨] ସଠିକ ସ୍ଥାନରେ ରହିବା ଯାଞ୍ଚ କରିବା ପାଇଁ ଏକ ଏକ୍ସ-ରେ କରାଯାଏ ଏବଂ ଥରେ ନିଶ୍ଚିତ ହେବା ପରେ ଅଧିକ ବାୟୁ ଯୋଗ କରାଯାଏ । [୨] ଏହା ପରେ ଟାଣିବା ବା ଟ୍ରାକ୍ସନ୍ କରାଯାଏ । [୨] ଏହା ପରେ ଆଉ ଥରେ ରକ୍ତସ୍ରାବ ଯାଞ୍ଚ କରାଯାଏ ଯଦି ତ‌ଥାପି ସ୍ରାବ ଥାଏ ତେବେ ମାନିମିଟର ବ୍ୟବ‌ହାର କରି ଏସୋଫେଜ୍ ବେଲୁନ୍ ଫୁଲେଇ ଦିଆଯାଏ । [୨]

ବେଲିନ ଭର୍ତ୍ତି କରି ସାରିବା ପରେ, ଅଧିକ ଚିକିତ୍ସା ଆବଶ୍ୟକ । [୧] ଜଟିଳତା ମଧ୍ୟରେ ବାୟୁପଥରେ ଅବରୋଧ, ଗ୍ରାସନଳୀ ଫାଟିବା ଏବଂ ଆସ୍ୋଇରେସନ ନିମୋନିଆ ହୋଇପାରେ । [୨] ଏହି ପ୍ରଣାଳୀ କ୍ୱଚିତ୍ ବ୍ୟବ‌ହାର କରାଯାଇଥାଏ । [୨] ବିକଶିତ ହୋଇଥିବା ପ୍ରଥମ ଉପକରଣ ହେଉଛି ୧୯୫୦ ଦଶକର ସେଙ୍ଗଷ୍ଟାକେନ୍-ବ୍ଲାକେମୋର ନଳୀ । [୨] ଉପକରଣର ଅନ୍ୟାନ୍ୟ ସଂସ୍କରଣରେ ମିନେସୋଟା ନଳୀଏବଂ ଲିଣ୍ଟନ୍ ନଳୀ ଅନ୍ତର୍ଭୁକ୍ତ । [୨] [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Powell, M; Journey, JD (January 2021). "Sengstaken-Blakemore Tube". PMID 32644350. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Powell, M; Journey, JD (January 2021). "Sengstaken-Blakemore Tube". PMID 32644350. {{cite journal}}: Cite journal requires |journal= (help)
  3. "Esophageal Balloon Tamponade". fpnotebook.com. Archived from the original on 22 January 2021. Retrieved 15 March 2021.