Jump to content

ବେଲାଲ୍ ମନସୁର୍ ଅଲି

ଉଇକିପିଡ଼ିଆ‌ରୁ

ବେଲାଲ୍ ମନସୁର୍ ଅଲି
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମଜନ୍ କିପକୋରିର ୟେଗୋ
ଜାତୀୟତା Bahraini
ଜନ୍ମ (1988-10-17) ୧୭ ଅକ୍ଟୋବର ୧୯୮୮ (ବୟସ ୩୭)
Kenya
Sport
କ୍ରୀଡ଼ାTrack and field
Event(s)୮୦୦ ମିଟର, ୧୫୦୦ ମିଟର
Achievements and titles
Personal best(s)800 m: 1:44.02 (Rieti 2007)
1500 m: 3:31.49 (Athens 2007)
Medal record
Competitor for  Bahrain
Men's Athletics
Asian Games
Silver2006 Doha1500 m
Bronze2010 Guangzhou1500 m
Continental Cup
Bronze2010 Split800 m

ବେଲାଲ୍ ମନସୁର୍ ଅଲି (ଆରବୀ, ଜନ୍ମ:୧୭ ଅକ୍ଟୋବର, ୧୯୯୮) ଜଣେ ବାହାରିନ୍ ଦୌଡାଳୀ। ସେ ପ୍ରଥମେ ଜଣେ କେନୀୟ ଥିଲେ ପରେ ବାହାରିନ୍ ଦେଶର ଜାତୀୟତା ହାସଲ କରିଥିଲେ।

ସେ କେନିୟାରେ ୧୭ ଅକ୍ଟୋବର, ୧୯୯୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବୟସକୁ ନେଇ ଅନେକ ବିବାଦ ସତ୍ତ୍ୱେ ମୋରୋକ୍କୋର ମାର୍ରାକେଚ୍ଠାରେ ୨୦୧୫ ମସିହାରେ ଆଇଏଏଏଫ୍ ୱାର୍ଲଡ ୟୁଥ୍ ଚାମ୍ପିୟାନସିପ୍ରେ ୧୫୦୦ ମିଟର ଦୌଡ ପ୍ରତିଯୋଗିତାରେ ସେ ଜିତ୍ ହାସଲ କରିଥିଲେ।[]ସେହି ମାସରେ ଅଲି ୨୦୦୫ ୱାର୍ଲଡ ଚାମ୍ପିୟାନସିପ୍ରେ ଭାଗନେଇଥିଲେ। ସେ ୮୦୦ ମିଟର୍ ଦୌଡରେ ଫାଇନାଲ୍ରେ ସପ୍ତମ ସ୍ଥାନ ଅଧିକାର କରି ସଫଳତେ ହାସଲ କରିଥିଲେ।ଜୁନ୍ ମାସରେ ଇଟାଲୀର କୋନେଗିଲାଠାରେ ୱାର୍ଲଡ ୟୁଥ୍ ବେଷ୍ଟରେ ୧:୪୪:୩୪ ମିନିଟ୍‌ରେ ୮୦୦ ମିଟର୍ ଦୌଡାର ପାରଦର୍ଶିତା ଦେଖାଇ ସେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ଏହି ରେକର୍ଡଟି ୧୮ ବର୍ଷରୁ କମ୍ ୱାର୍ଲଡ ରେକର୍ଡ ସହ ସମାନ ଅଟେ।

୨୦୦୬ ଜୁଲାଇ ମାସରେ ଅଲି ୨୦୦୫ ୱାର୍ଲଡ ୟୁଥ୍ ଚାମ୍ପିୟାନସିପ୍ରେ ବୟସ ଠକାମୀ ସନ୍ଦେହରେ କେନିୟାଠାରେ ଗିରଫ୍ ହୋଇଥିଲେ।୨୦୦୬ ୱାର୍ଲଡ ୟୁଥ୍ ଚାମ୍ପିୟାନସିପ୍ରେ ଆଇଏଏଏଫ୍ କାଉନ୍‌ସିଲ ବେଞ୍ଜିଙ୍ଗଠାରେ ଏକାଠି ହୋଇ ଏହି ଘଟଣାର ତଦନ୍ତ ମନ୍ଥର ଗତିରେ ଚାଲିଛି ବୋଲି ତଥ୍ୟ ପ୍ରଦାନ କରିଥିଲେ।ପ୍ରକୃତରେ ଅଲି କିଛି ଦିନ ପୂର୍ବରୁ ୧୫୦୦ ମିଟର୍ ଓ ସପ୍ତମ ୮୦୦ ମିଟର୍ ଦୌଡ ଦୌଡି ୱାର୍ଲଡ ଜୁନିୟର୍ ବ୍ରୋଞ୍ଜ ପଦକ ଜିତିଥିଲେ। ପରେ ୨୦୦୬ ମସିହରେ ଅଲି ସମସ୍ତ ଜୋରିମାନା ଦେଇଥିଲେ ଓ ଡିସେମ୍ବର ମାସରେ ୨୦୦୬ ଏସିୟାନ୍ ଗେମରେ ରୌପ୍ୟ ପଦକ ହାସଲ କରିଥିଲେ।୨୦୧୦ ମସିହା ଏସିୟାନ୍ ଗେମରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

  1. "Belal Mansoor Ali". Retrieved 9 ଡିସେମ୍ବର 2017.