ବେନଜିର ଭୁଟ୍ଟୋ

ଉଇକିପିଡ଼ିଆ ରୁ
Jump to navigation Jump to search
ବେନଜିର ଭୁଟ୍ଟୋ‌
بینظیر بھٹو
Benazir Bhutto.jpg
ପାକିସ୍ଥାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
19 ଅକ୍ଟୋବର 1993 – 5 ନଭେମ୍ବର 1996
ପୂର୍ବ ଅଧିକାରୀମହମ୍ମଦ ଜିୟା,-ଉଲ-ହଫ
ପର ଅଧିକାରୀଗୁଲାମ ମୁସ୍ତାଫା ଜତୋଇ
କାର୍ଯ୍ୟକାଳ
2 ଡିସେମ୍ବର 1988 – 6 ଅଗଷ୍ଟ 1990
ପୂର୍ବ ଅଧିକାରୀମୋଇନ କୁରେଶୀ
ପର ଅଧିକାରୀମୀରାଜ ଖାଲିଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ21 ଜୁନ 1953
କରାଚୀ, ପାକିସ୍ଥାନ
ମୃତ୍ୟୁ୨୭ ଡିସେମ୍ବର ୨୦୦୭(2007-12-27) (ବୟସ ୫୪)
ରାବଲପିଣ୍ଡି, ପାକିସ୍ଥାନ
ଜାତୀୟତାପାକିସ୍ଥାନୀ
ରାଜନୀତିକ ଦଳପାକିସ୍ଥାନୀ ପିପୁଲ ପାର୍ଟି
ଜୀବନ ସାଥୀଆସିଫ ଅଲି ଜରଦାର (ବିବାହ 1987–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: ଆସିଫ ଅଲି ଜରଦାର to ବେନଜିର ଭୁଟ୍ଟୋ" Location: (linkback://or.wikipedia.org/wiki/%E0%AC%AC%E0%AD%87%E0%AC%A8%E0%AC%9C%E0%AC%BF%E0%AC%B0_%E0%AC%AD%E0%AD%81%E0%AC%9F%E0%AD%8D%E0%AC%9F%E0%AD%8B)
ସମ୍ପର୍କଭୁଟ୍ଟୋ‌ ପରିବାର
ଜରଦାରୀ ପରିବାର
ଶିକ୍ଷାନୁଷ୍ଠାନରେଡ଼କ୍ଲିଫ କଲେଜ
ଲେଡି ମାର୍ଗରେଟ ହଲ, ଅକ୍ସଫୋର୍ଡ
ସେଣ୍ଟ କ୍ୟାଥରିନ କଲେଜ, ଅକ୍ସଫୋର୍ଡ
ସନ୍ତକ

ବେନଜିର ଭୁଟ୍ଟୋ‌ (ଉର୍ଦ୍ଧୁ: و نظیر) ( ଜନ୍ମ ୨୧ ଜୁନ ୧୯୫୩, କରାଚୀ- ୨୭ ଡିସେମ୍ବର ୨୦୦୭ ରାୱଲପିଣ୍ଡିରେ ମୃତ୍ୟୁ) ପାକିସ୍ଥାନର ଦ୍ୱାଦଶ (୧୯୮୮ ରେ) ଏବଂ ୧୬ ତମ (୧୯୯୩ ରେ) ପ୍ରଧାନମନ୍ତ୍ରୀ ଥିଲେ । ରାୱଲପିଣ୍ଡିରେ ଏକ ରାଜନୈତିକ ରାଲି ପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ଗୁଳି ବିନିମୟ ରେ ତାଙ୍କୁ ହତ୍ୟା କରାଯାଇଥିଲା ।[୧] ପୂର୍ବର ଝିଅ ଭାବେ ଜଣାଶୁଣା ବେନାଜିର ମୁସଲମାନ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଏବଂ ଦୁଇଥର ପାକିସ୍ଥାନରୁ ନିର୍ବାଚିତ ହୋଇଥିଲେ । ସେ ପାକିସ୍ଥାନର ପିପୁଲ୍ସ ପାର୍ଟିର ପ୍ରତିନିଧି ତଥା ମୁସଲମାନ ଧର୍ମର ଶିଆ ଶାଖାର ଅନୁଗାମୀ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବେନଜିର ଭୁଟ୍ଟୋ ପାକିସ୍ଥାନର ଜଣେ ଧନୀ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨]|ସେ ୧୮ ଡିସେମ୍ବର ୧୯୮୭ ମସିହାରେ ଆସିଫ ଅଲି ଜରଦାରୀଙ୍କୁ ବିବାହ କରିଥିଲେ । ଆସିଫ ଅଲି ଜରଦାରୀ ସିନ୍ଧର ଜଣେ ପ୍ରସିଦ୍ଧ ନବାବ, ଶାହା ପରିବାରର ପୁତ୍ର ତଥା ଜଣେ ସଫଳ ବ୍ୟବସାୟୀ ଥିଲେ। ବେନଜିର ଭୁଟ୍ଟୋଙ୍କ ତିନୋଟି ସନ୍ତାନ ଅଛନ୍ତି । ପ୍ରଥମ ପୁଅ ବିଲାୱାଲ ଏବଂ ଦୁଇଟି ଝିଅ ବଖତାୱାର ଏବଂ ଆସିଫା ।

ଶିକ୍ଷା[ସମ୍ପାଦନା]

ସେ ଲେଡି ଜେନିଙ୍ଗ ନର୍ସରୀ ବିଦ୍ୟାଳୟ ଏବଂ କରାଚୀରେ କନଭେଣ୍ଟ ଯୀଶୁ ଏବଂ ମେରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ।[୩] ୧୫ ବର୍ଷ ବୟସରେ ସେ କରାଚୀ ସ୍କୁଲରୁ ଓ' ସ୍ତରୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । [୪] ୧୬ ବର୍ଷ ବୟସରେ ସେ ଆମେରିକା ଯାଇ ସେଠାରେ ୧୯୬୯ ରୁ ୧୯୭୩ ପର୍ଯ୍ୟନ୍ତ ରେଡକଲିଫ କଲେଜରେ ପଢିଥିଲେ ଏବଂ ପରେ ହାୱାର୍ଡ ୟୁନିଭର୍ସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୫] ପରେ ସେ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତିୟ ଆଇନ, ଦର୍ଶନ ଓ ରାଜନୀତି ମଧ୍ୟ ଅଧ୍ୟୟନ କରିଥିଲେ । [୬]ସେ ପ୍ରଥମ ଏସୀୟ ମହିଳା ଯିଏକି ଅକ୍ସଫୋର୍ଡରେ ପଢ଼ୁଥିବା ସମୟରେ ଅକ୍ସଫୋର୍ଡ ୟୁନିଅନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ କାଳ[ସମ୍ପାଦନା]

୧୯୮୮ ମସିହାରେ ସେ ଏକ ବଡ଼ ଭୋଟ ସହିତ ନିର୍ବାଚନ ଜିତି ପାକିସ୍ଥାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଏକ ଇସଲାମ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ଦୁଇ ବର୍ଷ ପରେ ୧୯୯୦ ମସିହାରେ ତାଙ୍କ ସରକାର ପାକିସ୍ଥାନର ରାଷ୍ଟ୍ରପତି ଗୁଲାମ ଇଶକ ଖାନଙ୍କ ଦ୍ୱାରା ବରଖାସ୍ତ କରାଯାଇଥିଲା । ୧୯୯୩, ମସିହାରେ ପୁନର୍ବାର ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା ଏବଂ ସେ ପୁନର୍ବାର ବିଜୟୀ ହୋଇଥିଲେ ।ଦୁର୍ନୀତି ଅଭିଯୋଗରେ ତାଙ୍କୁ ପୁନର୍ବାର ୧୯୯୬ ମସିହାରେ ବରଖାସ୍ତ କରାଗଲା । ଯେତେବେଳେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ସେ ଲୋକପ୍ରିୟତାର ଶିଖରରେ ଥିଲେ । ତାଙ୍କର ପ୍ରତିଷ୍ଠା ବିଶ୍ୱ ମଞ୍ଚର ଜଣେ ପ୍ରତିଷ୍ଠିତ ମହିଳା ନେତା ଥିଲେ ।

ହତ୍ୟା[ସମ୍ପାଦନା]

୧୮ ଅକ୍ଟୋବର ୨୦୦୭ ମସିହାରେ ବେନଜିର ଭୁଟ୍ଟୋ ପାକିସ୍ଥାନକୁ ଫେରିବା ସମୟରେ ଏକ ରାଲିରେ ତାଙ୍କ ଉପରେ ଦୁଇଟି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୪୦ ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ବେନଜିର ବଞ୍ଚି ଯାଇଥିଲେ । କିଛି ଦିନ ପରେ ୨୭ ଡିସେମ୍ବର ୨୦୦୭ ମସିହାରେ ତାଙ୍କୁ ଏକ ନିର୍ବାଚନର ରାଲିରେ ହତ୍ୟା କରାଯାଇଥିଲା । ତାଙ୍କ ମୃତ୍ୟୁ ପାକିସ୍ଥାନରେ ଗଣତନ୍ତ୍ରର ପୁନରୁଦ୍ଧାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଧାର[ସମ୍ପାଦନା]

  1. "Benazir Bhutto 'killed in blast'". बीबीसी न्यूज़. 27 दिसंबर 2007. Archived from the original on 31 दिसंबर 2007. Retrieved 27 दिसंबर 2007. Cite has empty unknown parameter: |5= (help); Check date values in: |access-date=, |date=, and |archive-date= (help)
  2. "Benazir Bhutto". benazirbhutto.co.uk. 27 दिसंबर 2007. Archived from the original on 29 दिसंबर 2007. Retrieved 27 दिसंबर 2007. Cite has empty unknown parameter: |5= (help); Check date values in: |access-date=, |date=, and |archive-date= (help)
  3. "Story of Pakistan — Benazir Bhutto". Archived from the original on 30 दिसंबर 2007. Retrieved 27 दिसंबर 2007. Check date values in: |access-date= and |archive-date= (help)
  4. "Bookrags Encyclopedia of World Biography entry". Archived from the original on 17 अक्तूबर 2007. Retrieved 27 दिसंबर 2007. Check date values in: |access-date= and |archive-date= (help)
  5. Encyclopædia Britannica entry Archived 23 September 2013[Date mismatch] at the Wayback Machine. via about.com
  6. "WIC Biography - Benazir Bhutto". Archived from the original on 31 दिसंबर 2007. Retrieved 27 दिसंबर 2007. Check date values in: |access-date= and |archive-date= (help)