ବଡ଼ ଏରା

ଉଇକିପିଡ଼ିଆ‌ରୁ
(ବୃହତ୍ ଫ୍ଲେମିଙ୍ଗୋରୁ ଲେଉଟି ଆସିଛି)

ବଡ଼ ଏରା (ବୈଜ୍ଞାନିକ ନାମ: Phoenicopterus roseus) ସର୍ବାଧିକ ଦେଖା ଯାଉଥିବା ଏରା (ଇଂରାଜୀରେ "ଫ୍ଲେମିଙ୍ଗୋ") ପ୍ରଜାତି । ଏମାନେ ମୁଖ୍ୟତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । ଏମାନଙ୍କୁ ଓଡ଼ିଆରେ ପଦ୍ମନାଡ଼ି ମଧ୍ୟ କୁହାଯାଏ ।

ବର୍ଣ୍ଣନା [ସମ୍ପାଦନା]

ଏହି ପ୍ରଜାତିର ଏରା ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଚ୍ଚ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 

ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ । 

ଫ୍ଲେମିଙ୍ଗୋର ପରରେ ଥିବା ରଙ୍ଗକୁ ମେକ-ଉପ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । [୧]

ସାଧାରଣତଃ ହ୍ରଦ ଓ ପୁଷ୍କରିଣୀ ଥିବା ସ୍ଥାନରେ ଆବାସ ଯମେଇଥିବା ଫ୍ଲେମିଙ୍ଗୋମାନେ ସନ୍ତସନ୍ତିଆ ଜାଗାରେ ମଧ୍ୟ ଦେଖା ଯାନ୍ତି । ସେଠାରେ ଛୋଟ ମାଛ , ପୋକ ଇତ୍ୟାଦି ତାଙ୍କର ଖାଦ୍ୟ । ମୁଣ୍ଡ ନୂଆଇ ସେମାନେ ଖାଦ୍ୟ ଅନୁସନ୍ଧାନରେ ରହନ୍ତି । [୨]

ବିସ୍ତାର [ସମ୍ପାଦନା]

ଏସିଆ , ଆଫ୍ରିକାର ତଟବର୍ତୀ ଅଞ୍ଚଳ , ଭାରତ , ପାକିସ୍ତାନ ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତର ନଳଣଣ , ଖାଯିଦୀଆ ପକ୍ଷୀ ସଂରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସରେ ଶିତ୍ସ କାଳରେ ରହିଥାନ୍ତି । [୩] 

ଜୀବନ କାଳ [ସମ୍ପାଦନା]

ଜୂରେ ଥିବା ଫ୍ଲେମିଙ୍ଗୋମାନଙ୍କ ହାରାହାରି ଜୀବନ କାଳ ୬୦ ବର୍ଷରୁ ଉର୍ଦ୍ଧ ହେଇଥାଏ । 

ମଣିଷ ସହ ସମ୍ପର୍କ [ସମ୍ପାଦନା]

ପକ୍ଷୀ ସଂଗ୍ରହାଳୟରେ ବହୁ ସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।ଅଷ୍ଟ୍ରେଲିଆ ଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣରୁ ମାରି ଦିଆ ଯାଇଥିଲା । [୪]


ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. Amat, J.A., Rendón, M.A., Garrido-Fernández, J., Garrido, A., Rendón-Martos, M. and Pérez-Gálvez, A. (2011). "Greater flamingos Phoenicopterus roseus use uropygial secretions as make-up". Behavioral Ecology and Sociobiology. 65 (4): 665–673.{{cite journal}}: CS1 maint: multiple names: authors list (link)
  2. {{cite web}}: Empty citation (help)
  3. Koshti A.J. and Bony L.S (2016).
  4. Fedorowytsch, Tom (31 January 2014). "Flamingo believed to be world's oldest dies at Adelaide Zoo aged 83". ABC Radio Australia. Retrieved 31 January 2014. {{cite news}}: More than one of |accessdate= and |access-date= specified (help)

ବାହାର ଲିଙ୍କ [ସମ୍ପାଦନା]