ବୁଦ୍ଧ ଧାତୁ ଯାଦି

Coordinates: 22°13′21.9″N 92°11′51.1″E / 22.222750°N 92.197528°E / 22.222750; 92.197528
ଉଇକିପିଡ଼ିଆ‌ରୁ
ବୁଦ୍ଧ ଧାତୁ ଯାଦି
ବନ୍ଦରବନ ସ୍ୱର୍ଣ୍ଣ ମନ୍ଦିର
Religion
ଅନୁବନ୍ଧଗୁଡ଼ିକଥେରାବଦ ବୁଦ୍ଧ
Location
Countryବଙ୍ଗଳାଦେଶ
ଭୌଗଳିକ ଅବସ୍ଥିତି22°13′21.9″N 92°11′51.1″E / 22.222750°N 92.197528°E / 22.222750; 92.197528
Architecture
ପ୍ରତିଷ୍ଠାତାVen. U Paññya Jota Mahathero
Completed୨୧ତମ ଶତାବ୍ଦୀ

ବୁଦ୍ଧ ଧାତୁ ଯାଦି ବଙ୍ଗଳାଦେଶରେ ଥିବା ଏହି ବୁଦ୍ଧ ମନ୍ଦିର । ଏହା ବନ୍ଦରବନ ସ୍ୱର୍ଣ୍ଣ ମନ୍ଦିର ନାମରେ ମଧ୍ୟ ଜଣାଯାଏ । ଏହି ବୁଦ୍ଧ ମନ୍ଦିରଟି ବଙ୍ଗଳାଦେଶର ବନ୍ଦରବନ ନ‌ଗରର ବାଳଘାଟ ସ‌ହର ପାଖରେ ଅବସ୍ଥିତ । ଏହି ମନ୍ଦିରଟି ବଙ୍ଗଳାଦେଶର ସର୍ବ ବୃହତ ଥେରାବଦ ବୁଦ୍ଧ ମନ୍ଦିର ଏବଂ ଏହି ମନ୍ଦିରରେ ବଙ୍ଗଳାଦେଶର ୨ୟ ସର୍ବ ବୃହତ ବୁଦ୍ଧ ମୂର୍ତ୍ତୀ ରହିଛି ।[୧][୨][୩]

ଏହି ମନ୍ଦିରଟି ଥେରାବଦ ବୁଦ୍ଧିଇଜିମ୍‌ ଅଧିନରେ ରହିଛି । ଏହି ମନ୍ଦିରଟି ବଙ୍ଗଳାଦେଶରେ ଥିବା ଇଣ୍ଡିଜେନସ୍ ଲୋକଙ୍କଦ୍ୱାରା ପରିଚାଳିତ ହୋଇଥାଏ । ଏହି ମନ୍ଦିରଟି ୨୦୦୦ ମସିହାରେ ନିର୍ମିତ ହୋଇଥିଲା । ମନ୍ଦିରଟି ଅରକନେସ ଶୈଳୀରେ ନିର୍ମିତ ହୋଇଥିଲା । ଏହି ଶୈଳୀ ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବ‌ହାର ହୋଇଥାଏ ।[୧][୩][୪]

ଅବସ୍ଥିତି[ସମ୍ପାଦନା]

ସେଠାକାର ସ୍ଥାନୀୟ କଥିତ ଭାଷାରେ ବୁଦ୍ଧ ମନ୍ଦିରକୁ "କ୍ୟାଙ୍ଗ୍" ବୋଲି କୁହନ୍ତି । ଏହି ମନ୍ଦିରଟି ବନ୍ଦରବନ ଜିଲ୍ଲାରେ ଅବସ୍ଥିତ । ବନ୍ଦରବନ ଜିଲ୍ଲାର ବଙ୍ଗଳାଦେଶର ଦକ୍ଷିଣ-ପୂର୍ବ ଭାଗରେ ଅବସ୍ଥିତ । ଚିତ୍ତାଗୋଙ୍ଗ ପାହାଡ଼ିଆ ଅଞ୍ଚଳରେ ଚିତ୍ତାଗୋଙ୍ଗ ମଣ୍ଡଳରେ ଏହି ମନ୍ଦିରଟି ରହିଛି । ପାହାଡ଼ିଆ ସ‌ହର ବନ୍ଦରବନରେ ଥିବା ଏହି ମନ୍ଦିରକୁ ଲାଗିକି ଦୁଇଟି ପାହାଡ଼ ରହିଛି ଏବଂ ଗୋଟିଏ ଜଙ୍ଗଲ ରହିଛି । ମନ୍ଦିରକୁ ଲାଗିଥିବା ପାହାଡ଼ ଦୁଇଟି ହେଲା ତାଞ୍ଜିଡଙ୍ଗ (4,000 feet (1,200 m)) ଏବଂ କେଓକେରାଡଙ୍ଗ (4,632 feet (1,412 m)) । ମନ୍ଦିରକୁ ଲାଗିକି ବଡ଼ ବଡ଼ ଗଛରେ ପରିପୂର୍ଣ୍ଣ ଜଙ୍ଗଲଟିର ରହିଛି । ଏହି ସ‌ହର ଦେଇ ସାଙ୍ଗୁ ନ‌ଦୀ ମଧ୍ୟ ବୋହି ଯାଇଛି । ଏହି ପାଖରେ ଗୋଟିଏ ଝରଣା ମଧ୍ୟ ରହିଛି । ଏହି ମନ୍ଦିରଟି ଏହି ଗିରି ଶୃଙ୍ଗର ଉପରେ ନିର୍ମାଣ କରାଯାଇଛି, ଯାହାକି ବାଳଘାଟ ସ‌ହରଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ବନ୍ଦରବନ ସ‌ହରଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଚିତ୍ତାଗଙ୍ଗ, ବଙ୍ଗଳାଦେଶର ସୁରମ୍ୟ ସ୍ଥାନ, ଏହା ବନ୍ଦରବନ ସ‌ହରଠାରୁ ୯୨ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନରେ ଏକ ଜାତୀୟ ସାଂସ୍କୃତି ଅନୁଷ୍ଠାନ ଏବଂ ସଂଗ୍ରାହଳୟ ରହିଛି ।[୧][୨][୪][୫] ଦେବତା ପୋଖରୀ ନାମକ ଏହ ଦ୍ରଦ ଅଛି ଏହି ପାହାଡ଼ ଉପରେ ।[୬]

ନିର୍ମାଣ ଶୈଳୀ[ସମ୍ପାଦନା]

ପାହାଡ଼ ଶୀଖରରେ ନିର୍ମିତ ଏହି ପ୍ରଭାବଶାଳୀ ମନ୍ଦିରଟି ଅତ୍ୟନ୍ତ ସୁନ୍ଦର ମୂର୍ତ୍ତୀକଳାଦ୍ୱାରା ସୁସଜ୍ଜିତ ହୋଇଛି । ଏହି ମନ୍ଦିରକୁ ଯିବାକୁ ଏକ ସୁନ୍ଦର ସିଡ଼ି ମଧ୍ୟ ନିର୍ମିତ ହୋଇଛି । ଏହି ପବିତ୍ର ସ୍ଥାନରେ ଦେଶର ଦ୍ୱିତୀୟ ସର୍ବ ବୃହତ ବୁଦ୍ଧ ମୂର୍ତ୍ତୀ ସ‌ହିତ ଏକ ଛୋଟ ବୁଦ୍ଧ ମୂର୍ତ୍ତୀ ମଧ୍ୟ ରହିଛି । ମନ୍ଦିର ପରିସରରେ ଡ୍ରାଗନ ଦଣ୍ଡାରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟା ଝୁଲୁଥାଏ । ଏହି ମନ୍ଦିରଟିର ନିର୍ମାଣ ୧୯୯୫ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ୨୦୦୦ ମସିହାରେ ଶେଷ ହୋଇଥିଲା । ବୁଦ୍ଧଙ୍କର ଭୌତିକ ଅବଶେଷ ଏହି ମନ୍ଦିରରେ ଥିବା ଚାରୋଟି ମୂର୍ତ୍ତୀ ତଳେ ଅବସ୍ଥାପିତ କରାଯାଇଛି । ବୁଦ୍ଧ ସବୁଆଡ଼େ ଶାନ୍ତି ସ୍ଥାପନ କରିବାକୁ ଚାହାନ୍ତି ବୋଲି ଏହି ବିଶ୍ୱାସ ସ‌ହ ବୁଦ୍ଧଙ୍କର ଭୌତିକ ଅବଶେଷ ଅବସ୍ଥାପନ କରାଯାଇଛି । ଏହି ମନ୍ଦିରଟି ଏବେ ବୁଦ୍ଧ ପର୍ଯ୍ୟଟକ ସଂସ୍ଥା ସ‌ହ ଦକ୍ଷିଣ ଏସିଆ ଉପମହାଦେଶୀୟ ଆର୍ଥିକ ସ‌ହଯୋଗରେ ବିକଶିତ ହୋଇଛି । ଏହା ଏବେ ବଙ୍ଗଳାଦେଶର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ।[୩][୫]

ଏହି ମନ୍ଦିର ଭିତରେ କୌଣସି ଛୋଟ ଛୋଟ ପୋଷାକ ପରିଧାନ‌କାରୀ ପ୍ରବେଶ ଅନୁମତି ନାହିଁ । ଜୋତା ମଧ୍ୟ ମନ୍ଦିର ଭିତରକୁ ନେବାର ଅନୁମତି ନାହିଁ ।[୬]

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Golden Temple, Bandarban". The Face of Bangla. Archived from the original on 2019-07-30. Retrieved 2010-03-29.
  2. ୨.୦ ୨.୧ "Balaghata: Golden Temple". Archived from the original on 2011-07-14. Retrieved 2010-03-29.
  3. ୩.୦ ୩.୧ ୩.୨ "The Golden Temple of Bangladesh". The Buddhist Channel. Retrieved 2010-03-29.
  4. ୪.୦ ୪.୧ McAdam, Marika (2004). Bangladesh. Lonely Planet. p. 131. ISBN 1-74059-280-8. Retrieved 2010-03-29.
  5. ୫.୦ ୫.୧ "Golden Temple - Nestled in Scenic Tranquility". Retrieved 2010-03-29.
  6. ୬.୦ ୬.୧ "Bandarban Hillside Resort – getaway from the city". Archived from the original on 2010-04-26. Retrieved 2010-03-29.