ବୁଦ୍ଧ ଜୀବନ ଚରିତ ଖୋଦିତ ହାତୀଦାନ୍ତ

ଉଇକିପିଡ଼ିଆ‌ରୁ
ଡେକୋରେଟିଭ ଆର୍ଟସ ଗ୍ୟାଲେରି, ନ୍ୟାସନାଲ ମିଉଜିଅମ, ନୂଆ ଦିଲ୍ଲୀଠାରେ ୨୦ଶ ଶତାବ୍ଦୀର ଏକ ଖୋଦିତ ହାତୀ ଦାନ୍ତ

ବୁଦ୍ଧ ଜୀବନ ଚରିତ ଖୋଦିତ ହାତୀଦାନ୍ତ' ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ମ୍ୟୁଜିଅମ ଡେକୋରେଟିଭ ଆର୍ଟସ ଗ୍ୟାଲେରିରେ ପ୍ରଦର୍ଶିତ ହେଉଥିବା ଏକ ସୂକ୍ଷ୍ମ କୋଟିକମ ଖୋଦିତ ହାତୀଦାନ୍ତ ।[୧] ଦାନ୍ତଟି ସଂଗ୍ରହାଳୟକୁ ଦାନ କରାଯାଇଥିଲା । ୫ ଫୁଟ ଲମ୍ବର ଏହି ଦାନ୍ତଟି ବୁଦ୍ଧଙ୍କ ଜୀବନର ୪୩ଟି ଘଟଣା ପ୍ରଦର୍ଶିତ ହୋଇଛି ଯାହା ଦିଲ୍ଲୀ ଅଞ୍ଚଳର କାରିଗରଙ୍କଦ୍ୱାରା ୨୦ଶ ଶତାବ୍ଦୀରେ ଗଢ଼ାଯାଇଥିବା ଅନୁମିତ ।

ବିବରଣୀ[ସମ୍ପାଦନା]

୧୮ଶ ଓ ୧୯ଶ ଶତକରେ ଭାରତରେ ସମ୍ପୂର୍ଣ୍ଣ ହାତୀଦାନ୍ତ ଖୋଦନ—ବର୍ମାକୁ ବାଦ ଦେଲେ ବିଶେଷ କରି ଦିଲ୍ଲୀ ଅଞ୍ଚଳରେ—ଜଣାଶୁଣା ଥିଲା । ଆଫ୍ରିକୀୟ ହାତୀଦାନ୍ତରେ ତିଆରି ସମାନ ଧରଣର ହାତୀଦାନ୍ତ କାମ କଙ୍ଗୋର ଅଇଭରି କୋଷ୍ଟରେ [୨][୩] ଏବଂ ବେନିନ ଦେଖିବାକୁ ମିଳିଥାଏ ।

ହାତୀଦାନ୍ତର କାମ ଭାରତରେ ଖୁବ ପୁରୁଣା ଏହାର ଆଧାର କାଳିଦାସଙ୍କ ମେଘଦୂତରେ ଦେଖିବାକୁ ମିଳିଥାଏ । ଭାରତ ଭୂଖଣ୍ଡରୁ ମିଳିଥିବା ସର୍ବପୁରାତନ ହାତୀଦାନ୍ତ କାମ ତକ୍ଷଶିଳାଠାରୁ ମିଳିଥିବା ଏକ ୨ୟ ଶତାବ୍ଦୀର ପାନିଆ । ରାଜକୀୟ ପୃଷ୍ଠପୋଷକତା ମିଳୁଥିବାରୁ ହାତୀଦାନ୍ତ କାମ ଆସାମମହୀଶୁରରେ ଉନ୍ନତିର ଶିଖରରେ ପହଞ୍ଚିଥିଲା ।[୪]

ଏହି ହାତୀଦାନ୍ତରେ ବୁଦ୍ଧଙ୍କ ଜୀବନଚରିତ ୪୩ଟି ମଣ୍ଡଳରେ ଚିତ୍ରିତ ହୋଇଛି ଯେଉଁଥିରୁ ପ୍ରଥମ ୨୫ଟି ବୁଦ୍ଧଙ୍କ ଜନ୍ମରୁ ତାଙ୍କ ନିର୍ବାଣ ଯାଏ ଘଟିଥିବା ଘଟଣା ଓ ତା' ପରର ୧୮ଟି ତାଙ୍କର ନିର୍ବାଣରୁ ମହାନିର୍ବାଣ ଯାଏ ଘଟିଥିବା ଘଟଣା ବଖଣାଯାଇଛି । ସମାନ ଧରଣର କାହାଣୀ ଚିତ୍ରଣ ପ୍ରତିମା ଓ ଛବିରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ହାଟିଦାନ୍ତ କାମରେ ବୁଦ୍ଧଙ୍କ ଜୀବନର କେତେକ ନୂଆ କାହାଣୀ ଦେଖିବାକୁ ମିଳିଥାଏ, ଯଥା ଏକ ଚଢ଼େଇ ସାଙ୍ଗରେ ସିଦ୍ଧାର୍ଥଙ୍କ ଲଢ଼େଇ, ତାଙ୍କର ପଶିବଳିକୁ ବିରୋଧ, ଓ ମରଣ ସମ୍ବନ୍ଧରେ ଶିକ୍ଷା । ହାତୀଦାନ୍ତଟି ଉପର ଆଡ଼କୁ ଗୋଜିଆ ହୋଇଯାଏ, ଯେଉଁଥିରେ ତିନୋଟି ବିଦିତ ମୁଦ୍ରା "ଭୂମିସ୍ପର୍ଶ ମୁଦ୍ରା", "ଅଭୟମୁଦ୍ରା" ଏବଂ "ଧର୍ମଚକ୍ରପ୍ରଭାତନ ମୁଦ୍ରା" ଗୋଲାକାରରେ ଖୋଦିତ । ଏସବୁ ଫୁଲ-ଲଟା ଆଦି ସୂକ୍ଷ୍ମ କୋଟିକମ ହୋଇଛି ।

ଆଧାର[ସମ୍ପାଦନା]

  1. "Decorative Arts Gallery at National Museum reopened". The Hindu. New Delhi. July 6, 2013. Retrieved Jan 4, 2014.
  2. Edwards, Owen (2008). "Spirals of History". Smithsonian Magazine.
  3. http://www.britishmuseum.org/explore/highlights/highlight_objects/aoa/i/ivory_tusks_carved_with_figure.aspx
  4. Bhattacharyya, Asoke Kumar; Sengupta, Pradip Kumar (1991). Foundations of Indian Musicology: Perspectives in the Philosophy of Art and Culture. Abhinav Publications. p. 124. ISBN 9788170172734.