ବୁଢ଼ା ସୁବ୍ବା ମନ୍ଦିର

Coordinates: 26°49′12″N 87°18′00″E / 26.820°N 87.30°E / 26.820; 87.30
ଉଇକିପିଡ଼ିଆ‌ରୁ
ବୁଢା ସୁବ୍ବା ମନ୍ଦିର
बुढा सुब्बा
ବୁଢା ସୁବ୍ବା ମନ୍ଦିର (Manghim)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSunsari District
Location
ସ୍ଥାନDharan - 14
Countryନେପାଳ
ବୁଢ଼ା ସୁବ୍ବା ମନ୍ଦିର is located in Nepal
ବୁଢ଼ା ସୁବ୍ବା ମନ୍ଦିର
Location in Nepal
ଭୌଗଳିକ ଅବସ୍ଥିତି26°49′12″N 87°18′00″E / 26.820°N 87.30°E / 26.820; 87.30
ବୁଢା ସୁବ୍ବା ଉଚ୍ଚତାରୁ ଧରନ ସହର ଦର୍ଶନ

ବୁଢା ସୁବ୍ବା ମନ୍ଦିର (ନେପାଳୀ: बुढा सुब्बा) ନେପାଳର ପୂର୍ବାଞ୍ଚଳ ଥିବା ଧରଣର ବିଜୟପୁରରେ ଥିବା ଏକ ବିଖ୍ୟାତ ଧାର୍ମିକ ପବିତ୍ର ସ୍ଥାନ । ଦନ୍ତକାଳୀ ମନ୍ଦିରର ପୂର୍ବ ଦିଗରେ ସେଉତି ନଦୀ ତୀରରେ ଏହା ଅବସ୍ଥିତ । ଏହି ମନ୍ଦିର ଧାର୍ମିକ ଲୋକଙ୍କର ଏକ ମହତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ଅଗ୍ରଭାଗ ବିହୀନ ବାଉଁଶ ଗଛ ଦେଖିବାକୁ ମିଳେ । ଶନିବାର ଦିନ ଏଠାରେ ବହୁତ ଭିଡ଼ ହୁଏ ଓ ଭକ୍ତମାନେ ଗଞ୍ଜା ତଥା ଘୁଷୁରି ବଳି ଦିଅନ୍ତି ।[୧][୨][୩][୪] ଏହି ମନ୍ଦିରକୁ ୧୯୫୮-୫୯ ମସିହାଠାରୁ ନିୟମିତ ଭାବରେ ଓ ଭଲ ଭାବରେ ସାଉତି ରଖିଛନ୍ତି ।[୩]

ଐତିହାସିକ ଇମନ ଜିନ ସେମଯୋଙ୍ଗ (Iman Xin Chemjong) ଅନୁସାରେ ରାଜା ବିଜୟନାରାୟଣଙ୍କ ରାଜତ୍ୱ ସମୟରେ ଓ ତା'ପରଠାରୁ ଲୁମ୍ବୁବାନ (Limbuwan) (Pallo Kirat) ରାଜ୍ୟର ରାଜଧାନୀ ବିଜୟପୁର ଥିଲା ।[୫]

ସ୍ଥାନ[ସମ୍ପାଦନା]

ଦେଶର ରାଜଧାନୀଠାରୁ ୨୨୦ କିମି ଦୂରରେ ଧାରଣଠାରେ (Dharan) ବୁଢ଼ା ସୁବ୍ବା ମନ୍ଦିର ଅବସ୍ଥିତ ।[୬] ଦକ୍ଷିଣକାଳୀ ମନ୍ଦିରର ପୂର୍ବ ଦିଗରେ ଅଳ୍ପ ଦୂରରେ ଏହି ଦନ୍ତକାଳୀ (Dantakali) ମନ୍ଦିର ଅବସ୍ଥିତ ।

ଲୋକକଥା[ସମ୍ପାଦନା]

ଲୋକ କଥା ଅନୁସାରେ ଶିକାରୀ ବୁଢା ସୁବା ତା ଭଉଣୀ ସହିତ ବାଉଁଶ ଆଗରେ ବସିଥିବା କାଉ ଶିକାର କରୁଥିଲା । ଲକ୍ଷ ଭ୍ରଷ୍ଟ ହେଲେ ବାଉଶ ଅଗ ଭାଂଗିଯାଉଥିଲା । ସେଠି ଆଉ ବାଉଁଶ କଅଁଳୁ ନଥିଲା । ଏହା ପରେ ସେ ଶିକାର ଛାଡ଼ି ଭଗବାନଙ୍କ ଧ୍ୟାନରେ ମଗ୍ନ ରହିଲା । ସେହି ସ୍ଥାନରେ ପରବର୍ତ୍ତୀ ସମୟରେ ମନ୍ଦିର ତିଆରି ହୋଇଥିଲା । ଧ୍ୟାନ କରୁଥିବା ସ୍ଥାନରେ ଗୋଟିଏ ମାଟି ଗଦା ଏବେବି ଅଛି ଓ ବାଉଁଶ ଅଗ ଏବେ ମଧ୍ୟ ଆଉ ବୃଦ୍ଧି ହେଉନାହିଁ ।[୫][୭][୮][୯]

ଭଗବାନ ଶିବ/ ପାର୍ବତୀ[ସମ୍ପାଦନା]

ଅନ୍ୟ ଏକ ଲୋକକଥା ଅନୁସାରେ ହର ପାର୍ବତୀ ଛଦ୍ମ ବେଶରେ ଶିକାର କରୁ କରୁ ବିଜୟପୁରରେ ପହଞ୍ଚିଥିଲେ । ସେଠାରେ ସେମାନେ ଧ୍ୟାନ ମଗ୍ନ ହୋଇଥିବା ବେଳେ କଳି ଯୁଗ ଆଗମନ ହେଉଥିବା ଅନୁଭବ ହେବାରୁ ଉଭେଇ ଗଲେ । ଏହି ଘଟଣାକୁ ୟାକଠୁଙ୍ଗ ଭାଷାରେ ବୁଢା ସୁବ୍ବା କୁହାଯାଏ । ତାଙ୍କ ଧନୁରୁ ବାଉଁଶ ଗଛ ଉଠିଲା ଯାହାର ଅଗ ନଥିଲା ।[୧୦]

ଏକଲବ୍ୟ[ସମ୍ପାଦନା]

ଅନ୍ୟ ଏକ ଲୋକକଥା ଅନୁସାରେ ଏଠାରେ ଏକଲବ୍ୟ ସ୍ୱୟଂ ଧନୁର୍ବିଦ୍ୟା ଶିକ୍ଷା କରୁଥିଲେ । ସେ ନିଜେ ବୁଢା ସୁବ୍ବା ଥିଲେ ।[୩][୧୦]

ବାଉଁଶ ଲେଖା ଓ ସୂତା ବନ୍ଧା[ସମ୍ପାଦନା]

ଆଗେ ସେଠାରେ ଥିବା ବାଉଁଶରେ ଲୋକମାନେ ପ୍ରେମ ସାର୍ଥକ ହେବା ପାଇଁ ନାମ ଲେଖୁଥିଲେ ଯାହା ପରେ ମନା କରାଯାଇଥିଲା, ଯେହେତୁ ଗଛ ଆଉ ବଢିଲାନି । ଏହା ବଦଳରେ ସେମାନେ ଗଛରେ ସୂତା ଗୁଡ଼େଇ ମାନସିକ କରିବାକୁ ଆରମ୍ଭ କରିଥିଲେ ।[୨][୭][୯]

ଅନୁବାଦ:

ବାଉଁଶ ଗଛରେ ଲେଖିବା ପାଇଁ ବୁଢା ସୁବା!

ତୁମେ ଆସିବା ପାଇଁ କେତେ କାଳ ରହିବାକୁ ପଡ଼ିବ ଭାବୁଛି ...[୧୧]

ଆଧାର[ସମ୍ପାଦନା]

  1. "Budha Subba Temple 2019, #2 top things to do in dharan, eastern development region, reviews, best time to visit, photo gallery | HelloTravel Nepal". www.hellotravel.com. Retrieved 2019-07-29.
  2. ୨.୦ ୨.୧ "Budha Subba Temple – Dharan, Bijayapur – Nepali Movies, films" (in ଆମେରିକୀୟ ଇଂରାଜୀ). Retrieved 2019-07-29.
  3. ୩.୦ ୩.୧ ୩.୨ घिमिरे, अशोक. "बुढासुब्बा मन्दिरको गाथा". gorkhapatraonline.com.
  4. काफ्ले, योगेशबाबु. "कसम बुढासुब्बा,भाले चढाउँछु !". blastkhabar.com.
  5. ୫.୦ ୫.୧ "Beloved Bamboos of Budha Subba in Bijaypur (Dharan)". Wagle Street Journal (in ନେପାଳୀ). 2010-09-21. Retrieved 2019-07-29.
  6. Unknown (2017-05-16). "Yakthung: Budha Subba Temple". Yakthung. Retrieved 2019-07-29.
  7. ୭.୦ ୭.୧ "A Place for Pilgrimage and True Love". Boss Nepal (in ଆମେରିକୀୟ ଇଂରାଜୀ). Archived from the original on 2019-07-29. Retrieved 2019-07-29.
  8. मल्ल, कृष्ण. "गन्तव्य बुढासुब्बा-धागो बाँध्दै रमाउँदै". healthpostnepal.com. Archived from the original on July 29, 2019. Retrieved July 29, 2019.
  9. ୯.୦ ୯.୧ खबर, अनलाइन. "नाम बुढासुब्बा, काम जवानको डेटिङ !". onlinekhabar.com.
  10. ୧୦.୦ ୧୦.୧ "Budhasubba". Nature Trail Travels & Tours, Trekking & Expeditions (in ଆମେରିକୀୟ ଇଂରାଜୀ). Archived from the original on 2019-07-29. Retrieved 2019-07-29.
  11. "Guransa ko phed muni". www.nepalisongchord.com. Retrieved 2019-07-29.