Jump to content

ବୁଢ଼ାନୀଳକଣ୍ଠ ମନ୍ଦିର

ଉଇକିପିଡ଼ିଆ‌ରୁ
ବୁଢ଼ାନୀଳକଣ୍ଠ ମନ୍ଦିର
बुढानिलकण्ठ मन्दिर
Budhanilkantha statue
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକାଠମାଣ୍ଡୁ
ଦେବାଦେବୀLord Vishnu
Location
ସ୍ଥାନBudanilkantha
Countryନେପାଳ
Length5 metres

ବୁଢ଼ାନୀଳକଣ୍ଠ ମନ୍ଦିର, ଏକ ଖୋଲା ହିନ୍ଦୁ ମନ୍ଦିର ଯାହା ନେପାଳର ବୁଢ଼ାନୀଳକଣ୍ଠ ସ୍ଥାନରେ ଅବସ୍ଥିତ ଓ ଭଗବାନ ବିଷ୍ଣୁଙ୍କୁ (Mahavishnu) ସମର୍ପିତ । ଏହି ମନ୍ଦିରକୁ ନାରାୟଣଥାନ ମନ୍ଦିର ମଧ୍ୟ କୁହାଯାଏ ଯେଉଁଠାରେ ଶାୟିତ ଅବସ୍ଥାରେ ବିଷ୍ଣୁ ପ୍ରତିମାଙ୍କୁ ପୂଜା କରାଯାଏ ।

ଧାର୍ମିକ ମାହାତ୍ମ୍ୟ

[ସମ୍ପାଦନା]

କେତେକ ବ୍ୟକ୍ତି ବୁଢ଼ାନୀଳକଣ୍ଠ ମନ୍ଦିରକୁ ବୁଢ଼ାନୀଳକଣ୍ଠ ମନ୍ଦିର ନ କହି ବୁଦ୍ଧନୀଳକଣ୍ଠ ମନ୍ଦିର କହନ୍ତି ମାତ୍ର ଏହା ସତ୍ୟ ନୁହେଁ । ଏହା ସଂସ୍କୃତରୁ ଆନୀତ ପୁରାତନ ନୀଳ କଣ୍ଠ ଅଟେ । ଏହା ଶିବଙ୍କର ଏକ ନାମ ଯେହେତୁ ସେ ସଂସାରକୁ ବିଷ ଜ୍ୱାଳାରୁ ରକ୍ଷା କରିବା ପାଇଁ ନିଜେ ବିଷ ପାନ କରିଥିଲେ ଓ ସେହି ହେତୁ ତାଙ୍କର କଣ୍ଠ ନୀଳ ରଙ୍ଗ ଧାରଣ କରିଥିଲା । ଏଠାରେ ଥିବା ମୂର୍ତ୍ତି ବିଷ୍ଣୁ ପ୍ରତିମା ଅଟେ । ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ତ୍ରିମୂର୍ତ୍ତି କହନ୍ତି ।

ହିନ୍ଦୁ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସହିତ ଗୋସାଇକୁଣ୍ଡର ସମ୍ପର୍କ ଅଛି । ଶିବଙ୍କର ଝରଣା ଜଳ ଉତ୍ସରୁ ଜଳ ଆସି ଗୋସାଇକୁଣ୍ଡରେ ମିଶିଛି । ଏହି ପୁଷ୍କରିଣୀ ଜଳରେ ବିଷ୍ଣୁ ମୂର୍ତ୍ତି ଅଛି କିନ୍ତୁ ଜଳ ଶିବଙ୍କ ଝରଣାରୁ ଆସିଥିବାରୁ ଶିବଙ୍କ ନାମରେ ମନ୍ଦିର ନାମକରଣ ହୋଇଛି ।[୧]

ହିନ୍ଦୁମାନଙ୍କର ଏହା ଏକ ପବିତ୍ର ସ୍ଥାନ ହେଲେ ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀମାନେ ଏହାକୁ ବୁଦ୍ଧଙ୍କ ମୂର୍ତ୍ତି ଭାବରେ ବିବେଚନା କରନ୍ତି ।[୨] ପୁରାତନ କାଳରୁ ଏହି ମନ୍ଦିର ବିଭିନ୍ନ ଧର୍ମର ସମନ୍ୱୟର ପ୍ରତୀକ ଭାବରେ ମାନ୍ୟତା ପାଇଛି ।

ସ୍ଥାନ

[ସମ୍ପାଦନା]

କାଠମାଣ୍ଡୁ ଉପତ୍ୟକାର ଉତ୍ତର ଦିଗରଶେଷ ଭାଗରେ ଥିବା ଶିବପୁରୀ ପର୍ବତର ନିମ୍ନ ଭାଗରେ ବୁଢ଼ାନୀଳକଣ୍ଠ ମନ୍ଦିର ସ୍ଥାପିତ ହୋଇଛି । [୩] କାଠମାଣ୍ଡୁ ଜିଲ୍ଲାର ବୁଢ଼ାନୀଳକଣ୍ଠ ମୁନିସିପାଲଟିରେ ଏହା ଅବସ୍ଥିତ । ଏହାର ଠିକଣା: ଗୋଳଫୁଟାର ମୁଖ୍ୟ ରାସ୍ତା, ବୁଢ଼ାନୀଳକଣ୍ଠ, ୪୪୬୦୦ । ତ୍ରିଭୁବନ ଆନ୍ତର୍ଜାତୀୟ ଏୟାରପୋର୍ଟଠାରୁ ୧୨ କିମି ଦୂରରେ ଓ ଥାମେଲଠାରୁ ୯ କିମି ଦୂରରେ ଅବସ୍ଥିତ ।

ବୁଢ଼ାନୀଳକଣ୍ଠ ମନ୍ଦିରର ପ୍ରବେଶ ଦ୍ୱାର

ବିଶେଷତ୍ୱ

[ସମ୍ପାଦନା]

ଏଠାରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଗୋଟିଏ ବଡ କଳା ଆଗ୍ନେୟଗିରି ପଥରରୁ ତିଆରି କରାଯାଇଛି ।[୪] ତେର ମିଟର ଲମ୍ବାର ଏକ ପୁଷ୍କରିଣୀ ମଧ୍ୟରେ ୫ ଫୁଟ ଲମ୍ବାର ଏହି ମୂର୍ତ୍ତି ସ୍ଥାପିତ ହୋଇଛି । ତାଙ୍କର ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଛନ୍ତି ।[୧] ତାଙ୍କର ମୁକୁଟରେ ଅନେକ କୀର୍ତ୍ତିମୁଖ ଚିତ୍ର ଅଛି ଓ ତା ଉପରେ ଏକ ରୂପା ମୁକୁଟ ଅଛି । ଏହି ମୂର୍ତ୍ତି ୧୪୦୦ ଶହ ବର୍ଷର ପୁରୁଣା ମୂର୍ତ୍ତି ।[୧] ବୁଢ଼ାନୀଳକଣ୍ଠ ମୂର୍ତ୍ତିଟି ନେ))ପାଳର ସବୁଠାରୁ ବିଶାଳକାୟ ମୂର୍ତ୍ତି ।[୫]

ବୁଢ଼ାନୀଳକଣ୍ଠ ମନ୍ଦିର ପ୍ରାଙ୍ଗଣର ଦୃଶ୍ୟ

ପର୍ବପର୍ବାଣି

[ସମ୍ପାଦନା]

ପ୍ରତି ବର୍ଷ ହିନ୍ଦୁଙ୍କର କାର୍ତ୍ତିକ ମାସର ଏକାଦଶୀ ଦିନ ହରିବୋଧିନୀ ଏକାଦଶୀ ମେଳା ଏଠାରେ ସମ୍ପନ୍ନ ହୁଏ ଓ ହଜାର ହଜାର ଯାତ୍ରୀ ଏଠାକୁ ଆସନ୍ତି ।[୬] ଏହି ବିଶେଷ ଧାର୍ମିକ ସଂସ୍କାରରେ ବିଷ୍ଣୁଙ୍କୁ ତାଙ୍କ ଦୀର୍ଘ ନିଦ୍ରାରୁ ଜାଗ୍ରତ କରାଯାଏ । ପ୍ରତି ବର୍ଷ ଏଠାରେ ଏକ ବିରାଟ ମେଳାର ଆୟୋଜନ କରାଯାଏ ଓ ପବିତ୍ର ଏକାଦଶୀ, ହରିଶୟନୀ ଓ ହରିବୋଧିନୀ ଚାନ୍ଦ୍ର କ୍ୟାଲେଣ୍ଡର ଅନୁସାରେ ଛଅ ମାସର ଶୟନରୁ ବିଷ୍ଣୁ ଜାଗ୍ରତ ହୁଅନ୍ତି ।

ମନ୍ଦିରର ରହସ୍ୟ

[ସମ୍ପାଦନା]

ନେପାଳ ରାଜପରିବାରର କିମ୍ବଦନ୍ତୀ

[ସମ୍ପାଦନା]

ଏକ କିମ୍ବଦନ୍ତୀ ଅନୁସାରେ ରାଜା ପ୍ରତାପ ମଲ୍ଲ (୧୬୪୧-୧୬୭୪) ଏକ ଦୂରଦର୍ଶୀ ସ୍ୱପ୍ନରେ ଅଭିଶାପ ପାଇଥିବା ଦେଖିଥିଲେ । ସେଠାରେ ସେ ଦେଖିଲେ, ସେ ବୁଢ଼ାନୀଳକଣ୍ଠ ମନ୍ଦିରକୁ ଗଲେ ମୃତ୍ୟୁ ବରଣ କରିବେ ।[୭] ସେହି ଭୟରେ ଆଜି ପର୍ଯ୍ୟନ୍ତ ମରଣ ଭୟରେ ରାଜା ପରିବାରର କେହି ବୁଢ଼ାନୀଳକଣ୍ଠ ମନ୍ଦିର ଯାଇନାହାନ୍ତି ।[୮]

ଭାସମାନ ମୂର୍ତ୍ତି

[ସମ୍ପାଦନା]
ପୋଖରୀରେ ଭାଷମାନ ବୁଢ଼ାନୀଳକଣ୍ଠ ମୂର୍ତ୍ତୀ

ବହୁତ ବର୍ଷ ଧରି ମୂର୍ତ୍ତି ଜଳରେ ଭାଷୁଥିବା ବିଶ୍ୱାସ କରାଯାଉଥିଲା । ବୈଜ୍ଞାନିକ ପଦ୍ଧତିରେ ଏହାର ସତ୍ୟାସତ୍ୟ ପ୍ରମାଣିତ ବା ପ୍ରତ୍ୟାଖ୍ୟାତ ହୋଇପାରିଲାନି କିନ୍ତୁ ୧୯୫୭ ମସିହାରେ ଭାସମାନ ଲାଭା ପଥରର ସମ ଘନତ୍ୱ ଥିବା ସିଲିକା ପଥରର ଏକ ଛୋଟ ଚିପ ଜଳରେ ଭାସିବା ଦେଖାଗଲା ।[୯] ପରବର୍ତ୍ତୀ କାଳରେ ଅଧିକ ପରୀକ୍ଷା ନିରୀକ୍ଷା କରିବା ଅନୁରୋଧକୁ ମନା କରାଯାଇଥିଲା ।

ମୂର୍ତ୍ତିର ପ୍ରାରମ୍ଭ

[ସମ୍ପାଦନା]

ଏକ କାହାଣୀ ଅନୁସାରେ ଜଣେ ଚାଷୀ ହଳ କରୁଥିବା ବେଳେ ଲଙ୍ଗଳ ମୁନରେ ଏକ ମୂର୍ତ୍ତି ବାଜିଲା ଓ ତାହା ମଧ୍ୟରୁ ରକ୍ତସ୍ରାବ ହେଉଥିବା ଦେଖାଗଲା । ସେହି ମୂର୍ତ୍ତିଙ୍କୁ ନେଇ ବର୍ତ୍ତମାନର ସ୍ଥାନରେ ସ୍ଥାପନ କରାଯାଇଛି ।

ଦର୍ପଣ ଛବି

[ସମ୍ପାଦନା]

କିମ୍ବଦନ୍ତୀ ବର୍ଣ୍ଣନା ଅନୁସାରେ ବିଷ୍ଣୁଙ୍କ ମୂର୍ତ୍ତି ପାଖରେ ଶିବଙ୍କର ଗୋଟିଏ ଦର୍ପଣ ଛବି ସେହି ଜଳରେ ଦେଖାଯାଏ । ପ୍ରତି ବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଶିବ ପର୍ବରେ ସେହି ଦର୍ପଣ ଛବି ଦେଖାଯାଏ ।[୧୦]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. ୧.୦ ୧.୧ ୧.୨ कृष्णा (2020-04-07). "नेपाल का बूढानीलकण्ठ मंदिर जहाँ सोते हुए भगवान विष्णु शेषनाग पर विराजमान हैं". धर्मयात्रा (DharmYaatra) (in ହିନ୍ଦୀ). Retrieved 2022-07-24.
  2. Binod Ghimire (2000). Experience Nepal: A Travel Guide, p. 96. R.G. Publications.
  3. "Ministry of Culture, Tourism and Civil Aviation - Government of Nepal". www.tourism.gov.np. Retrieved 2016-07-31.
  4. "1400 Years old sculptural marvel of Sleeping Vishnu on a single stone". Detechter (in ଆମେରିକୀୟ ଇଂରାଜୀ). 2016-12-21. Retrieved 2022-07-24.
  5. "Budhanilkantha, Nepal - Lonely Planet". lonelyplanet.com. Retrieved 2015-09-14.
  6. "Budhanilkantha". sacredsites.com. Retrieved 2015-09-14.
  7. "नेपाल का प्राचीन मंदिर, राज परिवार इस डर से नहीं जाता दर्शन के लिए". Navbharat Times (in ହିନ୍ଦୀ). Retrieved 2022-07-24.
  8. "Budhanilkantha". Places of Peace and Power.
  9. "വെള്ളത്തില്‍ പൊങ്ങിക്കിടക്കുന്ന കരിങ്കല്ലില്‍ കൊത്തിയ വിഷ്ണു വിഗ്രഹം, അറിയുമോ ഈ ക്ഷേത്രത്തെക്കുറിച്ച്!!". Zee News Malayalam (in ମାଲାୟଲମ୍). 2021-02-13. Retrieved 2022-07-24.
  10. "बेहद चमत्कारी है ये मंदिर, एक साथ विराजते हैं श्री हरि व भोलेनाथ". punjabkesari. 2022-05-12. Retrieved 2022-07-24.