ବୀଣାଇ ଧନମ୍ମାଲ
ବୀଣାଇ ଧନମ୍ମାଲ | |
---|---|
Background information | |
ଜନ୍ମ | ୧୮୬୭ ଜର୍ଜ ଟାଉନ, ଚେନଇ |
ଶୈଳୀ | ଭାରତୀୟ କ୍ଲାସିକାଲ ସଂଗୀତ |
ପେଷା | ବୀଣା ବାଦକ |
ବାଦ୍ୟଯନ୍ତ୍ର | ବୀଣାଇ (Veenai) |
କାର୍ଯ୍ୟକାଳ | ୧୮୮୦–୧୯୩୮ |
ବୀଣାଇ ଧନମ୍ମାଲ (ଇଂରାଜୀ ଭାଷାରେ Veenai Dhanammal, (Tamil: வீணை தனம்மாள்) (୧୮୬୭–୧୯୩୮)) ଜଣେ ନିପୁଣ କର୍ଣ୍ଣାଟକୀ ସଂଗୀତଜ୍ଞ ଓ କର୍ଣ୍ଣାଟକୀ ସଂଗୀତର ପଥ ପ୍ରଦର୍ଶକ ଥିଲେ ଯାହା ତାଙ୍କ ନାମାନୁସାରେ ଚାଲୁଛି । ସେ ଏକା ଧାରରେ ଗାୟକ (vocalist) ଓ ସରସ୍ୱତୀ ବୀଣାର (Saraswati veena) ବାଦକ ଥିଲେ । ନାମ ପୂର୍ବରୁ ବୀଣାଇ ଶବ୍ଦ ଲାଗିଥିବା, ତାଙ୍କର ସେହି ବାଦ୍ୟ ଯନ୍ତ୍ର ବଜେଇବାରେ ଅସାଧାରଣ କୃତିତ୍ୱ ଥିବା ସୂଚନା ଦିଏ ।
ପ୍ରାକ୍ ଜୀବନ ଓ ପୃଷ୍ଠଭୂମି
[ସମ୍ପାଦନା]ମାଡ୍ରାସର (ଏବେକାର ଚେନଇ) ଜର୍ଜ ଟାଉନରେ ଧନମ୍ମାଲ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ସଂଗୀତଜ୍ଞ ଓ ନୃତ୍ୟ ବିଶାରଦମାନ ଥିଲେ । ତାଙ୍କ ଜେଜେମା ଜଣେ ପ୍ରଖ୍ୟାତ ନର୍ତ୍ତକୀ ଥିଲେ ଓ ତାଙ୍କ ମାଆ ଜଣେ ଗାୟିକା ଥିଲେ ଯିଏ କର୍ଣ୍ଣାଟକୀ ସଂଗୀତକାର ତ୍ରିମୂର୍ତ୍ତି ଶ୍ୟାମ ଶାସ୍ତ୍ରୀଙ୍କ (Syama Sastri) ପୁତ୍ର ଶୁବ୍ବରୟ ଶାସ୍ତ୍ରୀଙ୍କ (Subbaraya Sastri) ପାଖରୁ ଶିକ୍ଷା ଗ୍ରହଣ କରିଥିଲେ ।
ନିଜ ପରିବାର ସଦସ୍ୟଙ୍କଠାରୁ ଶିକ୍ଷା ଗ୍ରହଣ ବ୍ୟତୀତ ସେ ଅନ୍ଧ ସଂଗୀତଜ୍ଞ ୱାଲାଜାପେଟ ବାଳକୃଷ୍ଣଙ୍କଠାରୁ (ପଦମ ବାଲାଦାସ) ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ ଯିଏ କ୍ଷେତ୍ରୟା ଓ ସତନୁର ପାନକାନାଥା ଆୟାରଙ୍କର ପଦମ ଆଧାର ଥିଲେ ।
ପେଷା
[ସମ୍ପାଦନା]ବୀଣା ବାଦନ ବିଷୟରେ ଏତିକି କହିବେବ ଯେ ସେ ସେଥିରେ ସମ୍ପୁର୍ଣ୍ଣ ଓ ଉତ୍ତମ ଥିଲେ, କୌଣସି ବନ୍ଧନ (plectrum) ବିନା ବଜାଉଥିଲେ ଓ ଅଧିକାଂଶ ସମୟରେ ନିଜର ସୁଲଳିତ ସ୍ୱରରେ ଗାଉଥିଲେ । ତାଙ୍କର ସଂଗୀତ ଐତିହାସିକ ରେକର୍ଡ଼ ସେଟ ତିଆରି କରି ରଖାଯାଇଛି । ତାଙ୍କର ନିଜସ୍ୱ ଅନ୍ଦାଜରେ ଗାଇଥିବା ସଙ୍ଗୀତକୁ 'ବୀଣାଇ ଧନମ୍ମାଲ ବାଣୀ' କୁହାଯାଏ ଯାହାର ପାରମ୍ପରିକ ମୂଲ୍ୟ ଓ ସଙ୍ଗୀତ କଳାର ଏକ ଅତୁଳନୀୟ ଗଭୀର ଲାଳିତ୍ୟ ଓ ମୂର୍ଚ୍ଛନା ଥିଲା । ସଙ୍ଗୀତକାର, ଆଲୋଚକ ଓ ଗାୟକମାନେ ଚେନଇରେ ତାଙ୍କର ଗୀତ ଶୁଣିବାକୁ ଯାଉଥିଲେ । ଦର୍ଶକଙ୍କ ଉପରେ ତାଙ୍କର ଜ୍ଞାନ, ଶୋଧନ ଓ ପ୍ରଦର୍ଶନର ବହୁତ ବଡ଼ ପ୍ରଭାବ ରହୁଥିଲା । ନରସିମହାକାର୍ଲୁ, ମୁଟିଆପେଟ ପୋନ୍ନୁସଭାମି, ତିରୁଭୋତ୍ତ୍ରିୟାର ତ୍ୟାଗୟାର (Tiruvottriyur Tyagayyar) ଓ ବିଶେଷତଃ ଧରମପୂରୀ ସୁବ୍ବାରୟର (Dharmapuri Subbarayar) ଭଳି ସଙ୍ଗୀତକାରମାନଙ୍କ ପାଇଁ ଧନମ୍ମାଲ ଅନେକ ସୁର ସାଧନ କରିଥିଲେ ଓ ପ୍ରେରଣା ଦେଇଥିଲେ । ଜାବାଳି ଓ ପଦମ ଭଳି ସଂଯୋଜନା ଗୁଡ଼ିକର ସୁରକ୍ଷା, ଶିକ୍ଷା ଓ ପ୍ରକାଶ କରିବା ଦାୟିତ୍ୱ ତାଙ୍କରଟି ସଙ୍କରନ, ନର୍ତକଟି ବାଲାସରସ୍ୱତୀ (T. Balasaraswati),ଟି ମୁକ୍ତା (T. Muktha),ଟି ବ୍ରୁନ୍ଦା (T. Brinda) ଓଟି ବିଶ୍ୱନାଥନ (T. Viswanathan) ଭଳି ନାତି ନାତୁଣୀମାନେ ବିର୍ବାହ କରୁଛନ୍ତି । [୧]
ସନ ୦୩ ଡିସେମ୍ଭର ୨୦୧୦ରେ ତାଙ୍କର ସ୍ମାରକ ଭାବରେ ଏକ ଡାକ ଟିକେଟ ପ୍ରକାଶିତ ହୋଇଥିଲା ।[୨]
ଅଦ୍ୱିତୀୟ ବୀଣାଇ ଧନମ୍ମାଲ ବଞ୍ଚିଥିଲେ ତାଙ୍କର ବୟସ ୧୫୦ ବର୍ଷରୁ ଉର୍ଦ୍ଧ୍ୱ ହୋଇସାରନ୍ତାଣି । ତାଙ୍କର ତୀବ୍ର ଭକ୍ତି ଭାବ ଓ ଅପୂର୍ବ ଅନ୍ଦାଜରେ ଗାଉଥିବା ଓ ବଜାଉଥିବା ସଂଗୀତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖୁଥିଲା ଓ ସେହି ପରମ୍ପରା ତାଙ୍କର ଦାୟାଦମାନେ ଆଜି ପର୍ଯ୍ୟନ୍ତ ପାଳନ ପୋଷଣ କରି ଜୀବିତ ରଖିଛନ୍ତି । ଜର୍ଜ ଟାଉନର ଲୋକମାନେ ଶୁକ୍ରବାରିଆ ସଙ୍ଗୀତ ସାଇରୀକୁ ଆସି ଉପଭୋଗ କରୁଥିଲେ । ତାଙ୍କର ଶେଷ ସମୟରେ କମ୍ ଦୃଷ୍ଟି ଶକ୍ତି ଥାଇ ମଧ୍ୟ ବାଦ୍ୟ ଉପରେ ଆଧିପତ୍ୟ କମ୍ ହୋଇନଥିଲା ।
ଆଧାର
[ସମ୍ପାଦନା]- ↑ Pesch, Ludwig. The Illustrated Guide to South Indian Classical Music, New Delhi: Oxford University Press, 1999, p. 264.
- ↑ "Stamps - 2010". Department of Posts, Government of India. Archived from the original on 14 August 2013. Retrieved 2 August 2013.