ବି ବିଜୟଲକ୍ଷ୍ମୀ

ଉଇକିପିଡ଼ିଆ ରୁ
Jump to navigation Jump to search

ବି ବିଜୟଲକ୍ଷ୍ମୀ [୧][୨] (ବିଜି) ତିରୁଚିରାପଲ୍ଲୀର ସୀତାଲକ୍ଷ୍ମୀ ରାମସ୍ୱାମୀ କଲେଜରୁ 1974 ମସିହାରେ ମାଷ୍ଟର ଡିଗ୍ରୀ ଲାଭ କରି ଥିଓରିଟିକାଲ ଫିଜିକ୍ସ ଡିପାର୍ଟମେଣ୍ଟରେ ଯୋଗଦାନ କଲେ । ଅତି ରକ୍ଷଣଶୀଳ ପରିବାରରୁ ଆସି ସେ ଲିଙ୍ଗ ଭେଦ ଚିନ୍ତାଧାରାକୁ ଅତିକ୍ରମ କରି ଗବେଷଣା କରିବାକୁ ସ୍ଥିର କଲେ ।
ହେଡ ଅଫ ଦି ଡିପାର୍ଟମେଣ୍ଟ ପ୍ରଫେସର ପି. ଏମ. ମାଥିୟୁ ସେତେବେଳେ ଆମର ଉପଦେଷ୍ଟା ଥିଲେ । ସେ ବନ୍ଧୁତ୍ତ୍ୱପୂର୍ଣ୍ଣ ଓ ସଦା ହସମୁଖ ଥିଲେ । ଅନ୍ୟାନ୍ୟ ଛାତ୍ରୀ ଭଳି ବିଜୟା ମୋ ସହ ସ୍ନାତକ ପାଠ ବିଷୟରେ ଚର୍ଚ୍ଚା କରୁଥିଲେ । ଦିନେ ଏହି ଭଳି କଥାବାର୍ତ୍ତା ବେଳେ ସେ ବେଆରାମ ଦେଖାଯିବାରୁ ମୁଁ ତାହାର କାରଣ ପଚାରିଲି । ମୋର ପ୍ରତିକ୍ରିୟା ଦେଖିବା ନିମନ୍ତେ ସେ ସିଧା ମୋ ମୁହଁକୁ ଚାହିଁ କହିଲେ, ମୋର ପାକସ୍ଥଳୀ ଓ ପେଟରେ ବିସ୍ତୀର୍ଣ୍ଣ କର୍କଟ ରୋଗ ହୋଇଛି । ହଠାତ ମୋତେ ସକ ଲାଗିଲା ଓ କିଛି ସମୟ ନିମନ୍ତେ ମୂକ ହୋଇଗଲି । ସେ କହିଲେ ସେ କିଛି ଉଲ୍ଲେଖନୀୟ ଗବେଷଣା କରି ଦାନ କରିବାକୁ ଇଚ୍ଛା କରୁଛନ୍ତି ଯାହାଦ୍ୱାରା ସେ ପଦାର୍ଥ ବିଜ୍ଞାନୀ ହିସାବରେ ଗଣା ହେବେ । ତାଙ୍କର କିଛି ହୋଇଯିବା ପୂର୍ବରୁ ଗବେଷଣା ଡିଗ୍ରୀ ହାସଲ ତାଙ୍କର ମୂଳ ଲକ୍ଷ ଅଛି ।
ସେତେବେଳେ ଆମେ ଉଚ୍ଚତର ଗବେଷଣା (studies of relativistic equations of higher spin in external electromagnetic and gravitational fields.) କରୁଥିଲୁ । ସେହି ସମୟ ଆମର ଅତି ଜୀବନ୍ତ ଓ ସୁଖମୟ ଥିଲା । ଥିଓରିଟିକାଳ ପଦାର୍ଥ ବିଜ୍ଞାନ ବ୍ୟତୀତ ରାଜନୀତି, ଇତିହାସ, ଅର୍ଥନୀତି ଓ ୟୁନିଭରସିଟି ଶିକ୍ଷା ବିଷୟରେ ଚର୍ଚ୍ଚା ହେଉଥିଲା । ଏମର୍ଜେନ୍ସି ସମୟ ଥିଲା ଓ ବିଭିନ୍ନ ଟ୍ରେଡ ଯୁନିଅନ ନେତାମାନଙ୍କ ଆରେଷ୍ଟ ଖବର ବିଷୟ ଜାଣୁଥିଲୁ ।
ଠିକ ସେହି ସମୟରେ ମାଡ୍ରାସ ୟୁନିଭରସିଟିରେ ଆସୋସିଏସନ ଅଫ ରିସର୍ଚ୍ଚ ସ୍କଲାର୍ସ ଗଢା ହେଲା । ବି ବିଜୟଲକ୍ଷ୍ମୀ ରିସର୍ଚ୍ଚ ସହ ଏହି ଆସୋସିଏସନ ଗଢିବାରେ ଅକୁଣ୍ଠ ସାହାଯ୍ୟ କରିଥିଲେ । ନିୟମିତ ମାସିକ ଫେଲୋସିପ, କଣ୍ଟିଜେନ୍ସି ପାଇବା ଓ ରିସର୍ଚ୍ଚ ଗ୍ରାଣ୍ଟ ପାଇବାରେ ୟୁନିଭରସିଟିର ଗ୍ରାଜୁଏଟ ଛାତ୍ରମାନେ ବହୁତ ଅସୁବିଧା ଭୋଗୁ ଥିଲେ । ଦରିଦ୍ର ଲାବୋରେଟୋରୀ ସୁବିଧା ସହ ଛାତ୍ରମାନଙ୍କ ଗ୍ରାଣ୍ଟ ଲାଇବ୍ରେରୀକୁ ଦାନ କରା ଯାଉଥିଲା । ମିଲିଟାରୀ ଶାସନ ଭଳି ସେହି ଏକାଡେମିକ ସଂସ୍ଥା ଯୋଗୁ ଅଗ୍ରହଣୀୟ ବାଧା ଛାତ୍ରମାନେ ଭୋଗୁଥିଲେ । ୟୁନିଭରସିଟି ତଥା ଡିପାର୍ଟମେଣ୍ଟରେ ବିଜୟଲକ୍ଷ୍ମୀକୁ ଏଠି ନିମନ୍ତେ କେହି ଭଲ ପାଉ ନ ଥିଲେ ।
ଟି. ଜୟରମନଙ୍କ ସହ ଭେଟ ହେବା ପରେ ବିଜିର ସଂସାର ଦୃଷ୍ଟିକୋଣ ବଦଳି ଗଲା ଓ ସେ ତାଙ୍କ ଜୀବନରେ ଏକ ପ୍ରଭାବଶାଳୀ ବ୍ୟକ୍ତି ରୂପେ ଠିଆ ହେଲେ । ଦେଶର ରାଜନୈତିକ ଦୃଶ୍ୟ ଦେଖି ସେ ସମ୍ପର୍କୀୟ ଘଟଣାବଳୀ ଅନୁଶୀଳନ କଲେ । ବାମପନ୍ଥୀ କମ୍ୟୁନିଷ୍ଟ ଦଳ ସହ ସେ ଯୋଗସୂତ୍ର ରଖି ସେମାନଙ୍କ କାର୍ଯ୍ୟପନ୍ଥାରେ ସହଯୋଗ କଲେ । ସଙ୍ଗେ ସଙ୍ଗେ ଜଣା ନ ପଡ଼ିଲେ ମଧ୍ୟ ସେ ଧୀରେ ଧୀରେ ନାସ୍ତିକ ହୋଇ ଯାଉଥିଲେ । ବିଜି ଓ ଜୟରମନ ୧୯୭୮ ମସିହାରେ ବିବାହ କରିଥିଲେ । ଜୟରମଣ ତାଙ୍କୁ କାର୍ଯ୍ୟରେ ଉତ୍ସାହିତ କରୁଥିଲେ। ସାହସ ଦେଉଥିଲେ । ତାଙ୍କ ବିବାହ ଓ ସମ୍ପର୍କ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ହେଲା । ଜୟରମନ କେତେକ ବନ୍ଧୁଙ୍କ ସହ ତାଙ୍କୁ ପରିଚିତ କରେଇ ଦେଇଥିଲେ ଯେଉଁମାନେ ତାଙ୍କର ଅତି ଅନ୍ତରଙ୍ଗ ହୋଇ ଗଭୀର ଭାବରେ ତାଙ୍କର ଯତ୍ନ ନେଉଥିଲେ । ବିବାହ ସହ ଜୟ ତାଙ୍କ ପିତା ମାତାଙ୍କ ଦୁଃଖରେ ସହଭାଗୀ ହୋଇ ତାଙ୍କ କଠିନ ସ୍ୱାସ୍ଥ୍ୟ ସମୟରେ ସାହାଯ୍ୟ କରିଥିଲେ ।
ଏହି ସବୁ ଘଟଣା କେମୋଥେରାପିରାଡିଏସନ ନେବା ବେଳେ ହୋଇ ଥିଲା ଓ ସେ ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇ ଯାଇ ଥିଲେ । କର୍କଟ ରୋଗ ତାଙ୍କ ନିତମ୍ବ ଅସ୍ଥି ଓ ନିମ୍ନ ଅବୟବ ଅସ୍ଥିକୁ ଆକ୍ରମଣ କରିଥିଲା । ସେ ହୁଇଲ ଚେୟାରରେ ଯିବା ଆସିବା କରିବାକୁ ଲାଗିଲେ । ଏ ସମସ୍ତ କିନ୍ତୁ ତାଙ୍କର ଖୁସି ତଥା ରସିକତାକୁ ଦବେଇ ପାରିଲା ନାହିଁ ଓ ତାଙ୍କର ଜୀବନ ସଂଗ୍ରାମର ତେଜରେ କୌଣସି ଚିହ୍ନ ଛାଡି ପାରିଲା ନାହିଁ ।
ନନ୍ ରିଲେଟିଭିଷ୍ଟିକ କ୍ୱାଣ୍ଟମ ମେକାନିକ୍ସର ସ୍ପିନିଙ୍ଗ ପାର୍ଟିକ୍ଳ ଚରିତ୍ର (characterizing a spinning particle in non-relativistic quantum mechanics) ଉପରେ ସେ ୧୯୭୮ ମସିହାରେ କାମ ଆରମ୍ଭ କଲେ । ଜ୍ୟାମିତି ଓ ଟୋପୋଲଜିର (interplay of geometry and topology) ଆନ୍ତଃ କ୍ରିୟା ସମ୍ବନ୍ଧରେ ଏକ ନୂତନ ଚିନ୍ତାଧାରା ଥିଲା । ଏହା ବସ୍ତୁତ୍ତ୍ୱ ବିହୀନ କଣିକା (massless particles) ଓ ଇଲେକ୍ଟ୍ରୋମ୍ୟାଗନେଟିକ ଥିଓରିର ମୋନୋପୋଲାର ଡୁଆଲ ରିଲେସନ ଉପରେ ଏକ ଅଭିନବ ଚିନ୍ତାଧାରା ଥିଲା । ତାଙ୍କର ଏହି କାର୍ଯ୍ୟ ଛପା ହେଲା ପରେ ଏହି ସମ୍ବନ୍ଧରେ ଅନେକ ନୂଆ ଚିନ୍ତାଧାରା ବାହାରି ଥିଲା ।
କୋଚିରେ ଅନୁଷ୍ଠିତ ଦ୍ୱିବାର୍ଷିକ ହାଇ ଏନର୍ଜି ଫିଜିକ୍ସ ସିମ୍ପୋସିଅମରେ ତାଙ୍କର ବକ୍ତୃତା ଆଦର ପାଇଲା । ବିଜିଙ୍କ ନିମନ୍ତେ ଏହା ଏକ ଅଭୂତପୂର୍ବ ଅନୁଭବ ଥିଲା । ଭାରତୀୟ ଏନର୍ଜି ଫିଜିସିଷ୍ଟମାନେ ତାଙ୍କୁ ଉଦୀୟମାନ ବୈଜ୍ଞାନିକ ଭାବରେ ଉତ୍ସାହିତ କରିଥିଲେ । ଅନେକ ସହପାଠୀ ଓ ପରିଦର୍ଶକ ତାଙ୍କୁ ଜଣକ ପରେ ଜଣେ ହୁଇଲ ଚେୟାରରେ ବୁଲେଇ ଥିଲେ ।
ଇତି ମଧ୍ୟରେ ବିଜିଙ୍କର ସ୍ୱାସ୍ଥ୍ୟ ଆହୁରି ଖରାପ ହେବାକୁ ଲାଗିଲା । ସେ ସମୟର ଦୌଡ ବିଷୟରେ ସଂପୂର୍ଣ୍ଣ ସଚେତନ ଥିଲେ । ତାଙ୍କର ଗବେଷଣା ଜାରି ରଖି ପରବର୍ତ୍ତୀ ଦୁଇ ବର୍ଷରେ ୫ଟି ସନ୍ଦର୍ଭ(relativistic wave equations in external fields) ଛପେଇ ଥିଲେ ଓ ତାଙ୍କର ପି.ଏଚ.ଡି. ଆବଶ୍ୟକତା ସମାପ୍ତ ହୋଇଥିଲା । ଏହି ସମୟରେ ଗବେଷଣା ନିମନ୍ତେ ସୁପର ସିମେଟ୍ରି ଏକ ନୂଆ ବିଷୟ ଥିଲା ଓ ବିଜି ଓ ସାଥିମାନେ ଏହାକୁ ଅନୁଶୀଳନ କରୁଥିଲେ । ଦୁଇ ମାସ ନିମନ୍ତେ ମାଆଙ୍କ ସହ ସେ ଆଇ.ଆଇ.ଟି. କାନପୁର ପରିଦର୍ଶନରେ ଯାଇଥିଲେ । ଆଇ.ଆଇ.ଟି.ର ପଦାର୍ଥ ବିଜ୍ଞାନୀମାନେ ଏହି ହୁଇଲ ଚେୟାରରେ ଥିବା ମହିଳାଙ୍କୁ ଦେଖି ବହୁତ ପ୍ରଭାବିତ ହୋଇଥିଲେ ଓ ତାଙ୍କ କାମରେ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଆଗଭର ହୋଇଥିଲେ । ସେଠାରେ ସେ କାନପୁରର ଲକ୍ଷ୍ମୀ ସାଇଗଲଙ୍କୁ ଭେଟିଥିଲେ ଯିଏ ତାଙ୍କର ସ୍ୱାସ୍ଥ୍ୟ ଓ ଗବେଷଣା ନିମନ୍ତେ ସମସ୍ତ ସାହାଯ୍ୟ କରିବାକୁ ବନ୍ଦବୋସ୍ତ କରିଥିଲେ । ତା ପରେ ସେ ବାଙ୍ଗାଲୋରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ସେଣ୍ଟ୍ର ଫର ଥିଓରିଟିକାଲ ଷ୍ଟଡି ପରିଦର୍ଶନ କଲେ । ସୁପରସିମେଟ୍ରିକ ଥିଓରି ଉପରେ ଦୁଇଟି ସନ୍ଦର୍ଭ ଲେଖିଥିଲେ ।
ତାଙ୍କର ତତ୍କାଳ ଲକ୍ଷ ହାସଲ ପରେ ରିଲେଟିଭିଷ୍ଟିକ ଇକ୍ୱେସନ (relativistic equations)ଉପରେ ୨ ବର୍ଷ ଧରି ଅନୁଶୀଳନ ଜାରି ରଖିଲେ । ସେ ଜୟରମାନଙ୍କ ସହ ଆଇ.ସି.ଟି.ପି. (ICTP in Trieste) ଯିବା ନିମନ୍ତେ ଇଚ୍ଛୁକ ଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଦୃତ ଗତିରେ ଅବନତ ହେଲା ଓ ସେ ମଇ ୧୨ , ୧୯୮୫ ମସିହାରେ ମୃତ୍ୟୁ ବରଣ କଲେ । ଦୂରଦର୍ଶନ ତାଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଏକ ଘଣ୍ଟା ବ୍ୟାପୀ ଗୋଟିଏ ଡକୁମେଣ୍ଟାରି ପ୍ରସାରଣ କରିଥିଲା ।
ଲେଖକଙ୍କ ମତରେ ସେ ପ୍ରକୃତରେ ଜଣେ ଲୀଳାବତୀ କନ୍ୟା ।

ଆଧାର[ସମ୍ପାଦନା]

  1. http://www.ias.ac.in/womeninscience/liladaug.html (B Vijayalakshmi.pdf)
  2. ଟି ଆର ଗୋବିନ୍ଦରାଜନଙ୍କଦ୍ୱାରା A heroic struggle of a scientist with cancer ନାମକ ଲେଖାର ଏହା ଅନୁବାଦ ।