Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

Psubhashish (ଆଲୋଚନାଅବଦାନ)

ଆର ସପ୍ତାହରେ ଉଇକିମାନିଆ । ଏବର୍ଷ ହାଇବ୍ରିଡ଼ । ଅନେକେ ସିଂଗାପୁର ଯାଇ ଯୋଗଦେବେ ଆଉ ଅନେକେ ଅନଲାଇନରେ । ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ବିଶେଷ ଅନୁରୋଧ ଫେରିବା ପରେ ଏ ଥ୍ରେଡ଼ରେ କଣ କଣ ଶିଖିଲେ ଲେଖିବେ । ଫେରିବାର ଅଳ୍ପ ଦିନ ପରେ ଲେଖିପାରିଲେ ଭଲ କାରଣ ଆମେ ସବୁ ଚଞ୍ଚଳ ଭୁଲିଯାଉ । ତଳ ୨-୩ଟା ଜିନିଷ ଆମ ସମସ୍ତଙ୍କ ପାଇଁ ମୋଟାମୋଟି ଦରକାରୀ:

  • ବେନି ଜନେ ସମ ଦଶା: ଆମ ଭଳି ସମାନ ପ୍ରକାରର ଉଦ୍ୟମ, ପ୍ରକଳ୍ପ ଆଦି ଆଉ କିଏ କରୁଛନ୍ତି? ସେମାନେ ସମାନ ପ୍ରକାରର ଅସୁବିଧାକୁ କେମିତି ସମାଧାନ କରୁଛନ୍ତି?
  • ବାଟ: ଅନ୍ୟମାନେ ଏମିତି କିଛି ବାଟରେ କାମ କରୁଛନ୍ତି କି ଯେଉଁଥିରୁ ଆମେ ଶିଖିପାରିବୁ?
  • ବିବିଧତା: ଆମେ ବହୁ ବର୍ଷ ଧରି ଛୋଟ ସମୁଦାୟଟେ ହୋଇ ଅଛେ । ଆମ ସମୁଦାୟରେ ପ୍ରାୟ ସମସ୍ତେ ସମାନ ସାମାଜିକ ପରିବେଶରୁ । ବାକିମାନଙ୍କ ପାଖରୁ କିଛି ନୂଆ ବାଟ ଶିଖିଲେ କି ଯାହା ଆମ କାମରେ ଲାଗିବ?
  • ଟେକନୋଲୋଜି: ନୂଆ ଟେକନୋଲଜି ବାବଦରେ ଶିଖିଲେ ତା' କିପରି ଆମ କାମରେ ଲାଗିବ? କି କି ଅସୁବିଧା ସମାଧାନରେ ସହାୟକ ହେବ?

ଶେଷରେ ଆପଣ ଯଦି ଉଇକିମାନିଆରେ କିଛି ଭାଷଣ, କର୍ମଶାଳା ବା ହ୍ୟାକାଥନ ଆଦିରେ ନିଜ କାମ ପରିବେଷଣ କଲେ ତା' ଜଣେଇବେ ।

Jnanaranjan sahu (ଆଲୋଚନାଅବଦାନ)

ମୁଁ ଏଇ ବିଷୟରେ ଲେଖିବାକୁ ଯାଊଥିଲି ଆପଣ ଲେଖିଦେଲେ । ଯଦି ଆଉ କିଛି ମତାମତ ଅଛି ଅନ୍ୟମାନଙ୍କର ଦେଲେ ଆମେ ତାକୁ ବି କାର୍ଯ୍ୟକାରୀ କରିପାରିବୁ ।