Topic on ଉଇକିପିଡ଼ିଆ:ଆଲୋଚନା ସଭା

ଫେସବୁକର ସୁନିଲ ଆବ୍ରାହାମଙ୍କ ସ‌ହ ଆଲୋଚନା ପାଇଁ ପ୍ରସ୍ତାବ

3
Saileshpat (ଆଲୋଚନାଅବଦାନ)

କିଛି ଦିନ ତଳେ ମୁଁଁ ଆମ ଉଇକିଆଳି ଗୃପରେ ଲେଖିଥିଲି ଏହି ବିଷୟରେ, ଫେସବୁକର ସୁନିଲ ଆବ୍ରାହାମ ମତେ ପଚାରିଥିଲେକି ସେମାନେ ଓଡ଼ିଆ ଉଇକିପିଡ଼ିଆ କମ୍ୟୁନିଟି ସ‌ହ ମିଶି କିଛି ପ୍ରକଳ୍ପ ଯୋଜନା କରିବାକୁ ଚାହୁଁଛନ୍ତି, ଓ ସେ ବିଷୟରେ କଥା ହେବା ପାଇଁ କମ୍ୟୁନିଟିର ସଦସ୍ୟ ମାନଙ୍କ ସ‌ହ ଭେଟିବାକୁ ଚାହାନ୍ତି । ସମସ୍ତେ ବଧେ ଏବେ ବ୍ୟସ୍ତ ଅଛନ୍ତି, ମୁଁ ଚାହୁଁଛି ଏହି ପ୍ରକଳ୍ପକୁ ଇଉଜର ଗୃପରୁ କେହି ଜଣେ ଆଗକୁ ବଢାନ୍ତୁ ।

ମୁଁ ଫେବୃଆରୀ ୨ ତାରିଖ ସନ୍ଧ୍ୟା ୫:୩୦ରୁ ୬:୩୦ ଘଟିକା ସମୟର ପ୍ରସ୍ତାବ ଦେଉଛି ସୁନୀଲଙ୍କ ସାଙ୍ଗେ ଆମ କମ୍ୟୁନିଟି ଲୋକଙ୍କ ଦେଖା ହେବାପାଇଁ। ଅନ୍ୟ କିଛି ମତ ଅଛି ଯଦି ଜଣାନ୍ତୁ।

Psubhashish (ଆଲୋଚନାଅବଦାନ)

ମୁଁ ରହିପାରିବି ସେଦିନ ଶୈଳେଶ । ଲିଙ୍କ ହେରିକା ଇମେଲରେ ପଠେଇପାରିବ ନହେଲେ ଚାଟରେ ।

Psubhashish (ଆଲୋଚନାଅବଦାନ)

ଆମେ ଆଜି କଥା ହେଲୁ ସୁନୀଲଙ୍କ ସହ । ସେଥିରେ ଚିନୁ, ଗପୁ, ଜ୍ଞାନ, ଶୈଳେଶ ଆଉ ମୁଁ ଭାଗ ନେଇଥିଲୁ । ସୁନୀଲ data governance ଆଉ Emerging technology ଏ ଦୁଇ ବିଭାଗ ସମ୍ଭାଳୁଛନ୍ତି ଫେସବୁକ ଇଣ୍ଡିଆରେ । Emerging technology ଭିତରେ contemporary and colloquial corpus (ସରଳ ଭାଷାରେ ମୁଖ୍ୟତ ଲେଖା ଭାଷା ତଥା ବ୍ୟାବହାରିକ ଶବ୍ଦର ତାଲିକା), morphological analysis model (ମୁଁ ୟାର ଓଡ଼ିଆ ଜାଣିନି!) ଆଦି ଅନ୍ତର୍ଭୁକ୍ତ । ଫେସବୁକରେ ଥିବା ବିଭିନ୍ନ ପୋଷ୍ଟ ଓଡ଼ିଆ ଭାଷାରେ ଟେକନୋଲୋଜି ବିକାଶରେ କେମିତି କାମରେ ଆସିବ ସେ ବିଷୟରେ କଥା ହେବା ଥିଲା ଏ ଆଲୋଚନାର ମୁଖ୍ୟ ଲକ୍ଷ୍ୟ । କି କି କାମ କରାଯାଇପାରେ ଯାହା ଆମେ କଥା ହେଲୁ:

  • Creative Commons Zero (CC0 1.0) ଲାଇସେନ୍ସରେ ଓଡ଼ିଆ ଶବ୍ଦତାଲିକା । ଏହା ଭବିଷ୍ୟତରେ ଓଡ଼ିଆରେ ବିଭିନ୍ନ ଭାଷା ସମ୍ବନ୍ଧିତ ଗବେଷଣା କାମରେ ଆସିବ ।
  • ସିଂହଳ ଭାଷାରେ ଆଗରୁ ହୋଇଥିବା ଏକ ଗବେଷଣା ଭଳି ଓଡ଼ିଆରେ ମଧ୍ୟ ଏକ ଗବେଷଣା । ର, ଙ୍କର, ମାନଙ୍କ, ମାନଙ୍କର ଭଳି stop wordର ତାଲିକା ।
  • ଫେସବୁକର ଇଣ୍ଟରଫେସର ଅନୁବାଦ ଓ ଅନୂଦିତ ଶବ୍ଦ ଉଇକିଅଭିଧାନ ବିକାଶରେ ବ୍ୟବହାର ।
  • ଫେସବୁକର ଏଥିରୁ ଲାଭ କଣ? ଫେସବୁକ Crowd Tangle ଭଳି କଣ୍ଟେଣ୍ଟ ବିଶ୍ଳେଷଣ ଟୁଲ ତିଆରି କରିବା ପାଇଁ ଏକ ଭାଷାର ଶବ୍ଦତାଲିକା ଉପରେ ନିର୍ଭର କରେ । କିନ୍ତୁ ଶବ୍ଦତାଲିକା ଉଇକିପିଡ଼ିଆ ଭିତରେ ଭୁଲ ବନାନ ଥିବା ଶବ୍ଦ ସୁଧାରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । ଏଭଳି ଡାଟାବେସ ଖୋଲା ଲାଇସେନ୍ସରେ ରହିଲେ ସମସ୍ତଙ୍କ କାମରେ ଆସିବ ।

ଆଗକୁ କଣ?

ଓଡ଼ିଶା ସରକାରଙ୍କ ଏକ ବିଭାଗ ମଧ୍ୟ ଏଥିରେ ଏ ପ୍ରକଳ୍ପରେ ଏକ ଅଂଶୀଦାର ହେଲେ ଭଲ । ଫେସବୁକ ହୁଏତ ଏକ ଗ୍ରାଣ୍ଟ ଏକ ବିଶ୍ୱବିଦ୍ୟାଳୟ ବା ସେହି ଭଳି ଏକ ଅନୁଷ୍ଠାନକୁ ଦେଇପାରେ । ଯଦି କେହି ଏଥିରେ ନିଜ ବୃତ୍ତିଗତ ସମୟ ଦେଲେ ସେ ହୁଏତ ସେ ଅନୁଷ୍ଠାନରୁ/ଫେସବୁକଠାରୁ ଆର୍ଥିକ ସହାୟତା ପାଇପାରନ୍ତି ।


ଆପଣମାନେ କିପରି ଭାଗନେବେ?

ଫେସବୁକଠାରୁ ଓଡ଼ିଆ ଭାଷାରେ ଟେକନୋଲୋଜି ବିକାଶ ପାଇଁ କଣ କଣ ମାଗିପାରିବା ଆପଣମାନେ ଜଣାଇବେ । ସାଧାରଣ ଭାବେ କହିଲେ କୌଣସି ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟର ପୋଷ୍ଟ ଛଡ଼ା ଅନ୍ୟ ସର୍ବସାଧାରଣ ପୋଷ୍ଟ (public post) ହୁଏତ ଫେସବୁକ କୌଣସି Natural Language Processing କାମ ପାଇଁ ଦେଇପାରିବ ।


ଆପଣମାନେ ସପ୍ତାହେ ଭିତରେ (ଫେବୃଆରୀ ୯ ତାରିଖ) ନିଜ ନିଜ ମତ ଦେଲେ ସେସବୁକୁ ଏକାଠି କରି ଆମେ ଫେସବୁକକୁ ଏକ ମତ ଦେଇପାରିବା । କୌଣସି ଅନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଭାବୁଥିଲେ ମଧ୍ୟ ଜଣେଇବେ ।

"ଫେସବୁକର ସୁନିଲ ଆବ୍ରାହାମଙ୍କ ସ‌ହ ଆଲୋଚନା ପାଇଁ ପ୍ରସ୍ତାବ"ଙ୍କୁ ଉତ୍ତର