ବିଶ୍ୱ ସ୍ୱପରାୟଣତା ସଚେତନ ଦିବସ

ଉଇକିପିଡ଼ିଆ‌ରୁ

ପ୍ରତିବର୍ଷ ୨ ଅପ୍ରେଲକୁ ବିଶ୍ୱ ସ୍ୱପରାୟଣତା ସଚେତନ ଦିବସ ଭାବେ ପାଳନ କରାଯାଏ । ସ୍ୱପରାୟଣତା ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ପ୍ରଭାବିତ କରେ ଓ ଲୋକମାନେ କଣ ଦେଖନ୍ତି, ଶୁଣନ୍ତି ଓ ଅନୁଭବ କରନ୍ତି, ସେଗୁଡ଼ିକ ଭଲକରି ବୁଝିବାକୁ ଏହା ବାଧା ଦେଇଥାଏ । ସ୍ୱପରାୟଣତା କଣ ପାଇଁ ହୁଏ ତାର କାରଣ ଜଣା ନାହିଂ; ତେଣୁ କରି ତାର ଆରୋଗ୍ୟ ମଧ୍ୟ ନାହିଁ । ସ୍ୱପରାୟଣତା ସାମାଜିକ, ଶିକ୍ଷା, ଆର୍ଥିକ, ଜାତି କିମ୍ବା ଧର୍ମର ଭିନ୍ନତା ମାନେନହିଁ ।

ସ୍ୱପରାୟଣତାର ଲକ୍ଷଣ ଶିଥିଳ ସାମାଜିକ ଏବଂ ଶିଖିବାର ଅକ୍ଷମତାକୁ ନେଇ ଗମ୍ଭିର କ୍ଷିଣତା ପର୍ଯ୍ୟନ୍ତ ହୋଇପାରେ । ସ୍ୱପରାୟଣତାଗ୍ରସ୍ତ କିଛି ପିଲା କେବେବି କହିବା ଶିଖିପାରନ୍ତି ନାହିଁ । କେତେକ ଯୋଗାଯୋଗ ପାଇଁ କ୍ୱଚିତ ଭାଷା ବ୍ୟବହାର କରନ୍ତି ।

ଆଧାର[ସମ୍ପାଦନା]