ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ ପ୍ରତିବର୍ଷ ଅପ୍ରିଲ ମାସ ୨୬ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ।[୧] ଏହି କାର୍ଯ୍ୟକ୍ରମ ୨୦୦୦ ମସିହାରେ ବିଶ୍ୱ "ବୌଦ୍ଧିକ ସଂପଦ ସଂଗଠନ" (WIPO)ଦ୍ୱାରା ପେଟେଣ୍ଟ, କପି ରାଇଟ୍, ଟ୍ରେଡମାର୍କ ଇତ୍ୟାଦିର ଦୈନିକ ଜୀବନରେ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି ତଥା ବୌଦ୍ଧିକ ସମ୍ପଦର ବିକାଶ ଦିଗରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ପାଳିତ କରାଯାଉଛି । ୧୯୭୦ ମସିହା ଏହି ତାରିଖରେ ବିଶ୍ୱ ବୌଦ୍ଧିକ ସଂଗଠନ ସ୍ଥାପନା ଉପଲକ୍ଷେ ଏକ ସମ୍ମେଳନ ଆୟୋଜିତ ହୋଇଥିବାରୁ ଅପ୍ରେଲ ୨୬କୁ ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ ଭାବେ ପାଳନ କରାଯାଉଛି ।[୨]

ଇତିହାସ[ସମ୍ପାଦନା]

ପ୍ରଥମେ ସେପ୍ଟେମ୍ବର ୧୯୯୮ରେ ବିଶ୍ୱ ବୌଦ୍ଧିକ ସଂଗଠନ (WIPO)ର ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ସମ୍ମେଳନରେ ଏ ସଂପର୍କିତ ଏକ ବୟାନ ଜାରୀ କରାଯାଇଥିଲା । ଏହା ପରେ ଜାତୀୟ ଅଲଜେରିଆଇ ଶିଳ୍ପ ସଂସ୍ଥାନର (INAPI) ମହା ନିର୍ଦ୍ଦେଶକ ୭ ଅପ୍ରେଲ ୧୯୯୯ ମସିହାରେ ବୌଦ୍ଧିକ ସଂପଦର ଉପଯୁକ୍ତ ସଂରକ୍ଷଣ, ବିକାଶ ତଥା ଏହାର ଉନ୍ନତିକରଣ ଉଦ୍ଦେଶ୍ୟରେ ଏକ ଦିବସ ପାଳନ ସକାଶେ ଏକ ପ୍ରସ୍ତାବ ଆଣିଥିଲେ । ପରବର୍ତ୍ତୀ ସମୟରେ ୯ ଅଗଷ୍ଟ ୧୯୯୯ ଦିନ ବିଶ୍ୱ ବୌଦ୍ଧିକ ସଂଗଠନର ଚିନୀ ପ୍ରତିନିଧି ବିଶ୍ୱ ବୌଦ୍ଧିକ ସଂପଦ ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତାବ ଆଗତ କରିଥିଲେ । ଫଳରେ ଅକ୍ଟୋବର ୧, ୧୯୯୯ ଦିନ ବିଶ୍ୱ ବୌଦ୍ଧିକ ସଂଗଠନ (WIPO)ର ଏକ ସାଧାରଣ ବୈଠକରେ ଏକ ବିଶେଷ ଦିବସକୁ ବିଶ୍ୱ ବୌଦ୍ଧିକ ଦିବସ ରୂପେ ପାଳନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଗଲା ।

ଅଧାର[ସମ୍ପାଦନା]

  1. "World Intellectual Property Day – April 26, 2018". www.wipo.int (in ଇଂରାଜୀ). Retrieved 27 November 2018.
  2. "World Intellectual Property Day". www.timeanddate.com (in ଇଂରାଜୀ). Retrieved 27 November 2018.

ବାହାର ଆଧାର[ସମ୍ପାଦନା]