ବିଶ୍ୱ ପର୍ଯ୍ୟଟନ ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱସାରା ପାଳିତ ହୁଏ ।[୧][୨] ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟସବୁ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ତଥା ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା ।[୩]

ଇତିହାସ[ସମ୍ପାଦନା]

ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନଦ୍ୱାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି । ଏହି ତାରିଖର ବିଶେଷତ୍ତ୍ୱ ଏହି ଯେ ୧୯୭୦ ମସିହା ଏହି ତିଥିରେ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନର (UNWTO) ଆଇନକୁ ଆଇନଗତ ମାନ୍ୟତା ଦିଆଯାଇଥିଲା । ବିଶ୍ୱ ସ୍ତରରେ ପର୍ଯ୍ୟଟନକୁ ବିଶେଷ ପ୍ରୋତ୍ସାହନ ଦେବା ସନ୍ଦର୍ଭରେ ଏହି ଆଇନଗତ ପ୍ରକ୍ରୀୟା ଏକ ମାଇଲଖୁଣ୍ଟ ସଦୃଶ ।

ଇସ୍ତାନବୁଲ (ତୁର୍କୀ)ଠାରେ ୧୯୯୭ ମସିହାରେ ଆୟୋଜିତ UNWTOର ଦ୍ୱାଦଶ ମହାସଭାରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହେଲା କି UNWTO ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦଦିବସ ପାଳନ ଅବସରରେ କୌଣସି ଏକ ଦେଶକୁ ସହଯୋଗୀ ଦେଶ ଭାବେ ବାଛି ପାରିବେ । ଏହି କ୍ରମରେ ବିଶ୍ୱ ପର୍ଯ୍ୟଟନ ଦିବସ ୨୦୦୬ ମସିହାରେ ୟୁରୋପରେ, ୨୦୦୭ମସିହାରେ ଦକ୍ଷିଣ ଏସିଆରେ, ୨୦୦୮ରେ ଆମେରିକାରେ ଏବଂ ୨୦୦୯ରେ ଆଫ୍ରିକାରେ ପାଳିତ କରାଯାଇଛି ।

ଆଧାର[ସମ୍ପାଦନା]

  1. "World Tourism Day". www.timeanddate.com (in ଇଂରାଜୀ). Retrieved 18 December 2018.
  2. University, Sangam. "Sangam University Bhilwara Rajasthan - World Tourism Day 2012". PRLog. Retrieved 18 December 2018.
  3. "World Tourism Day | World Tourism Organization". wtd.unwto.org. Archived from the original on 27 December 2018. Retrieved 18 December 2018.

ବାହାର ଆଧାର[ସମ୍ପାଦନା]