ବିଶ୍ୱ ଦୃଷ୍ଟି ଦିବସ
ବିଶ୍ୱ ଦୃଷ୍ଟି ଦିବସ ପ୍ରତିବର୍ଷ ଡିସେମ୍ବର ମାସର ଦ୍ୱୀତିୟ ଗୁରୁବାର ଦିନ ବିଶ୍ୱ ସାରା ପାଳିତ ହୁଏ । ଚକ୍ଷୁ ରୋଗ ଓ ଦୃଷ୍ଟିଶକ୍ତିଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ବିଶ୍ୱବାସୀଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ବିଶ୍ୱ ଦୃଷ୍ଟି ଦିବସ ଦୃଷ୍ଟିହୀନତା ରୋକିବା ପ୍ରୟାସକୁ ଉତ୍ସାହିତ କରିବାର ଗୁରୁତ୍ୱକୁ ଦର୍ଶାଏ । ଭାରତ ପରିପ୍ରେକ୍ଷୀରେ ଶତକଡା ଅଶୀଭାଗ ଅନ୍ଧତ୍ୱକୁ ଏଡାଯାଇପାରିବା ସମସ୍ୟା ମଧ୍ୟରୁ (ପ୍ରତିରୋଧଯୋଗ୍ୟ ଏବଂ/କିମ୍ବା ଚିକିତ୍ସା ଯୋଗ୍ୟ); ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଦୃଷ୍ଟିହୀନତା ଚିକିତ୍ସାଦ୍ୱାରା ଭଲ କରାଯାଇପାରେ । "ବିଶ୍ୱ ଦୃଷ୍ଟି ଦିବସ" ଏକ ମାଧ୍ୟମ ଯାହାଦ୍ୱାରା ବ୍ୟକ୍ତିବିଶେଷ ତଥା ସମ୍ପ୍ରଦାୟଙ୍କୁ ଦୃଷ୍ଟିହୀନତା ଦୂରକରିବା ଏବଂ ଦୃଷ୍ଟିହୀନତାକୁ ଏଡାଇବା ପାଇଁ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ଆରମ୍ଭ କରିବାକୁ ଏକ ପ୍ଲାଟଫର୍ମ ମିଳିଥାଏ ।[୧]
ଇତିହାସ[ସମ୍ପାଦନା]
ପ୍ରଥମ ଥର ପାଇଁ ୨୦୦୦ ମସିହାରେ ଲାୟନସ କ୍ଳବ ଇଣ୍ଟର ନ୍ୟାସନାଲର "SightFirstCampaign" ନାମକ ଏକ କାର୍ଯ୍ୟକ୍ରମ ମାଧ୍ୟମରେଏହି ପ୍ରୟାସ କରାଯାଇଥିଲା ।
ପାଳନ[ସମ୍ପାଦନା]
ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦୃଷ୍ଟିଶକ୍ତିର ଉପାଦେୟତା ସହ ଦୃଷ୍ଟିହୀନତା ଦୂର କରିବା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "World Sight Day". www.nhp.gov.in. Retrieved 9 October 2020.
ବାହାର ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |