ବିଶ୍ଵ ସ୍ତନ୍ୟପାନ ସପ୍ତାହ

ଉଇକିପିଡ଼ିଆ‌ରୁ

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ (ଅର୍ଥାତ ୧ ଅଗଷ୍ଟରୁ ୭ ଅଗଷ୍ଟ) ବିଶ୍ୱର ୧୨୦ରୁ ଅଧିକ ଦେଶରେ ପାଳନ କରାଯାଏ ।[୧] ଶିଶୁକୁ ସ୍ତନ୍ୟପାନ ସହ ଅନ୍ୟ କାର୍ଯ୍ୟ ଏକତ୍ର କରାଇବାକୁ ମହିଳାମାନଙ୍କୁ ଉତ୍ସାହିତ କରିବା ସହ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ । ଫଳରେ କର୍ମଜୀବି ମହିଳାମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଏପରି ପରିବେଶ ସୃଷ୍ଟି ହେବ ଯାହାଦ୍ୱାରା ସ୍ତନ୍ୟପାନ କରାଉଥିବା ମହିଳାମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ସୁପାରିଶ ଅନୁଯାୟୀ, ନବଜାତ ଶିଶୁ ପାଇଁ ମାଙ୍କର ସ୍ତନର ହଳଦିଆ ତଥା ଗାଢ କ୍ଷୀର ଶିଶୁପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଅଟେ । ଶିଶୁର ଜନ୍ମର ୧ ଘଣ୍ଟା ମଧ୍ୟରେ ଶିଶୁକୁ ଏହି ମାଁ କ୍ଷୀର ସ୍ତନପାନ ଜରିଆରେ କରାଇବା ନିହାତି ଦରକାର । ସାଧାରଣତଃ ଶିଶୁକୁ ୬ ମାସ ବୟସ ପର୍ଯ୍ୟନ୍ତ ସ୍ତନପାନ ଏବଂ ୬ ମାସରୁ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ ସହିତ ପୌଷ୍ଟିକ ଆହାର ଖୁଆଇବା ପାଇଁ ପରାମର୍ଶ ଦିଆଯାଏ । ସ୍ତନ କ୍ଷୀର ଉତ୍ପାଦନ ଏକ ପ୍ରାକୃତିକ ପ୍ରକ୍ରିୟା, ଯେପର୍ଯ୍ୟନ୍ତ ଶିଶୁ କ୍ଷୀର ପିଇଥାଏ, କ୍ଷୀର ସ୍ତନରେ ଉତ୍ପନ୍ନ ହୁଏ ଏବଂ ଶିଶୁ କ୍ଷୀର ପିଇବା ଛାଡିବାର କିଛି ସମୟ ପରେ ସ୍ତନ ନିଜେ କ୍ଷୀର ତିଆରି ବନ୍ଦ କରେ । ସ୍ତନ୍ୟପାନ ଉଭୟ ମା ଏବଂ ଶିଶୁକୁ ଲାଭ ଦିଏ । ଶିଶୁ ପାଇଁ ଏକ ଭଲ ଏବଂ ସଂପୂର୍ଣ୍ଣ ଖାଦ୍ୟ ହେଉଛି ମା କ୍ଷୀର । ମା କ୍ଷୀରରେ ମିଳୁଥିବା କୋଲଷ୍ଟ୍ର୍ରମ୍ ଶିଶୁକୁ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ । ଏହା ସହିତ ଶିଶୁକୁ ରୋଗରୁ ରକ୍ଷା କରିଥାଏ ଏବଂ ଶିଶୁର ସଠିକ ବୃଦ୍ଧି ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟରୁ ପ୍ରକାସ ଯେ ମା କ୍ଷୀର ଖାଉଥିବା ଶିଶୁର ବୁଦ୍ଧିମତ୍ତା ଅନ୍ୟ ଶିଶୁଠାରୁ ଅଧିକ ହୋଇଥାଏ ।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଆମେରିକୀୟ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (AAP) ମା ଏବଂ ପିଲାମାନଙ୍କ ପାଇଁ ସ୍ତନ୍ୟପାନର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରେ ।[୩]

ଇତିହାସ[ସମ୍ପାଦନା]

୧୯୯୨ ମସିହାରେ World Alliance for Breastfeeding Action(WABA)ଦ୍ୱାରା ପ୍ରଥମେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ୧୨୦ରୁ ଅଧିକ ଦେଶରେ ୟୁନିସେଫ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସେମାନଙ୍କର ଅଂଶୀଦାରମାନେ ତଥା ବିଭିନ୍ନ ସଂଗଠନଦ୍ୱାରା ପାଳନ କରାଯାଇଛି । ଏକ ବିଶ୍ୱସ୍ତରୀୟ ସ୍ତନ୍ୟପାନ ସଂସ୍କୃତିର ପୁନଃପ୍ରତିଷ୍ଠା କରିବା ଏବଂ ପ୍ରତ୍ୟେକ ସ୍ଥାନରେ ସ୍ତନ୍ୟପାନ କରାଇବା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ WABA ନାମକ ସଂଗଠନ ୧୪ ଫେବୃଆରୀ ୧୯୯୧ରେ ଗଠିତ ହୋଇଛି ।

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". worldbreastfeedingweek.org. Archived from the original on 29 November 2010. Retrieved 14 February 2022. {{cite web}}: Cite has empty unknown parameter: |1= (help)
  2. "Breastfeeding". www.who.int (in ଇଂରାଜୀ). Retrieved 14 February 2022.
  3. "vikaspedia Domains". vikaspedia.in. Retrieved 14 February 2022.