ବିଶ୍ଵ ଦୁଗ୍ଧ ଦିବସ
ଦୁଗ୍ଧକୁ ଏକ ବିଶ୍ୱ ସ୍ତରୀୟ ଖାଦ୍ୟ ଭାବରେ ମହତ୍ତ୍ ପ୍ରଦାନ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନ (FAO)ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସର ପରିକଳ୍ପନା କରାଯାଇଥିଲା । ଏହି ଆନ୍ତର୍ଜାତୀୟ ଦିବସ ୨୦୦୧ ମସିହାଠାରୁ ପରଠାରୁ ପ୍ରତିବର୍ଷ ଜୁନ୍ ୧ ତାରିଖରେ ପାଳନ କରାଯାଇଆସୁଛି । ଦୁଗ୍ଧ ତଥା ଦୁଗ୍ଧ ଜନିତ ଅନ୍ୟାନ୍ୟ ସମସ୍ତ ଖାଦ୍ୟ ଏହି ଉଦ୍ୟୋଗ ସହିତ ଜଡ଼ିତ କାର୍ଯ୍ୟକଳାପ ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରାଇବା ପାଇଁ ଏହି ଦିନଟି ଉଦ୍ଦିଷ୍ଟ ।[୧]
ବିଶ୍ୱ ଦୁଗ୍ଧ ଦିବସକୁ ପ୍ରଥମେ ୨୦୦୧ ମସିହାରେରେ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନ (FAO)ଦ୍ୱାରା ମନୋନୀତ କରାଯାଇଥିଲା । ଜୁନ୍ ୧ ତାରିଖକୁ ଏଥି ନିମିତ୍ତ ଚୟନ କରିବାର ଏକ କାରଣ ହେଉଛି ସେହି ବର୍ଷ ମଧ୍ୟରେ ବିଶ୍ୱର ଅନେକ ଦେଶ ଏକ ଦୁଗ୍ଧ ଦିବସ ପାଳନ କରିଆସୁଥିଲେ ।[୧]
ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା, ଦୁଗ୍ଧର ପୌଷ୍ଟିକ ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବ୍ୟକ୍ତିବିଶେଷ ତଥା ସଂପ୍ରଦାୟଙ୍କ ସହାୟତା କରିବା । ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନର ସଂଗୃହିତ ତଥ୍ୟରୁ ଜଣାଯାଏ ଯେ ଦୁଗ୍ଧ ଦୁଗ୍ଧ ଜନିତ ଅନ୍ୟାନ୍ୟ ଉତ୍ପାଦ କ୍ଷେତ୍ରଦ୍ୱାରା ଏକ ବିଲିୟନରୁ ଅଧିକ ଲୋକଙ୍କର ଜୀବିକା ସଶ୍ଳିଷ୍ଟ ।[୨] ବିଶ୍ୱରେ ଛ ବିଲିୟନରୁ ଅଧିକ ଲୋକ ଦୁଗ୍ଧ ତଥା ଦୁଗ୍ଧ ଜାତ ଖାଦ୍ୟ ଖାଉଛନ୍ତି । ଏହି ଜାତୀୟ ଜାତୀୟ ଦର୍ଶାଏ ଯେ କ୍ଷୀର ଏକ ବିଶ୍ୱ ସ୍ତରୀୟ ଖାଦ୍ୟ ଅଟେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "EST: 15th World Milk Day". www.fao.org. Archived from the original on 12 February 2022. Retrieved 12 February 2022.
- ↑ "The Dairy Declaration of Rotterdam". www.fao.org. Retrieved 12 February 2022.