ବିଶ୍ଵ ଓଜୋନ ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search
Ozone hole over Southern Hemisphere in 1957–2001

ବିଶ୍ୱ ଓଜୋନ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ୧୬ ସେପ୍ଟେମ୍ବର ଦିନ ପାଳିତ ହୁଏ ।[୧][୨] ୧୯୯୪ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ବାୟୁ ମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହ ଓଜନ ସ୍ତର କ୍ଷୀଣ ହେବା ଜନିତ ସୃଷ୍ଟ ଭୟାବହତା ସଂପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ।[୩]

ବାୟୁ ମଣ୍ଡଳରେ ଓଜୋନର ପରିମାଣ କମ ହେଲେ ସୁଦ୍ଧା ବାୟୁମଣ୍ଡଳରେ ଏହାର ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ବିଭିନ୍ନ କାରଣ ମଧ୍ୟରେ ସୌର-ପବନ ଅନେକ ସମୟରେ ପୃଥିବୀ ଉପରିସ୍ଥ ଓଜୋନ ସ୍ତରର (Ozone-layer) କ୍ଷତି କରିଥାନ୍ତି; ଯଦ୍ୱାରା ଓଜୋନ ସ୍ତର ଦେଇ କ୍ଷତିକାରକ ଅତି ବାଇଗଣୀ ବିକୀରଣ ଭୁପୃଷ୍ଠକୁ ପ୍ରବେଶ କରିଥାଏ । ବାୟୁ ମଣ୍ଡଳରେ ଓଜୋନ ସ୍ତର କମିଯିବା ହେତୁ ଅତିବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ କରାଇବାର ସମ୍ଭାବନା ବଢେ ।

ଇତିହାସ[ସମ୍ପାଦନା]

୧୯୮୭ ମସିହାର ଏହି ଦିନରେ ମଣ୍ଟ୍ରିଲ ପ୍ରୋଟୋକଲ ନାମକ ଏକ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ସନ୍ଧିର ମୂଳ ଲକ୍ଷ୍ୟ ଥିଲା ବାୟୁମଣ୍ଡଳରେ ଓଜୋନ ସ୍ତରକୁ କ୍ଷୀଣ ବା ହ୍ରାସ କରୁଥିବା କିଛି ପଦାର୍ଥର ପ୍ରସ୍ତୁତି ବା ଉତ୍ପାଦନ ସମୟ ବଦ୍ଧ ଉପାୟରେ ବନ୍ଦ କରିବା ଯଦ୍ୱାରା ଓଜୋନ ସ୍ତରକୁ ସଂରକ୍ଷଣ କରାଯାଇପାରିବ । ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ୧୬ ସେପ୍ଟେମ୍ବର ୧୯୮୭ ମସିହାରେ । ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ୧୯ ଡିସେମ୍ବର ୨୦୦୦ ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୧୬ ସେପ୍ଟେମ୍ବରକୁ ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ରୂପେ ପାଳିବାକୁ ଏକ ଘୋଷଣାନାମା ଗୃହୀତ ହେଲା । ଚୁକ୍ତି ସ୍ୱାକ୍ଷର ହେବାର ପ୍ରାୟ ୩୦ ବର୍ଷ ପରେ ଓଜୋନ ସ୍ତରରେ ଦେଖାଦେଇଥିବା ଛିଦ୍ର ବନ୍ଦ ହେବାର ଦେଖିବାକୁ ମିଳିଥିଲା [୪]। ତଥାପି ଏହି ଓଜୋନ ସ୍ତର କ୍ଷୀଣ ହେବା ଯୋଗୁଁ ନିର୍ଗତ ବିଷାକ୍ତ ଗ୍ୟାସର ପ୍ରଭାବ ପୃଥିବୀ ଉପରେ ପରବର୍ତ୍ତୀ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରଯାଏ ।[୪]

ଓଜୋନ ସ୍ତର[ସମ୍ପାଦନା]

ଓଜୋନ ହେଉଛି ଅମ୍ଳଜାନର ଆଉ ଏକ ସ୍ୱରୂପ ଯାହାର ରାସାୟନିକ ପ୍ରତୀକ ହେଉଛି O3 । ଆମ ବାୟୁ ମଣ୍ଡଳରେ ଖୁବ କମ ପରିମାଣର ଓଜୋନ (ଏକ ପ୍ରକାର ଗ୍ୟାସୀୟ ଉପାଦାନ) ରହିଅଛି । ତଥାପି ଏହାର ଆବଶ୍ୟକତା ମଣିଷ ସମାଜ ପାଇଁ ଅପରିହାର୍ଯ୍ୟ । କାରଣ ହେଉଛି, ଓଜୋନର ଅଧିକାଂଶ ଭାଗ ବାୟୁମଣ୍ଡଳର ସର୍ବୋଚ୍ଚ ସ୍ତରରେ ଅର୍ଥାତ ଭୂପୃଷ୍ଠର ୧୦ରୁ ୪୦ କିଲୋମିଟର ଉର୍ଦ୍ଧ୍ୱରେ ରହିଥାଏ । ଏହି ସ୍ତରକୁ ଷ୍ଟ୍ରାଟୋଫିଅର (stratosphere ) କୁହାଯାଏ । ଏହି ସ୍ତର ପ୍ରାୟତଃ ଶତକଡା ୯୦ ଓଜୋନ ଉପାଦାନକୁ ନେଇ ଗଠିତ । ଏହା ସତ୍ତ୍ୱେ ଓଜୋନ ସ୍ତର ଆମ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କାରଣ ଏହି ଓଜୋନ ସ୍ତର ସୂର୍ଯ୍ୟରୁ ନିର୍ଗତ କେତେକ ଅରିବାଇଗଣୀ ରଶ୍ମୀ, ଯାହାକି ମାନବ ଶରୀର ପାଇଁ କ୍ଷତିକାରକ, ଗ୍ରହଣ କରିନିଏ । ଫଳରେ ଆମେ ଅତିବାଇଗଣୀ ରଶ୍ମୀର କୁପ୍ରଭାବରୁ ଦୂରେଇ ରହୁ । ଏହିପରି ଓଜୋନ ସ୍ତର ଆମ ପାଇଁ ଏକ ଢାଲ ସଦୃଶ କାର୍ଯ୍ୟ କରିଥାଏ ।ଅତଏବ ପରିବେଶ ବିଜ୍ଞାନୀ ମାନେ ମଣ୍ଟ୍ରୀଲ ଚୁକ୍ତିନାମା ପରୀପ୍ରେକ୍ଷୀରେ ଓଜୋନ ସ୍ରରର ହ୍ରାସ ରୋକିବା ଦିଗରେ ଅଧିକରୁ ଅଧିକ ଗବେଷଣା ଜାରି ରଖିଛନ୍ତି ଏବଂ ଏ ସମ୍ପର୍କରେ ନିଆଯାଉଥିବା ପଦେକ୍ଷେପ ଗୁଡିକ ବିଷୟରେ ସର୍ବସାଧାରଣକୁ ସଚେତନ ମଧ୍ୟ କରାଯାଉଛି ।

ନିକଟରେ ୨୦୧୮ରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାଯାଇଛି ଯେ, ବିଶ୍ୱ ଜନ ସମୁଦାୟର ପ୍ରଚେଷ୍ଟା ଫଳରେ କ୍ଷୀଣ କିମ୍ବା ନଷ୍ଟ ହୋଇଯାଇଥିବା ଓଜୋନ ସ୍ତରର ଅନେକ ଭାଗ ସଜଡା ହୋଇପାରିଛି । ପ୍ରତି ଦଶନ୍ଧିରେ ୧ରୁ ୩ ଶତକଡା ହାରରେ ଏହି କମିଯାଇଥିବା ଓଜୋନ ସ୍ତରର ଭରଣା ହୋଇ ଆସୁଛି । ଏହି ପ୍ରଚେଷ୍ଟା ଯଦି ଜାରି ରହେ, ଆଶା କରାଯାଉଛି, ଉତ୍ତର ଗୋଲାର୍ଦ୍ଧ ତଥା ମଧ୍ୟ ଅକ୍ଷାଂଶର କମି ଯାଇଥିବା ଓଜୋନ ସ୍ତର ୨୦୩୦ ସୁଦ୍ଧା ଭରଣା ହୋଇଯିବ । ଦକ୍ଷିଣ ଗୋଲାର୍ଦ୍ଧ ତଥା ମେରୁ ଅଞ୍ଚଳରେ ଏହି କମିଯାଇଥିବା ଓଜୋନ ସ୍ତର ଯଥାକ୍ରମେ ୨୦୧୫ ଓ ୨୦୬୦ ସୁଦ୍ଧା ଭରଣା ହୋଇଯିବାର ଅନୁମାନ କରାଯାଏ । ଓଜୋନ ସ୍ତରର ସଂରକ୍ଷଣ ଦିଗରେ ନିଆଯାଉଥିବା ଏସବୁ ପଦକ୍ଷେପ ମଧ୍ୟ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବରୁ ପୃଥିବୀକୁ ମୁକ୍ତ ରଖିବାରେ ଅନେକାଂଶରେ ସହାୟକ ହେବା । ଖାଲି ଏତିକି ନୁହେଁ, ଏହା ଫଳରେ ୧୯୯୦ରୁ ୨୦୧୦ ମଧ୍ୟରେ ପ୍ରଦୂଷଣରୁ ଜାର ପ୍ରାୟ ୧୩୫ ବିଲିୟନ ଟନ ଅଙ୍ଗାରକାମ୍ଳର କୁପ୍ରଭାବରୁ ମଧ୍ୟ ଏହା ପୃଥିବୀଠାରୁ ଦୂରେଇ ରଖିବ ।[୫]

ଆଧାର[ସମ୍ପାଦନା]

  1. "World Ozone Day". Days Of The Year (in ଇଂରାଜୀ). Retrieved 13 October 2019.
  2. "World Ozone Day — Vikaspedia". vikaspedia.in. Retrieved 13 October 2019.
  3. "Keep Cool and carry On". ozone.unep.org. Retrieved 14 October 2019.
  4. ୪.୦ ୪.୧ Cooper, Dani (1 July 2016). "Hole in the ozone layer is finally 'healing'". ABC News (in ଇଂରାଜୀ). Retrieved 13 October 2019.
  5. "World Ozone Day — Vikaspedia". vikaspedia.in. Retrieved 21 October 2019.

ବାହାର ଆଧାର[ସମ୍ପାଦନା]