ବିଶ୍ଵତାପନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
refer to caption
ପୃଥିବୀର ହାରାହାରି ସ୍ଥଳ-ସମୁଦ୍ର ତାପମାନରେ ପରିବର୍ତ୍ତନ ୧୮୮୦ରୁ ୨୦୧୩, ୧୯୫୧–୧୯୮୦ ତୁଳନାରେ. କଳାଗାର ବାର୍ଷିକ ଓ ନାଲି ଗାର ପଞ୍ଚ-ବାର୍ଷିକ ହାରାହାରି ଦର୍ଶାଉଛି. ସବୁଜ ଗାର ଅନିଶ୍ଚିତତା ଦର୍ଶାଉଛି . Source: NASA GISS. (ବଡ ଚିତ୍ର ନିମନ୍ତେ ଦବାନ୍ତୁ)
Map of temperature changes across the world
key to above map of temperature changes
ପଞ୍ଚ-ବାର୍ଷିକ ହାରାହାରି ତାପମାନ(୨୦୦୦-୨୦୦୪) ବୃଦ୍ଧି ୧୯୫୧–୧୯୮୦ ତୁଳନାରେ. Source: NASA Observatory[୧]

ବିଶ୍ଵତାପନର ପରିଭାଷା[୨]: ପୃଥିବୀର ଜଳବାୟୁ ତନ୍ତ୍ରର ହାରାହାରି ତାପମାନରେ ଅବଲୋକିତ ବୃଦ୍ଧି ।

କାରଣ[ସମ୍ପାଦନା]

  • ସବୁଜ କୋଠରୀ ପ୍ରଭାବ / ଗ୍ରୀନ୍ ହାଉସ୍ ଇଫେକ୍ଟ

ପୃଥିବୀପୃକ୍ଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ । ଫଳରେ ବାୟୁମଣ୍ଡଳର ଉତ୍ତାପ ବଢେ । ଏହାକୁ ସବୁଜ କୋଠରୀ ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ୍ କୁହାଯାଏ । ମିଥେନ୍‌, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ, ନାଇଟ୍ରସ୍ ଅକ୍ସାଇଡ୍ ପରି "ଗ୍ରୀନହାଉସ୍ ଗ୍ୟାସ୍‌"ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହି ସବୁ ଗ୍ୟାସର ପରିମାଣ ବଢି ଯାଇ ପୃଥିବୀକୁ ଏକ "ସବୁଜ କୋଠରୀ"ରେ ପରିଣତ କରି ଦେଇଛି । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରିଛନ୍ତି । ଜାରଣଦ୍ୱାରା ପ୍ରଚୁର ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡ଼ାଯାଏ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ ଯାହାକି ବିଶ୍ଵତାପନର ପ୍ରମୁଖ କାରଣ ଅଟେ ।

କିଏ କେତେ ପରିମାଣରେ ଦାୟୀ (ସବୁଜ କୋଠରୀ ପ୍ରଭାବ ନିମନ୍ତେ)[୩] [୪]:

ଅଙ୍ଗାରକାମ୍ଳ ମିଥେନ୍‌ ଜଳୀୟବାଷ୍ପ ଅନ୍ୟାନ୍ୟ
୯-୨୬% ୪-୯% ୩୬-୭୦% ୩-୭%
  • ସୌର ପ୍ରକ୍ରିୟା

ବୈଜ୍ଞାନିକ‎ ମାନେ ଦର୍ଶାଇଛନ୍ତି[୫] ଯେ ସୌର ଓ ଆଗ୍ନେୟଗିରୀୟ/ଜ୍ବାଳାମୁଖୀୟ ପ୍ରକ୍ରିୟା "ପ୍ରାକୃତିକ" ବିଶ୍ୱତାପନର ଏକ ପ୍ରମୁଖ କାରଣ ଅଟେ କିନ୍ତୁ ଏହା ବର୍ତ୍ତମାନର କ୍ଷୀପ୍ର ଜଳବାୟୁ ପରିବର୍ତ୍ତନ ନିମନ୍ତେ ଦାୟୀ ନୁହେଁ ।

ପରିଣାମ[ସମ୍ପାଦନା]

ବିଭିନ୍ନ ତଥ୍ୟରୁ ଜଣାପଡେ ଯେ ପୃଥିବୀର ତାପମାତ୍ରା ମାତ୍ର ୦.୫C ବଢିଥିବାରୁ ଅନେକ ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱତାପନ ଯୋଗୁଁ ହିମାଳୟର ଗଙ୍ଗୋତ୍ରୀ ହିମସ୍ରୋତ ତରଳୁ ଅଛି । ବରଫ ତରଳିବା ବିଶ୍ଵତାପନର ଏକ ଭୟକଂର ପରିଣାମ । ଏହା ଯୋଗୁଁ ସମୁଦ୍ର ପତ୍ତନ ବଢୁଛି । ସମୁଦ୍ର ପତ୍ତନରେ ଅଧିକ ବୃଦ୍ଧି ହେଲେ ଉପକୂଳ ଅଚଂଳରେ ସମୁଦ୍ର ଜଳ ପ୍ରବେଶ କରିବ ।
ବିଶ୍ଵତାପନ ଯୋଗୁଁ ଅନେକ ଜୀବଜାତି ବିଲୁପ୍ତ ହୋଇଯିବେ ଏବଂ ଏହା ବିଭିନ୍ନ ପରିସଂସ୍ଥାର ଜୈବବିବିଧତାକୁ ହ୍ରାସ କରିଦେବ[୬]

ପ୍ରତିବେଦନ[ସମ୍ପାଦନା]

  • ବିଶ୍ଵତାପନ ବା ଗ୍ଲୋବାଲ ୱାର୍ମିଂ ବର୍ତ୍ତମାନ ପୃଥିବୀରେ ବ୍ୟକ୍ତିବିଶେଷ ତଥା ସରକାରଙ୍କ ପାଇଁ ଏକ ମୁଖ୍ୟ ଅନୁଚିନ୍ତା । ଗ୍ରୀନହାଉସ୍ ଗ୍ୟାସର ପରିମାଣ କମାଇବା ନିମନ୍ତେ ଅନେକ ଦେଶ ଚୁକ୍ତିବଦ୍ଧ ହେଲେଣି । United Nations Framework Convention on Climate Change (ୟ.ଏନ୍.ଏଫ୍.ସି.ସି.) ସେପରି ଏକ ପରିବେଶ ସମ୍ବନ୍ଧୀୟ କମିଟି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପରିବେଷ ଉପରେ ମାନବିକ ଅନ୍ତର୍କ୍ଷେପକୁ ଯଥାସମ୍ଭବ ଛୋଟ କରିବା ।
  • ନାସା[୭] ଓ ରୋୟାଲ୍ ସୋସାଇଟି[୮] ପରି ଅନୁସ୍ଥାନ ଜଳବାୟୁ ଇଞ୍ଜିନିଅରିଙ୍ଗ୍(Climate Engineering)କୁ ଏକ ପ୍ରତିବେଦନ ଭାବରେ ଅନ୍ୱେଷଣ କରୁଛନ୍ତି ।


ଆଧାର[ସମ୍ପାଦନା]

  1. 2009 Ends Warmest Decade on Record. NASA Earth Observatory Image of the Day, 22 January 2010.
  2. "Warming of the climate system is unequivocal" p.2, IPCC, Climate Change 2013: The Physical Science Basis - Summary for Policymakers, Observed Changes in the Climate System, p. 2, in IPCC AR5 WG1 2013.
  3. Schmidt, Gavin (6 April 2005). "Water vapour: feedback or forcing?". RealClimate. Retrieved 21 April 2009. 
  4. Trenberth et al., Ch. 3, Observations: Atmospheric Surface and Climate Change, Section 3.2.2.2: Urban Heat Islands and Land Use Effects, p. 244, in IPCC AR4 WG1 2007.
  5. Hegerl, et al., Chapter 9: Understanding and Attributing Climate Change, Frequently Asked Question 9.2: Can the Warming of the 20th century be Explained by Natural Variability?, in IPCC AR4 WG1 2007.
  6. Schneider et al., Chapter 19: Assessing Key Vulnerabilities and the Risk from Climate Change, Section 19.3.4: Ecosystems and biodiversity, in IPCC AR4 WG2 2007.
  7. "Workshop on managing solar radiation" (PDF). NASA. April 2007. Retrieved 23 May 2009. 
  8. "Stop emitting CO2 or geoengineering could be our only hope" (Press release). The Royal Society. 28 August 2009. Retrieved 14 June 2011.